Home ଜିଲ୍ଲା ପରିକ୍ରମା ମାଲ୍ୟବନ୍ତ ମହୋତ୍ସବ ସଂପର୍କରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ,ଆଜି କଳସ ଯାତ୍ରା ଓ ବ୍ଲକସ୍ତରୀୟ ଉତ୍ସବ ଆରମ୍ଭ...

ମାଲ୍ୟବନ୍ତ ମହୋତ୍ସବ ସଂପର୍କରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ,ଆଜି କଳସ ଯାତ୍ରା ଓ ବ୍ଲକସ୍ତରୀୟ ଉତ୍ସବ ଆରମ୍ଭ ।

201

ମାଲକାନଗିରି,୨ା୨(ଓଡିଆ ପୁଅ )ଐତିହ୍ୟ,ପରମ୍ପରା,କଳା,ସଂସ୍କୃତି ଓ ଆଦିବାସୀ ଙ୍କ ଜୀବନଧାରାର ନିଛକ ପ୍ରତି ଛବି ମାଲ୍ୟବନ୍ତ ମହୋତ୍ସବ ଆଜି ଠାରୁ କଳସ ଯାତ୍ରା ଓ ବ୍ଲକସ୍ତରୀୟ ଉତ୍ସବ ଆରମ୍ଭ ହୋଇ ଯାଇଛି ।ଏହି ଉତ୍ସବକୁ ସଫଳ କରିବା ପାଇଁ ସ୍ଥାନୀୟ ସର୍କିଟହାଉସ ଠାରେ ଶନିବାର ରାତ୍ରରେ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ରେ ଆଦିବାସୀ କଳାସଂସ୍କୃତିକୁ ବଚାଂଇରଖି ଦେଶବିଦେଶରେ ପ୍ରଚାର କରିବାସହିତ ରାଜ୍ୟ ଓ ଦେଶ ବାହରର କଳାକାରମାନଙ୍କ କଳାଚାତୁରି କୁ ଜାଣିବାପାଇଁ ମାଲ୍ୟବନ୍ତ ମହୋତ୍ସବ ଆୟୋଜନ କରାଯାଉଛି, ଆଜି ଓଡିଶା ରାଜ୍ୟର ଶେଷ ସୀମା ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା,ଛତିଶଗଡ ରାଜ୍ୟ ସୀମାନ୍ତ ମୋଟୁ ମୁଗିପଏଟଂ ସାବେରୀ,ସିଲେରୁ, ଚିନାଗୋଦବାରୀ ତ୍ରୀନଦୀ ସଂଙ୍ଗମସ୍ଥଳରୁ ପବିତ୍ର ଜଳ ଅଣାଯାଇ କଳସଯାତ୍ରା ହୋଇ ଉତ୍ସବର ସୁଭାରାମ୍ଭ କରାଯିବ । ଏହି ଅବସରେ ମୋଟୁ ଠାରେ ଏକ ମେଗା ରକ୍ତଦାନ ଶିବରର ଆୟୋଜନ କରାଯିବା ପରେ କଳସ ସୋଭୋ ଯାତ୍ରା ସୁଦୂର ୧୦୦କିଲୋମିଟର ମୋଟୁ ଠାରୁ ବାହାରି ମାଲକାନଗିରି ଜଗନ୍ନାଥମନ୍ଦିର ଠାରେ ପହଁଚିବାର କାର୍ଯ୍ୟେକ୍ରମ ରହିଛି । ଆଜି ଠାରୁ ପଡିଆ,କାଲିମେଳା, ଖଇରପୁଟ ବ୍ଲକସ୍ତରୀୟ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ୩ତାରିଖରେ ମାଥିଲି ବ୍ଲକ,୪ତାରିଖରେ ଚିତ୍ରକୋଣ୍ଡା ବ୍ଲକ,୫ତାରିଖରେ ମାଲକାନଗିରି ଓ କୋରକୁଣ୍ଡା ବ୍ଲକସ୍ତରୀୟ ଉତ୍ସବ ହେବ,୪ତାରିଖ ଦିନ କାଲିମେଳା ଠାରୁ ମାଲକାନଗିରି ପର୍ଯ୍ୟନ୍ତ ୪୦କିଲୋମିଟର ସାଇକେଲ ରେସ,୬ତାରିଖ ଦିନ ସତିଗୁଡା ଜଳଭଣ୍ଡାରରେ ନୌଚାଳନା ପ୍ରତିଯୋଗୀତା, ଜିଲ୍ଲାସ୍ତର ମୁଖ୍ୟଉତ୍ସବ ୭ତାରିଖଠାରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ, ୭ତାରିଖ ସକାଳେ ଜଗନ୍ନାଥ ମନ୍ଦିର ଠାରୁ ବିରାଟ କଳସ ସୋଭା ଯାତ୍ରା ବାହାରି ମାଲ୍ୟବନ୍ତ ମଣ୍ଡପ ନିକଟରେ ପହଁଚିବ, ଏହି ଜିଲ୍ଲାସ୍ତର ମହୋତ୍ସବ ରେ ରାଜ୍ୟ ତଥା ରାଜ୍ୟବାହାରୁ ନାମି ଦାମି କଳାକାର,ସାଂସକୃତିକ ନାଟ୍ୟଦଳ ସହିତ ଚଳଚିତ୍ର ଓ ଟିଭି ଅଭିନେତା,ଅଭିନେତ୍ରୀ ମାନେ ଯୋଗଦେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ଉତ୍ସବରେ ଜିଲ୍ଲାର ବିଶିଷ୍ଠ ବ୍ୟକ୍ତିବିଶେଷ ମାନଙ୍କୁ ସମ୍ମାନୀତ କରାଯିବ,୭ତାରିଖ ସଂନ୍ଧ୍ୟାରେ ମାଲ୍ୟବନ୍ତ ମୁଖ୍ୟ ଉତ୍ସବ ଉଦଘାଟନ ହୋଇ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ ।୯ତାରିଖରେ ଜିଲ୍ଲା ସଦରମହକୁମା ଠାରେ ପଥଉତ୍ସବ ଓ ଫଟୋପ୍ରଦର୍ଶନୀ ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ, ସୁଚନା ଲୋକସଂପର୍କ ଅଧିକାରୀ ତଥା ତହସିଲଦାର ଡ.ଗୁଣନିଧିନାୟକ,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମାଶ୍ର,ସହକାରୀ ଜିଲ୍ଲାପାଳ ଶ୍ରୀ ଖେମୁଡୁ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.