Home ଓଡ଼ିଶା ମାଲକାନାଗିରି ଜିଲ୍ଲାରେ ୫ନୂଆ କରୋନା ପଜିଟିଭ,ଆକ୍ରନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ମାଲକାନାଗିରି ଜିଲ୍ଲାରେ ୫ନୂଆ କରୋନା ପଜିଟିଭ,ଆକ୍ରନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

78

ମାଲକାନଗିରି,୨୩ା୫(ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ରେ ଆଜି ପୁଣି ୫ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଲଗାଇ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୮କୁ ବୃଦ୍ଧିପାଇଛି । ଆଜିର ଚିହ୍ନଟ ଙ୍କ ମଧ୍ୟରୁ ୩ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ସେମାନଙ୍କ ମଧ୍ୟରୁ ତିମଲନାଡୁ ଫେରନ୍ତା ପ୍ରବାସୀ ଶ୍ରମିକ ତିନିଜଣ ସେହି ତିନିଜଣ କାଲିମେଳା ବ୍ଲକ ଅଚଂଳରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କ୍ୱାରେଟାଂଇନ ରେ ରହୁଥିବା ବେଳେ ଅନ୍ୟଜଣେ ତେଲାଙ୍ଗାନା ରାଜ୍ୟରୁ ଫେରନ୍ତା ପ୍ରବାସୀ ଶ୍ରମିକ ସେ ଖଇରପୁଟ ବ୍ଲକ ଅଚଂଳର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସଙ୍ଗରୋଧ ରେ ରହୁଥିଲେ ଓ ଆଉଜଣେ କାଲିମେଳା ବ୍ଲକର କମ୍ୟୁନିଟ ହେଲ୍‌ଥ ଓ୍ୟାର୍କର ଭାବେ କାମକରୁଥିବା ପ୍ରଥମଥର ତାଙ୍କର ପଜିଟିଭ ରିପୋର୍ଟ ଆସିଛି । ପୁବ ର୍ରୁ କାଲିମେଳା ଅଚଂଳରୁ ଗୋଟିଏ ପରିବାରରୁ ୩ଜଣ ଆକ୍ରାନ୍ତ ହୋଇଥିଲେ । ଏହାକୁ ଲଗାଇ ଗତ ୪ଦିନ ମଧ୍ୟରେ ୮ଜଣ ଆକ୍ରନ୍ତ ଚିହ୍ନଟ ହୋଇସାରିଲେଣି । କେବଳ କାଲିମେଳା ଅଚଂଳର ଗୋଟିଏ ସ୍ଥାନରୁ ଲଗାତର ଭାବେ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କାଲିମେଳା ବ୍ଲକ ଅଚଂଳରେ ଥିବା କ୍ୱାରେଟାଂଇନ କେନ୍ଦ୍ର ଗୁଡିକୁ କଟେଂନମେଟଂ ଜୋନ ଭାବେ ଘୋଷଣା କରାଯାଇ ସେ ଅଚଂଳରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେ ଅଚଂଳରେ ଦୋକାନବଜାର ବନ୍ଦରହିବା ସହ କେହି ଗ୍ରାମବାସୀ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଠିକ ସେହିପରି ଖଇରପୁଟ ବ୍ଲକ ଅଚଂଳରୁ ଚିହ୍ନଟ ହୋଇଥିବା ସଙ୍ଗରୋଧ କେନ୍ଦ୍ର ଅଚଂଳକୁ ମଧ୍ୟ କେଟଂନମେଟଂ ଜୋନ ଘୋଷଣା କରାଯାଇଛି । ଆଜିର ସଂକ୍ରମଣଙ୍କ ଟ୍ରାଭେଲ ରିପୋର୍ଟ ଜଣାପଡିଯାଇଛି ,ଚିହ୍ନଟ ଆକ୍ରାନ୍ତ ମାନେ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଛି । ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.