Home ଓଡ଼ିଶା ମାଲକାନଗିରି ଜିଲ୍ଲାରୁ ୨୮୪୧ଟି ନମୁନା ସଂଗ୍ରହ,୮ଟି ପଜିଟିଭ,୨୪୦୨ ଟି ନେଗେଟିଭ

ମାଲକାନଗିରି ଜିଲ୍ଲାରୁ ୨୮୪୧ଟି ନମୁନା ସଂଗ୍ରହ,୮ଟି ପଜିଟିଭ,୨୪୦୨ ଟି ନେଗେଟିଭ

89

ମାଲକାନଗିରି,୨୩ା୫(ଓଡିଆ ପୁଅ ) କରୋନା ସଂକ୍ରମଣ ବ୍ୟକ୍ତିଙ୍କୁ ଚିହ୍ନଟ ନିମନ୍ତେ ମାଲକାନଗିରି ଜିଲ୍ଲାରେ ଖୋଲା ଯାଇଥିବା ନମୁନା ସଂଗ୍ରହ କେନ୍ଦ୍ର ଓ କ୍ୱାରେଟାଂଇନ କେନ୍ଦ୍ର ଗୁଡିକ ରୁ ଇତି ମଧ୍ୟରେ ୨୮୪୧ ଟି ନମୁନା ସଂଗ୍ରହ ହୋଇ ପରୀକ୍ଷା ନିମନ୍ତେ ଭୁନେଶ୍ୱରକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୪୧୦ଟି ନମୁନା ରିପୋର୍ଟ ଜିଲ୍ଲାପ୍ରଶାସନ ନିକଟରେ ପହଁଚିଛି ,ଆଜି ସୁଦ୍ଧା ୮ ଜଣଙ୍କର ପଜେଟିଭ ରିପୋର୍ଟ ଆସିଥିବା ବେଳେ ୨୪୦୨ ଟି ନମୁନା ନେଗିଟିଭ ରିପୋର୍ଟ ରହିଛି । ଅନ୍ୟ ୪୩୧ ଟି ନମୁନାର ରିପୋର୍ଟ ହସ୍ତଗତ ହୋଇନଥିବାର ଜିଲ୍ଲାପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ମାଲକାନଗିରି ଜିଲ୍ଲାରେ ତାମିଲନାଡୁ,ତେଲେଙ୍ଗାନା ରାଜ୍ୟରୁ ଫେରନ୍ତା କରୋନା ଆକ୍ରାନ୍ତ ୭ଜଣ ଙ୍କୁ ଚିହ୍ନଟ କରାଯାଇ ଥିବାବେଳେ ପ୍ରଥମ ଥରକରି କାଲିମେଳା ବ୍ଲକର ଜଣେ କମ୍ୟୁନିଟ ହେଲ୍‌ଥ ଓ୍ୟାର୍କର କରୋନା ସଂକ୍ରମଣ ହୋଇଥିବାର ଜଣାପଡିଛି । ଭୟାବହ କରୋନା ମହାମାରି ପାଇଁ ଲକଡାଉନ ପରିସ୍ଥି ସୃଷ୍ଟି ହୋଇଥିବାରୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ମାନେ ଲକଡାଉନ କିଛିି ମାତ୍ରାରେ କୋହଳ ହେବାରୁ ନିଜ ନିଜ ଘରକୁ ଫେରିବାକୁ ଲାଗିଛନ୍ତି । ଆନ୍ଦ୍ର,ତେଲାଙ୍ଗାନା,ଛତିଶଗଡ ରାଜ୍ୟ ସୀମାନ୍ତ ରେ ଥିବା ଓଡିଶା ରାଜ୍ୟ ଓ ମାଲକାନଗିରି ଜିଲ୍ଲାର ଶେଷସୀମା ମୋଟୁ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ମାନେ ଘରବାହୁଡା ହେଉଛନ୍ତି । ଇତି ମଧ୍ୟରେ ପ୍ରାୟ୨୦ହଜାରରୁ ଉର୍ଦ୍ଦପ୍ରବାସୀ ଶ୍ରମିକ ମାନେ ମାଲକାନଗିରି ମୋଟୁ ରାସ୍ତାଦେଇ ଫେରିଲେଣି । ଜିଲ୍ଲାର ୩୬୮ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସଙ୍ଗରୋଧ ରେ ୧୨୩୬୦ଜଣଙ୍କୁ ୨୮ଦିନ ପର୍ଯ୍ୟନ୍ତ ରଖାଯାଇଛି । ୭୮୧ଜଣ ହୋମ କ୍ୟାରେଟାଂଇନ ରେ ରହିଛନ୍ତି । କ୍ୱାରେଟାଂଇନ ରେ ରହୁଥିବା ସମସ୍ତଙ୍କୁ ନିୟମିତ ଭାବେ ସ୍ୱାସ୍ଥ୍ୟପରୀକ୍ଷା କରାଯାଉଛି ,ବାହାର ରାଜ୍ୟ ଓ ଅନ୍ୟଜିଲ୍ଲାର ପ୍ରାୟ୫ହଜାରରୁ ଉର୍ଦ୍ଦ ପ୍ରବାସୀ ଶ୍ରମିକ ମାନଙ୍କୁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇ ସେମାନଙ୍କ ଜିଲ୍ଲାକୁ ଫେରାଇଦିଆ ଯାଇଛି । କରୋନା ସଂକ୍ରମଣ ଠାରୁ ସୁରକ୍ଷିତ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତପ୍ରକାର ବ୍ୟବସ୍ଥା କରାଯାଇଛି, ଏଥିରି କେହି ଭୟଭିତ କିମ୍ବା ଆତଙ୍କିତ ହେବାର ନାହିଁ, ଲକଡାଉନ ନିୟମକୁ ଠିକ ଭାବେ ପାଳନ କରି ଭଲଭାବରେ ବାରମ୍ବାର ସାବୁନରେ ହାତ ଧୋଇବା,ମୁହଁରେ ମାସ୍କ ଲଗାଇବା, ବାହାରକୁ ଗଲାବେଳେ ଗହଳି ନକରି ସାମାଜିକ ଦୂରତା ରକ୍ଷାକରିବା ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଜିଲ୍ଲାବାସୀଙ୍କୁ ଜନ ସଚେତାନତାର ବାର୍ତା ଦେଇଛନ୍ତି । ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଡାକ୍ତରି ପରୀକ୍ଷା ସହ ସ୍କ୍ରିନିଂ କରାଯାଇ ୨୮ଦିନ ପର୍ଯ୍ୟନ୍ତ ସଙ୍ଗରୋଧ ଗୃହରେ ରଖାଯାଉଛି ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.