Home ଜିଲ୍ଲା ପରିକ୍ରମା ମାଲକାନଗିରି ରେ ଦ୍ୱିତୀୟ ଦିବସର ସଟ୍‌ଡାଉନ୍‌,କଡା ପୁଲିସ ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି ରେ ଦ୍ୱିତୀୟ ଦିବସର ସଟ୍‌ଡାଉନ୍‌,କଡା ପୁଲିସ ସୁରକ୍ଷା ବ୍ୟବସ୍ଥା

21

ମାଲକାନଗିରି,୨୫ା୪(ଓଡିଆ ପୁଅ ) କରୋନା ସଂକ୍ରମଣର ଭୟାବହତା ରୁ ସୁରକ୍ଷିତ ରହିବା ପାଇଁ ମାଲକାନଗିରି ଜିଲ୍ଲାରେ ସପ୍ତାହାନ୍ତ ଶନିବାର ଓ ରବିବାର ସଟ୍‌ଡାଉନ୍ ର ଦ୍ୱିତୀୟ ଦିବସରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ସହିତ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଯାଇଛି । ଏହି ନାଇଟ କର୍ଫ୍ୟୁକୁ ସନ୍ଧ୍ୟା ୬ଟା ଠାରୁ ଆରମ୍ଭ କରାଯାଇ ତା ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ବଳବତର ରଖା ଯାଇଛି । ଆଜି ସଟ୍‌ଡାଉନ୍ ର ଦ୍ୱିତୀୟ ତଥା ଶେଷ ଦିବସରେ ମାଲକାନଗିରି ପୌରାଚଂଳ,କାଲିମେଳା ବଜାର.ବାଲିମେଳା ଏନଏସି ଅଚଂଳ ରେ ଦୋକାନବଜାର ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ବନ୍ଦରହିଥିଲା । ମାଲକାନଗରି ସହରର ର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା ସହ ମାସ୍କ ପିନ୍ଧିନଥିବା ଅମାନିଆ ଙ୍କୁ ସାବାଡ କରାଯାଇ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ଏହା ବ୍ୟତିତ ସମଗ୍ର ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରାଯାଇଛି, ଏହା ସନ୍ଧ୍ୟା ୬ ଟା ଠାରୁ ଆରମ୍ଭ ହୋଇ ତାପରଦିନ ସକାଳ ୫ଟା ପର୍ଯ୍ୟନ୍ତ ବଳବତର ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛ । ଛତିଶଗଡ ରାଜ୍ୟ ରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସୀମାନ୍ତ ଚଲାଣଗୁଡା ଠାରେ ଏକ ଚେକପୋଷ୍ଟ କରାଯାଇ ସେଠାରେ ପୁଲିସ ମୁତୟନ କରାଯାଇଛି । ଆନ୍ତରାଜ୍ୟ ବସ ଓ ଯାନବାହନ ଚଳାଚଳ ସହ ଲୋକଙ୍କ ଯାତାୟତ ଉପରେ ରୋକ ଲଗାଇଦିଆ ଯାଇଛି । ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଚାରୋଟି ରାଜ୍ୟ ସୀମାନ୍ତ କାଲିମେଳା ବ୍ଲକସ୍ଥ ମୋଟୁ,ପଡିଆ ବ୍ଲକସ୍ଥ ଧରନାପାଲ ଓ ମାଲକାନଗିରି ବ୍ଲକସ୍ଥ ଚାଲାଣଗୁଡା ପଚାଂୟତ ଠାରେ ଚେକପୋଷ୍ଟ କରାଯାଇ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରିବା ସହିତ ଛତିଶଗରାଜ୍ୟ ସୀମା ସିଲ କରିଦିଆ ଯାଇ ୨୪ ଘଟିଂଆ ପୁଲିସ ପ୍ରହରା ଆରମ୍ଭ କରିଦେଇଛନ୍ତି । ଜରୁରୀ କାମରେ ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନ, ଛତିଶଗଡ ରୁ ଆସୁଥିବା ଓ ମାଲକାନଗରି ଜିଲ୍ଲାରୁ ଯାଉଥିବା ଯାନବାହନଗୁଡିକୁ ଜାଚଂ ସହିତ ଯାତ୍ରା କରୁଥିବା ଲୋକଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଛତିଶଗଡ ରାଜ୍ୟରୁ ଜରୁରୀ କାମରେ ଆସୁଥିବା ଦୁଇଚକିଆ,ଚାରି ଚକିଆ ଯନାବାହନ ଗୁଡିକ ନମ୍ବର ଓ ଗାଡିଚାଳକ ଙ୍କ ନାମପଜିଂକରଣ କରାଯାଉଛି, ମାଲକାନଗରି ଜିଲ୍ଲାରୁ ପଡୋଶୀ ରାଜ୍ୟକୁ ମେଡିକା କିମ୍ବା ଜରୁରୀ କାମରେ ଯାଉଥିବା ଯାନ ବାହନଗୁଡୁକୁ ମଧ୍ୟ ପଜିଂକରଣ କରାଯାଇ ଛଡା ଯାଉଛି । ମାଲକାନଗିରି ସୀମାଭିତରକୁ ପ୍ରବେଶ କଲେ ୭୨ଘଟାଂମଧ୍ୟରେ ହୋଇଥିବା କରୋନା ପରୀକ୍ଷାର ନେଗେଟିଭ ରିପୋର୍ଟ ଦେଖାଇବେ କିମ୍ବା କୋଭିଡ ଟିକାର ଦ୍ୱିତୀୟ ଡୋଜ ଫାଇନାଲ ପ୍ରମାଣପତ୍ର ଦେଖାଇବା ପାଇଁ କୁହାଯାଉଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.