Home ଜିଲ୍ଲା ପରିକ୍ରମା ମାଲ୍ୟବନ୍ତ ମହୋତ୍ସବ,ପ୍ରଥମ ସନ୍ଧ୍ୟାରେ ଯୋଡିଶଙ୍ଖ,କୋୟାନୃତ୍ୟ,କଲିକତାର ଉପାସନା ନୃତଦଳ ଦର୍ଶକ ଙ୍କ ମନ ମୋହିଲା

ମାଲ୍ୟବନ୍ତ ମହୋତ୍ସବ,ପ୍ରଥମ ସନ୍ଧ୍ୟାରେ ଯୋଡିଶଙ୍ଖ,କୋୟାନୃତ୍ୟ,କଲିକତାର ଉପାସନା ନୃତଦଳ ଦର୍ଶକ ଙ୍କ ମନ ମୋହିଲା

383

ମାଲକାନଗିରି,୧୧ା୧(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ଲୋକପର୍ବ,ଐତିହ୍ୟ,ପରମ୍ପରା,କଳା,ସଂସ୍କୃତି ଓ ଆଦିବାସୀ ଙ୍କ ଜୀବନଧାରାର ନିଛକ ପ୍ରତି ଛବି ମାଲ୍ୟବନ୍ତ ମହୋତ୍ସବ-୨୦୧୮ର ଶୁଭାରମ୍ଭ ଶୁକ୍ରବାର ରାତ୍ରରେ ଆରମ୍ଭ ହୋଇ ଯାଇଛି । ମାଲକାନଗିରି ଜିଲ୍ଲା ରେ ଆଦିବାସୀ କଳାସଂସ୍କୃତିକୁ ବଚାଂଇରଖି ଦେଶବିଦେଶରେ ପ୍ରଚାର କରିବାସହିତ ରାଜ୍ୟ ଓ ଦେଶ ବାହରର କଳାକାରମାନଙ୍କ କଳା ଚାତୁରି କୁ ଜାଣିବାପାଇଁ ମାଲ୍ୟବନ୍ତ ମହୋତ୍ସବ । ମାଲ୍ୟବନ୍ତ ମଣ୍ଡପରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିବସର ଉଦଘାଟନି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଶ୍ରେଣୀ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ନବରଂଗପୁର ସାଂସଦ ବଳଭଦ୍ର ମାଝୀ,ରାଜ୍ୟ ବିହନନୀଗମ ଅଧ୍ୟକ୍ଷ ଅରବିନ୍ଦ ଢାଲୀ,ମାଲକାନଗିରି ବିଧାୟକ ମାନସ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁଶିଶା, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା,ଏସପି ଜଗମୋହନମୀନା,ପଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତି ମୂର୍ତୀ ନିକଟରେ ନଡିଆଭାଙ୍ଗି ମାଲ୍ୟବନ୍ତ ମହୋତ୍ସବକୁ ଉଦଘାଟନ କରିଥିଲେ ।

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କେଉଁଗୁଣରେ କମ ନୁହଁ, ଏଠାକାର ଐତିହ୍ୟ,ପରମ୍ପରା, କଳସଂସ୍କୃତି.ଜୀବନଧାରାର ନିଚ୍ଛକ ପ୍ରତି ଛବି ହେଉଛି ମାଲ୍ୟବନ୍ତ ମହୋତ୍ସବ ବୋଲି ମଚାଂଶିନ ଅତିଥି ମାନେ କହିଥିଲେ । ଜିଲ୍ଲାସାଂସ୍କୃତିକ ଅଧିକାରୀ ତଥା ଜିଲ୍ଲାସୁଚନା ଲୋକ ସଂପର୍କ ଅଧିକାରୀ ଗୁଣନିଧି ନାୟକ ସଭା ପରିଚାଳନା କରିଥିଲେ ।ଏହି ଅବସରରେ ମାଲ୍ୟବନ୍ତ ଉତ୍ସବର ମୁଖପତ୍ର ସପ୍ତାଧାରା ପୁସ୍ତକ କୁ ମୁଖ୍ୟଅତିଥି ଲୋକାର୍ପଣ କରିଥିଲେ , ଆସାମର ବିହୁ୍ୟନୃତ୍ୟ, ଭୁବନେଶ୍ୱରର ଓଡଶିଡ୍ୟାନ୍ସ,ଗଜାଂମର ଯୋଡିଶଙ୍ଖ ଓ ରଣପା,କୋଲକତାର ଉପାସନା,ମହାରାଷ୍ଟ୍ର ର ଲାବଣୀ,ଗଜାଂମର ଘୁଡିକିନୃତ,ବରଗଡର ଦୁଲଦୁଲି,ଭୂବନେଶ୍ୱର ଓଡିଶୀ,ବଲାଙ୍ଗିର ଏକତାରା ନୃତ୍ୟ,ମାଲକାନଗିରି ର କୋୟା, ବଣ୍ଡା,ଦିଦାୟୀ ନୃତ୍ୟ ପରିବେଷଣ ହୋଇଥିଲା,ବିଶେଷ କରି ପ୍ରଥମଦିବସରେ ଗଜାଂମର ଯୋଡିଶଙ୍ଖ,ମାଲକାନଗିରିର  କୋୟାଆଦିବାସୀ ନୃତ୍ୟ, କଲିକତାର ଉପାସନା ନୃତ୍ୟ ଦର୍ଶକ ମାନଙ୍କ ମନ ମୋହିଥିଲା

