Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ କୃତଜ୍ଞତା

ମୁଖ୍ୟମନ୍ତ୍ରୀଙ୍କୁ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ କୃତଜ୍ଞତା

68

ଭୁବନେଶ୍ୱର ୨୫-୪ (ଓଡ଼ିଆ ପୁଅ) ରାଜ୍ୟବାସୀଙ୍କୁ ମାଗଣା ଟିକା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଥିବାରୁ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି। କୋଭିଡ୍‌ର କଠିନ ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବାରୁ ୨ କୋଟି ଜନସାଧାରଣ ଉପକୃତ ହେବେ। ମାଗଣା ଟିକା ପାଇଁ ନିଜସ୍ୱ ବଜେଟ୍‌ରୁ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ ବହନ କରିବେ।

ଶ୍ରୀ ଦାସବର୍ମା କହିଛନ୍ତି, ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅଭାବରୁ ବହୁ ରୋଗୀ ପ୍ରାଣ ହରାଉଥିବାବେଳେ ଓଡ଼ିଶା ସହାୟତାର ହାତ ବଢ଼ାଇଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୬ଟି ରାଜ୍ୟକୁ ଓଡ଼ିଶା ଅମ୍ଲଜାନ୍‌ ପଠାଇ ନୂଆ ଉଦାହରଣ ସୃଷ୍ଟି କରିଛି। ଓଡ଼ିଶାରେ କୋଭିଡ୍ ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି। ଓଡ଼ିଶାରେ ଅକ୍ସିଜେନ୍‌ର ମଧ୍ୟ ଅଭାବ ହୋଇନାହିଁ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟରେ କୋଭିଡ୍ ପରିଚାଳନା ଜାରି ରହିଛି। ଆଗକୁ ଏହି କଠିନ ସ୍ଥିତିର ମୁକାବିଲା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୋଷ୍ଠୀ ଓ ସମାଜର ପ୍ରତ୍ୟେକ ବର୍ଗଙ୍କର ସହଯୋଗ କାମନା କରିଛନ୍ତି। ଏହାକୁ ଅନୁପାଳନ କରିବା ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.