Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ର କଳସ ଯାତ୍ରା

ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ର କଳସ ଯାତ୍ରା

256

ମାଲକାନଗିରି,୧୧ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ଐତିହ,କଳାସଂସ୍କୃତି,ସଙ୍ଗୀତ ନୃତ୍ୟର ମୁର୍ଚ୍ଚନା ମାଲ୍ୟବନ୍ତ ମୁଖ୍ୟମହୋତ୍ସବ ର କଳସ ଯାତ୍ରା ଶୁକ୍ରବାର ଦିନ ଜିଲ୍ଲାସଦର ମହକୁମା ଠାରେ ଆରମ୍ଭ ହୋଇଯାଇଛି ।ବିଧାୟକ ମାନସ ମାଡକାମି ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ  ଜଗନ୍ନାଥ ମନ୍ଦିରରେ ପୂଜାଅର୍ଚନା ପରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରଷ ଓ ଜୋଡିଶଙ୍ଖ,କୋୟା,ବଣ୍ଡା,ଢେମସା  ନୃତ୍ୟ ଓ ଦୁଲଦୁଲି ବାଦ୍ୟର ଓ ପାରମ୍ପାରି କ ନୃତ୍ୟୁ ସଂଗୀତ ର ତାଳେ ତାଳେ ଜଗନ୍ନାଥ ମନ୍ଦିର ଠାରୁ ବାହାରି ଏହି କଳସ ଯାତ୍ରା ଦଣ୍ଡକାରଣ୍ୟ ମଇଦାନ ମାଲ୍ୟବନ୍ତ ମଣ୍ଡପରେ ପହଁଚିଲା ପରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ମଣ୍ଡପନିକଟକୁ ପାଛୋଟିନେଇ ସ୍ଥାପନ କରିଥିଲେ ।

ଏହି ସୋଭାଯାତ୍ରାରେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା,ପିଡି ଡିଆରଡିଏ ଲିଙ୍ଗରାଜପଣ୍ଡା,ମାଲକାନଗିରି ବିଡିଓ ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ  ଗୁଣନିଧି ନାୟକ,ଏପିଡି ମାନସ କୁମାର ମିଶ୍ର,ପୁବ ର୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଙ୍ଗାଧର ବୁରଦା,ସାହିତ୍ୟ ଏକାଡେମି ସଦସ୍ୟ ରତ୍ନାକରଦାଶ,ପୌରପରିଷଦ ନିର୍ବାହି ଅଧିକାରୀ ଏମ.ନିଳକଣ୍ଠ ନାଇଡୁ,ଜିଲ୍ଲାସ୍ତରୀୟ ସ୍ତରୀୟ ଅଧିକାରି, ବିଭିନ୍ନ ଅଚଂଳରୁ ଆସିଥିବା ମହିଳା ସ୍ୱୟଂସହାୟକ ଗୋଷ୍ଠି,ମାଲକାନଗିରି ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ,ଘଡେଇ ଆବାସିକ ମହାବିଦ୍ୟାଳୟ, ଓମଭୃ ର୍ସ୍ୱ ଆବାସୀକ ମହାବିଦ୍ୟାଳୟ,ସତ୍ୟନାରାୟଣ ମହାବିଦ୍ୟାଳୟ,ବିଜ୍ଞାନ ମହାବିଦ୍ୟାଳୟ ର ଶତାଧିକ ଛାତ୍ର, ଛାତ୍ରୀ ବିଭିନ୍ନ ରାଜନୈତିକ ନେତା ଓ ହଜାର ହଜାର ସଂଖ୍ୟାରେ ଜନସାଧରଣ ଉପସ୍ଥିତ ଥିଲେ । ଏହି ସୋଭା ଯାତ୍ରାରେ ପ୍ରଶାସନକି ଅଧିକାରୀ ରାଜନେତା ଓ ଜନସାଧାରଣ ଏକକାର ହୋଇ ଖୁସିରେ ନୃତ୍ୟ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.