ଏହି ଆବସରରେ ପ୍ରଥମ ଥରକରି ଜିଲ୍ଲାପ୍ରାସନ ପକ୍ଷରୁ ଆଗାମି ନିବାର୍ଚନରେ ଭୋଟର ମାନେ କିପରି ମତଦାନ କରିବେ ସେନେଇ ଜନ ସଚେତନତା କରିବା ପାଇଁ ଇଭିଏମ, ଭିଭିପେଟ ଓ ନୋଟା ମେସିନ ରେ ମକ ଭୋଟିଂ ପ୍ରଦର୍ଶନ କରାଯାଇଥିଲା, ପଲ୍ଲୀଶ୍ରୀ ମେଳାରେ ୨୫୦ଟି ଷ୍ଟଲଖୋଲା ଯାଇ ବିଭିନ୍ନ ପ୍ରକାର ସାମଗ୍ରୀ ଓ ଜିଲ୍ଲାସ୍ତରୀୟ ବିଭାଗ ଗୁଡିକର ଉନ୍ନୟନ୍ନପ୍ରଦର୍ଶନି ଖୋଲା ଯାଇଥିଲା । ଓରମାସ ପକ୍ଷରୁ ଏସଏଜି ଗୃପ,ସହିତ ଜିଲ୍ଲା ଓ ଜିଲ୍ଲାବାହର ରୁ ଅନେକ ଷ୍ଟଲ ଖୋଲା ଯାଇଥିଲା ଶୀତ ସନ୍ଧ୍ୟରେ ଠୁଙ୍କାପୁରୀ, ଦହିବରା ଆଳୁଦମ, ଚାଟ,ଆଇସି କ୍ରିମ,ପୁରୀ ର ମାଲପୁଆ,ଗଜା,ଛତିଶଗଡର ବରିଫ ମିଠା,ଖାଇବାସିହତ ଅନେକ ଘରକରଣା ଜନିଷ କିଣି ଦର୍ଶକ ମାନେ ମଜାଉଠାଇଥିଲେ । ଉତ୍ସବ ମଇଦାନରେ  ବିଭିନ୍ନ ବିଭାଗର ଉନ୍ନୟନମୁଳକ ଷ୍ଟଲ ସହିତ, ,ଦୋକାନ ବଜାର , ମିନାବଜାର ସାଙ୍ଗକୁ ଭେଳିକି ଭିଳି ରଙ୍ଗବେରଙ୍ଗର ତୋରଣ ବେଶ ଚିତିକର୍ଷକ ହୋଇଛି, ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀମେଳା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏହି ଉତ୍ସବ ପାଇଁ ମାଲ୍ୟବନ୍ତ ମଣ୍ଡପ ସହିତ ଜିଲ୍ଲାରେ କଢାପୁଲିସ ସୁରକ୍ଷା ବ୍ୟବସ୍ଥା କରା ଯାଇ ବିଏସଏଫ ଜବାନ ମାନଙ୍କ ସହିତ ଏସଓଜି, ଓ ବହୁପରିମାଣରେ ଜିଲ୍ଲାପୁଲିସ ଙ୍କୁ ମୁତୟନକରା ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.