Home ଓଡ଼ିଶା ମାଲକାନଗିରି ସତୀଗୁଡା ଜଳଭଣ୍ଡାରରେ ପକ୍ଷୀଗଣନା, ୧୨ଟି ପ୍ରଜାତିର ୧୫୮୮ପକ୍ଷୀ ଚିହ୍ନଟ, ପ୍ରଥମଥରକରି ବିଦେଶୀ ଦୁବା ହଂସ...

ମାଲକାନଗିରି ସତୀଗୁଡା ଜଳଭଣ୍ଡାରରେ ପକ୍ଷୀଗଣନା, ୧୨ଟି ପ୍ରଜାତିର ୧୫୮୮ପକ୍ଷୀ ଚିହ୍ନଟ, ପ୍ରଥମଥରକରି ବିଦେଶୀ ଦୁବା ହଂସ ପକ୍ଷୀ ପ୍ରବେଶ

321

ମାଲକାନଗିରି, ୪ା୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାକୁ ଆନ୍ତଃପ୍ରବାସୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲା ବନଖଣ୍ଡଅଧିକାରୀ ପ୍ରଦୀପ ଦେବଦାସ ମିରଶେ ଙ୍କ ନିର୍ଦ୍ଦେଶ କ୍ରମେ ସହକାରି ବନସଂରକ୍ଷକ ଶ୍ରୀକାନ୍ତ ନାୟକ, ମାଲକାନଗିରି ବନାଚଂଳ ଅଧିକାରୀ ବାସୁଦେବ ନାୟକ ଙ୍କ ନେତୃତ୍ୱରେ ବନପାଳ ମୋହନ ଗୁଡିଆ, ରାଜେଶ କୁମାର ସେଠୀ ପ୍ରମୁଖ ବନକର୍ମଚାରୀ ମାନେ ମାଲକାନଗିରି ସତିଗୁଡା ଜଳଭଣ୍ଡାରରେ ପେଡାଲ ବୋଟରେ ପାଣିରେ ବୁଲି ବୁଲି ୧୫୮୮ ଟି ପକ୍ଷୀଗଣନା କରିଥିବାର ଜଣାପଡିଛି, ପ୍ରାୟ୧୨ଟି ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଥିବାବେଳେ ପ୍ରଥମଥରକରି ନୂଆ ଦୁବା ହଂସ ନାମକ ବିଦେଶୀ ପକ୍ଷୀ ସତୀଗୁଡା ଜଳଭଣ୍ଡାରରେ ପ୍ରବେଶ କରିଛି। ଏହି ପକ୍ଷୀ ମାନଙ୍କ ମଧ୍ୟରୁ ପାଣିଡୁବୁକି ୨୨୩, ମାଟିଆ ଡୁବୁକି ୧୦୨୮, ବଡ ପାଣିକୂଆ ୪୯, ପାଣିକୂଆ ୧୭୭, ଛୋଟପାଣିକୂଆ ୪୦, ବଗ୧୧୪, ପାଣିବଗ ୨, ଖଇରାବଗ ୭, ବଡବଗ୧୧, ସାରସ ୬୭, ହଂସରାଳୀ ୩୨୩ ଟି, ୧ଟି ଦୁବା ହଂସ ବେଦେଶୀ ପକ୍ଷୀ ଙ୍କୁ ଚିହ୍ନଟ କରାଯାଇଛି। ଠିକ ସେହିପରି ଚିତ୍ରକୋଣ୍ଡା ଜଳଭଣ୍ଡାର, ମାଥିଲି ଶିବସାଗ, ମୋଟୁ ଠାରେ ସାବେରୀ, ସିଲେରୁ ସଙ୍ଗମସ୍ଥ, କାଲିମେଳା ମତ୍ସବିଭାଗ ବନ୍ଧ ବିଭିନ୍ନ ପ୍ରକାର ପକ୍ଷୀ ଉଡିଆସିଛନ୍ତି। ମାଲକାନଗିରି, ଚିତ୍ରକୋଣ୍ଡା, ବାଲିମେଳା, କାଲିମେଳା, ମାଥିଲି, ମୋଟୁ ବନାଚଂଳ ଅଧିକାରୀ ବନାଚଂଳ ଅଧିକାରୀ ଓ ବନବିଭାଗ କର୍ମଚାରି ମାନେ ପକ୍ଷୀଗଣନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଖପରଖାଇ, କଳାକାଙ୍କ, ବୁଦୁ ହଂସ, ବତକ ହିଂସ, ଚକୁଆ, ପାଣିବଗ, ପାଣିକୂଆ, ଖପରଖାଇ, ବୁଦୁହଂସ, ଚକୁଆ, ଏରା ପକ୍ଷୀ, ରାଣୀବଗ, ହରଡଗିଳା, ଚିତ୍ରତି କାଙ୍କ, କାଦୁଅ ଖୁମ୍ଫି, ଟିଟିଆଁ, ଲାର୍ଜ ହୁଇସିଲିଂ ଡକ୍, ଟି ଇଟଂରମିଡିଏଟ ଇଗ୍ରେଟ, ଇଣ୍ଡିଆନ ପଣ୍ଡ ହେରନ ରୋଜ େଓ୍ୟଲ, ଲିଲିଟିଲ କରମୋରାଟଂ, ସ୍ଲଙ୍ଗ ଫୋସିକୋଲସ, ଗ୍ରେଟ କରମୋରାଟଂ ଫାଲୋକ୍ରୋକୋରାକ୍ସ କୋବୋ ର୍,  ହ୍ୟାଇଟ ଷ୍ଟକ, ଲିଟିଲ ଗ୍ରେବେ ତାଚିବାପଟସ ରୁଫିକୋଲିସ, ରେଡ ନେକଡ ଗ୍ରେବେ ପଡିସେପସ ଗ୍ରାଇସ ଆଦି ପକ୍ଷୀ ଆସିଥିବାର ଗଣନାରୁ ଜଣାପଡିଛି। ଗତ ବର୍ଷ ମାଲକାନଗିରି ସତୀଗୁଡା ଜଳଭଣ୍ଡାର କୁ ୩୦ପ୍ରଜାତିର ୨୦୨୦ଟି ପକ୍ଷୀ ଉଡିଆସିଥିଲେ। ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ଶୀତର ପ୍ରଭାବ କମଥିବାରୁ ପକ୍ଷୀ ମାନେ କମିଯାଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.