Home ଓଡ଼ିଶା ଭାରତରେ କରୋନା ଭାଇରସ୍ ର ଦ୍ୱିତୀୟ ରୋଗୀ – ଜାଣନ୍ତୁ ଏହି ପ୍ରଦେଶରେ

ଭାରତରେ କରୋନା ଭାଇରସ୍ ର ଦ୍ୱିତୀୟ ରୋଗୀ – ଜାଣନ୍ତୁ ଏହି ପ୍ରଦେଶରେ

636

ନୂଆଦିଲ୍ଲୀ ୨-୨ (ଓଡ଼ିଆ ପୁଅ) କେରଳରେ ରବିବାରଦିନ (୨ ଫେବୃଆରି)ରେ କରୋନା ଭାଇରସ୍ ର ଦ୍ୱିତୀୟ ମାମଲା ସାମନାକୁ ଆସିଛି। ରୋଗୀ ଜଣକ ଚୀନରୁ ଭାରତ ଆସିଛି। ରୋଗୀକୁ ହସ୍ପିଟାଲରେ ନିରୀକ୍ଷଣରେ ଅଲଗା କରାଯାଇ ରଖାଯାଇଛି ଏବଂ ସେ ଏବେ ଏକ ପ୍ରକାରର ଭଲ ସ୍ଥିତିରେ ଥିବା କୁହାଯାଉଛି। ସୂଚନାଯୋଗ୍ୟଯେ, ଏହି ଭାଇରସ ର ପ୍ରଥମ ରୋଗୀ ଭାରତରେ କେରଳରେ ପୁଷ୍ଟି କରାଯାଇଥିଲା।

ଯେପରିକି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୂଏଚଓ) କରୋନା ଭାଇରସ୍ ର ପ୍ରକୋପକୁ ଗ୍ଲାବାଲ ଏମରଜେନ୍ସି ଭାବେ ଘୋଷିତ କରିଛି। ଅନେକ ଦେଶ ଚୀନରୁ ନିଜର ନାଗରିକମାନଙ୍କୁ ନିଜ ଦେଶକୁ ଆଣିସାରିଲେଣି। ଶନିବାରଦିନ, ଭାରତ ନିଜର ନାଗରିକ ମାନଙ୍କମଧ୍ୟରୁ ୩୨୪ ଙ୍କୁ ଭାରତ ଫେରାଇ ଆଣିଛି। ୱୁହାନରୁ ଏୟାର ଇଣ୍ଡିଆର ବିମାନରେ ଭାରତୀୟ ନାଗରିକ ମାନଙ୍କୁ ଅଣାଯାଇଛି। ଏମାନଙ୍କ ମଧ୍ୟରୁ ୨୦୪ ଙ୍କୁ ଆଇଟିବିପି କ୍ୟାମ୍ପ ଚାୱଲା (ଦିଲ୍ଲୀ) ଏବଂ ମାନେସରରେ ୨୨୦ ଜଣଙ୍କୁ ରଖାଯାଇଛି।

ୱୁହାନରୁ ୩୨୩ ଭାରତୀୟଙ୍କ ସାଥିରେ ଦ୍ୱିତୀୟ ଉଡ଼ାଣ ରବିବାରଦିନ ଦିଲ୍ଲୀ ପେରିଛି। ସେମାନଙ୍କ ମଧ୍ୟରୁ ୨୨୭ ପୁରୁଷ ଏବଂ ୯୪ ମହିଳା ଅଛନ୍ତି। ଚୀନରେ ଅତି କମରେ ୨୮୨ ଜଣ ଛାତ୍ର ରହୁଥିଲେ ସେମାନଙ୍କ ମଧ୍ୟରୁ ୩୬ଜଣ କାର୍ଯ୍ୟରତ ଥିଲେ। ଚୀନରୁ ସର୍ବମୋଟ ୬୫୪ ଜଣଙ୍କୁ ଅଣାଯାଇସାରିଲାଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.