Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଉତ୍କଳ ଗୌରବ ମଧୂବାବୁଙ୍କ ଜୟନ୍ତୀ ପାଳିତ

ମାଲକାନଗିରି ଜିଲ୍ଲାରେ ଉତ୍କଳ ଗୌରବ ମଧୂବାବୁଙ୍କ ଜୟନ୍ତୀ ପାଳିତ

255

ମାଲକାନଗିରି,୨୮ା୪ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଭିମାନଦିବସ ଓ ଉତ୍କଳଗୌରବ ମଧୂବାବୁଙ୍କ ଜୟନ୍ତୀ ଆଡମ୍ବର ସହକରେ ପାଳିତ ହୋଇ ଯାଇଛି । ଆନ୍ଦ୍ରଓଡିଶା ଛତିଶଗଡ ସୀମାନ୍ତ ମୋଟୁ ଠାରେ ଥିବା ସାବେରୀ, ସିଲେରୁ, ଚିନାଗୋଦାବରି ତ୍ରୀନଦୀ ସଙ୍ଗମ ସ୍ଥଳରେ ପ୍ରତିଷ୍ଟିତ ମଧୂସୁଦନ ପାର୍କରେ ଉତ୍କଳ ଗୌରବ ମଧୂବାବୁଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି ,ମାଲକାନଗିରି ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ବାର ଏସୋସିଏସନ ପରିସରରେ ସଭାପତି ନୃସିଂହଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଜୟନ୍ତୀ, ସ୍ୱାଭିମାନ ଦିବସ ଅବସରରେ ଶତାଧିକ ଆଇନଜୀବୀ ମାନେ ଉପସ୍ଥିତରହି ମଧୂବାବୁଙ୍କ  ଫଟୋଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିଥିଲେ । ଠିକ ସେହିପରି ପୂବ ର୍ତନ ବୋର୍ଡ ଉଚପ୍ରାଥମିକ ବିଦ୍ୟାଳୟ ପରିସରରେ ମଧୂବାବୁଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଅନୁରୁପ ମାଲକାନଗିରି ସର୍କିଟହାଉସ ପରିସରରେ ସ୍ଥାପିତ ଉତ୍କଳ ଗୌରବ ମଧୂବାବୁଙ୍କ  ପ୍ରତିମୂର୍ତିରେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ ମାଲ୍ୟାର୍ପଣ କରି  ସ୍ୱତନ୍ତ୍ର ଓଡିଶାର ନିର୍ମାତା ସ୍ୱାଭିମାନ ପୁରୁଷ ଉତ୍କଳ ଗୌରବ ମଧୂସୁଦନ ଦାସ ଙ୍କ ବହୁମୁଖି ପ୍ରତିଭା ସଂପର୍କରେ  ସୁଚନା ଦେବାସହିତ  ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ କହିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.