Home ଓଡ଼ିଶା ମାଲକାନଗିରି ସହରରେ ଆଜି ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ,ବାଲିମେଳା ଛକ ସିଲ ଓ କୋର୍ଟ...

ମାଲକାନଗିରି ସହରରେ ଆଜି ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ,ବାଲିମେଳା ଛକ ସିଲ ଓ କୋର୍ଟ ବନ୍ଦ

70

ମାଲକାନଗିରି,୯ା୭( ଓଡିଆ ପୁଅ ) ଆଜି ମାଲକାନଗିରି ସହରରୁ   ପୁଣି ଜଣେ ନୁଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମିତ ପୁର୍ବରୁ ସହରରେ ଚିହ୍ନଟ ହୋଇଥିବା ସଂସ୍ପର୍ଷରେ ଆସିଥିବା ବ୍ୟକ୍ତି ଜଣାପଡିବା ପରେ ସେ ଅଚଂଳକୁ କଟେଂନମେଟଂ ଜୋନ ଭାବେ ଘୋଷଣା କରାଯାଇ ମାଲକାନଗିରି ଜିଲ୍ଲାସଦର ମହକୁମା ବାଲିମେଳା କୋର୍ଟଛକ,ହାଇସ୍କୁଲ ଛକ,ହାଟପଦା କୁ ସିଲ କରିଦିଆ ଯାଇଛି । ବାଲିମେଳା ଛକ ନିକଟରେ ଥିବା ଏସଡିଏଜେଏମ,ଜେଏମଏଫସି,ସିଜେଏମ ଓ ଜେଏମଏଫସି-୨କୋର୍ଟକୁ ଆସନ୍ତା୧୫ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆ ଯାଇଥିବାର ଜଣାପଡିଛି । ସେ ଅଚଂଳରେ ଥିବା ଔଷଧଦୋକାନ,ପାଥୋଲ୍ୟାବ,କ୍ଲିନକ,ସମସ୍ତ ଦୋକାନ ଗୁଡିକୁ ମଧ୍ୟ ବନ୍ଦକରିଦିଆ ଯାଇଛି । ଆଜିର ସଂକ୍ରମିତ ପୁଣି ଜଣେସ୍ଥାନୀୟ ବ୍ୟକ୍ତି ହୋଇଥିବାରୁ ସ୍ୱାସ୍ଥ୍ୟବିଭାଗ ଓ ଜିଲ୍ଲାପ୍ରଶାନର ଚିନ୍ତାବଢାଇଦେଇଛି । ସେ କାହା କାହା ସଂସ୍ପର୍ଷରେ ଆସି ଥିଲେ କି ନାହିଁ ତାହା ସ୍ୱାସ୍ଥ୍ୟବିଭାଗ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାଚଂ ଚାଲିଛି । ଆଜିର ସଂକ୍ରମିତ ଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଛି ୧୧୬ ରେ ,ସେମାନଙ୍କ ମଧ୍ୟରୁ ୭୧ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୪୫ ଜଣ ଆକ୍ରାନ୍ତ କୋଭିଡ ହସପିଟାଲରେ ଚିକିତ୍ସାଧିନ ଥିବାର ଜିଲ୍ଲାପ୍ରସାସନ ସୁତ୍ରରୁ ଜଣାପଡିଛି । ପୌରାଚଂଳ ର ବାଲିମେଳା ଛକ ଠାରୁ ହାଇସ୍କୁଲ ଓ କେନାଲ ଛକ,ଟ୍ରେଜେରୀ ଅଫିସ ଛକ ଠାରୁ ଆଇଏମଏସଟି ସ୍କୁଲ ଛକ ଅଚଂଳକୁ କଟେଂନମେଟଂ ଓ ବଫର ଜୋନ ଘୋଷଣା କରାଯାଇ ମୁଖ୍ୟରାସ୍ତାରେ ଛକ ଗୁଡିକରେ ପୁଲିସ କଡାପ୍ରହରା ସହିତ ରାସ୍ତାଗୁଡିକୁ ବନ୍ଦକରିଦିଆ ଯାଇଛି । ୧୦୦ମିଟର ଦୂରତାରେ ଥିବା ଦୋକାନ ବଜାର ଗୁଡିକୁ ବନ୍ଦକରାଯିବା ସହ ସେ ଅଚଂଳରେ ଥିବା ଜନସାଧାରଣଙ୍କୁ ଘରୁ ନବାହାରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆସନ୍ତା ୧୦ତାରିଖ ରାତ୍ର୮ଟା ଠାରୁ ୧୨ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ମାଲକାନଗିରି ପୌରାଚଂଳ ସହ ବାଲିମେଳା ଏନଏସି ଅଚଂଳକୁ ସଟ୍‌ଡାଉନ୍ ଘୋଷଣା କରାଯାଇ ବିଭିନ୍ନ ଛକସ୍ଥାନ ମାନଙ୍କରେ ବ୍ୟାରିକେଟ ନିର୍ମାଣ ସହ ପୁଲିସ ପ୍ରହରାର ବ୍ୟାପକ ବ୍ୟବସ୍ଥା ଚାଲିଛି କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, କୋଭିଡ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.