Home ଓଡ଼ିଶା ମାଲକାନଗିରି ରେ କାଳବୈଶାଖୀର ତାଣ୍ଡବ, ଗଛପଡି ଘରଭାଙ୍ଗିଲା, ଅଳ୍ପକେ ବର୍ତିଲେ ବୃଦ୍ଧା

ମାଲକାନଗିରି ରେ କାଳବୈଶାଖୀର ତାଣ୍ଡବ, ଗଛପଡି ଘରଭାଙ୍ଗିଲା, ଅଳ୍ପକେ ବର୍ତିଲେ ବୃଦ୍ଧା

343

ମାଲକାନଗିରି, ୨୮ା୪(ଓଡିଆ ପୁଅ ) ଗତ କିଛିଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ୪୨ରୁ ୪୩ଡିଗ୍ରୀ କୁ ତାପାମାତ୍ରା ବୃଦ୍ଧିପାଇ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ପ୍ରବଳ ଗରମରେ ଜିଲ୍ଲାବାସୀ ସନ୍ତୁଳିତ ହେଉଥିବାବେଳେ ଗତ କାଲି ସନ୍ଧ୍ୟାରେ ଘୂର୍ଣ୍ଣିଝଡ ଓ ପବନରେ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାର ଜଣାପଡିଛି। ବିଶେଷରି ମାଲକାନଗିରି ବ୍ଲକସ୍ଥ ତଣ୍ଡିକି ପଞ୍ଚାୟତ ବୁରୁଦି ଗ୍ରାମରେ କାଳବୈଶାଖୀର ପ୍ରଭାବ ପଡିଛି। ପ୍ରବଳ ବେଗରେ ଘୂର୍ଣ୍ଣିଝଡ ହେବାରୁ ବୁରୁଦି ଗ୍ରାମର ସେରଙ୍ଗିମାଡକାମି(୭୦)ଙ୍କ ଘରଉପରେ ବୃହତ ତେନ୍ତୁଳିଗଛ ଉପୁଡି ପଡି ଘର ଓ କାନ୍ଥ ଭିଙ୍ଗିବା ସହିତ ପବନରେ ଛପର ଉଡାଇ ନେଇଛି।ଘର ଉପରେ ଗଛପଡିବା ବେଳକୁ ବୃଦ୍ଧା ସେରଙ୍ଗି ଘରେ ରୋଷେଇ କରୁଥିଲେ। ଘରଭିତରେ ଆବଦ୍ଧ ହୋଇ ରହି ଯାଇଥିବାରୁ ଗ୍ରାମବାସୀ ମାନେ ସେରଙ୍ଗିଙ୍କୁ ଘରୁ ଉଦ୍ଧାରକରି ବାହରକୁ ଆଣିଥିଲେ। ସେ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ମରଣ ମୁହଁରୁ ଅଳ୍ପକେ ବର୍ତି ଯାଇଛନ୍ତି। ସେହି ସମୟରେ ତାଙ୍କ ପୁଅ, ବୋହୁ ମାନେ ବାହାରକୁ କାମକରିବାକୁ ଯାଇଥିଲେ। ପରେ ଗ୍ରାମବାସୀ ମାନେ ଜଣାଇବାରୁ ସେମାନେ ଘରକୁ ଫେରି ମା ଙ୍କର ଚିକିତ୍ସା କରିଥିଲେ। କାଳବୈଶାଖୀରେ ସେରଙ୍ଗିଙ୍କ ଘର ଭାଙ୍ଗି ଯାଇଥିବାରୁ ସେ ବାସହରା ହୋଇ ତାଙ୍କ ପରିବାରଙ୍କ ସହିତ ପାଖ ପଡୋଶିଘରେ ଆଶ୍ରୟ ନେଇଛନ୍ତି। ଗତ କିଛି ମାସତଳେ ସେରଙ୍ଗି ମାଡକାମିଙ୍କ ସ୍ୱାମୀ ସମା ମାଡକାମି ବେମାରରେ ପଡି ମୃତ୍ୟୁଘଟିଥିଲା। ସେରଙ୍ଗିଙ୍କୁ ବିଧବା ଭତା କି ଇନ୍ଦିରା ଆବସ ଟିଏ ମିଳିନଥିବା ବେଳେ ବେଡିଉପରେ କୋରଡା ମାଡ ପରି ଆଗରୁ ଥିବା ପୁରଣାଘରଟି ଘୂର୍ଣ୍ଣିଝଡରେ ଭାଙ୍ଗିଗଲା। ସେହି ଘରେ ସେରଙ୍ଗି, ତାଙ୍କ ପୁଅ ରାମ, ଧନସାଇ, ବୋହୁ ମଙ୍ଗିଲି, ମାଣ୍ଡେଇ, ଝିଅ ଧନମତି ରହୁଥିଲେ। ଏହି ବେସାହାରା ଗରିବ ଆଦିବାସୀ ପରିବାରଙ୍କୁ ତୁରନ୍ତ ଜିଲ୍ଲାପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଦେବା ସହିତ ବିଜୁପକାଗୃହ ଯୋଗାଇ ଦେବାପାଇଁ ବୁରୁଦି ଅଞ୍ଚଳର ଆଦିବାସୀ ନେତା ଶୁକ୍ରା ମାଢି ଙ୍କ ସହିତ ଗ୍ରାମବାସୀ ମାନେ ମାଲକାନଗିରି ତହସିଲଦାର ଙ୍କ ନିକଟରେ ଦାବିଜଣାଇଛନ୍ତି। ଏହି ବର୍ଷା ଓ ପବନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କ ଘରଦ୍ୱାର ଉଡାଇ ନେବାସହିତ ରାସ୍ତାରେ ଗଛ ଉପୁଡି ପଡିଛି। ଅନେକ ଚାଳଘର ଉଡାଇନେବା ସହିତ ଗଛପଡିରାସ୍ତା ଅବୋରୋଧ ହୋଇଛି। ଜିଲ୍ଲା ସଦର ମହକୁମା ଠାରେ ବିଦ୍ୟୁତ, ଟେଲିଫୋନ, ଇଣ୍ଟରନେଟ ସେବା ମଧ୍ୟ ଗତ କାଲି ସନ୍ଧ୍ୟାଠାରୁ ରାତ୍ର ପର୍ଯ୍ୟନ୍ତ ବନ୍ଦରହଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.