Home ଓଡ଼ିଶା କୁଣିଆ କଲେ କେଳଙ୍କାରୀ,ବଣ୍ଡା ନାବାଳିକା କୁ ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକ ଗିରଫ

କୁଣିଆ କଲେ କେଳଙ୍କାରୀ,ବଣ୍ଡା ନାବାଳିକା କୁ ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକ ଗିରଫ

500

ମାଲକାନଗିରି,୪ା୧ (ଓଡିଆ ପୁଅ ) ସମଗ୍ର ଦେଶ ଓ ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଅପରାଧ ବଢିଚାଲିବା ଓ ଦୁଷ୍କର୍ମକାରୀ ମାନଙ୍କ ବିରୋଧ ରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ  ଦେଶ ଓ ରାଜ୍ୟବାସୀ ସ୍ୱରଉତୋଳନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଉ ଏକ ଦୁଷ୍କର୍ମ ଘଟଣା ପଦାକୁ ଆସିଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ବଣ୍ଡାଘାଟି ଅଚଂଳରେ । ଗତ କାଲି ବଣ୍ଡାଘାଟିକୁ ଜୟପୁର ଅଚଂଳରୁ ଧନୁର୍ଯ୍ୟୟ ନାୟକ ନାମକ ଜଣେ ଯୁବକ କୁଣିଆ ହୋଇ ଜଣେ ବଣ୍ଡାସଂପ୍ରଦାୟ ଙ୍କ ଘରକୁ ବୁଲିବାକୁ ଆସିଥିଲେ । ସେ ଯୁବକ ବଣ୍ଡାଘାଟିରେ ବୁଲୁଥିବା ବେଳେ ଜଣେ ବଣ୍ଡା  ଭିନ୍ନକ୍ଷମ ନାବାଳିକା  ଏକାକି ଘରେ ଥିବାର ଦେଖି ସେ ଘରକୁ ଯାଇ ନାବାଳିକା କୁ ଯୋରଜବରଦସ୍ତ ବଳତ୍କାର କରିଥିଲେ, ନାବାଳିକା ଙ୍କ ପରିବର ଘରକୁ ଫେରିବା ପରେ ପିଡାତା ସେମାନଙ୍କ ନିକଟରେ ତାଙ୍କ ପ୍ରତି କୁଣିଆ ଜଣଙ୍କ ଦୁଷ୍କର୍ମ କରିଥିବାର କହିଥିଲେ , ପିଡିତା ଙ୍କ ପରିବାର ଲୋକେ ଏ ସଂପର୍କରେ ମୁଦୁଲିପଡା ଥାନାରେ ଏତଲା ଦେଇଥିଲେ । ମୁଦୁଲିପଡା ଥାନା ପୁଲିସ ଏ ସଂପର୍କରେ ତଦନ୍ତ କରି ଅଭିଯୁକ୍ତ ଧନୁର୍ଯ୍ୟୟ ନାୟକଙ୍କୁ ଗିରଫ କରିଛନ୍ତି । ଆଜି ଡାକ୍ତରୀ ମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାର ଜଣାପଡଛିିି । କୁଣିଆ ହୋଇ ଆସି ଜଣେ ଭିନ୍ନକ୍ଷମ ଆଦିମ ବଣ୍ଡା ଅଦିବାସୀ ସଂପ୍ରଦାୟର ନାବାଳିକା କୁ ଦୁଷ୍କର୍ମ କରିବା ଘଟଣା  ବଣ୍ଡାଘାଟି ଓ ସମଗ୍ର ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.