Home ଜିଲ୍ଲା ପରିକ୍ରମା ବ୍ଲକ ସ୍ତରୀୟ କୋଭିଡ଼ ପରିଚାଳନା ସମ୍ବନ୍ଧୀୟ ବୈଠକ

ବ୍ଲକ ସ୍ତରୀୟ କୋଭିଡ଼ ପରିଚାଳନା ସମ୍ବନ୍ଧୀୟ ବୈଠକ

154

ବାହାନଗା, ୯ା୭(ଭାରତୀ ଦାସ/ଓଡ଼ିଆ ପୁଅ)- ସାରା ବିଶ୍ୱ ମହାମାରୀରେ କବଳିତ ଥିବା ବେଳେ ତାର ମୁକାବିଲା ପାଇଁ ବିଭିନ୍ନ ଦେଶ ଓ ରାଜ୍ୟ ମାନଙ୍କରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ପରିଚାଳନା କରାଯାଉଛି। ସେହିପରି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ସଭା ଗୃହରେ କୋଭିଡ଼ ୧୯ର ପରିଚାଳନା ସମ୍ବନ୍ଧୀୟ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସଭାପତିତ୍ୱ କରିଥିଲେ ବିଡ଼ିଓ ରଘୁନାଥ ପାଣିଗ୍ରାହୀ। ମୁଖ୍ୟ ଆଲୋଚକ ଭାବେ ଜିଲ୍ଲା ଡିପିଏମ ଓଏଲଏମ ଚନ୍ଦନ କୁମାର ବେହେରା ଯୋଗ ଦେଇ ଟିଏମସି ସେଣ୍ଟର ପରିଚାଳନା, କୋଭିଡ଼ କେୟାର ହୋମ, କୋଭିଡ଼ ସେଣ୍ଟର ହୋଇଥବା ସ୍କୁଲରେ ସାନିଟାଇଜ ପ୍ରଭୃତି ଉପରେ ଗୁରୁତ୍ୱ ଆରୋପ କରି ଆଲୋଚନା ରଖିଥିଲେ। ଏଥିରେ ବାହାନଗା ବ୍ଲକ ଶିକ୍ଷାଧିକାରୀଣୀ ଶୁଭଲକ୍ଷ୍ମୀ ନାୟକ, ଏବିଓ ରୋହିଆ ଟୁଡୁ ଯୋଗ ଦେଇ ଆଲୋଚନା ରଖିଥିଲେ। ବ୍ଲକା ୨୪ଟି ପଞ୍ଚାୟତରୁ ସରପଞ୍ଚ, ସମିତି ସଭ୍ୟ, ଶିକ୍ଷାବିଭାଗର ସିଆରସିସି, ଶିକ୍ଷକ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ। ଶେଷରେ ଏବିଇଓ ଶ୍ରୀ ଟୁଡ଼ୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.