Home ଜିଲ୍ଲା ପରିକ୍ରମା ମାଲକାନଗିରି ରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ,୩୦ଜଣ ପୁଲିସ ସମ୍ମାନିତ

ମାଲକାନଗିରି ରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ,୩୦ଜଣ ପୁଲିସ ସମ୍ମାନିତ

32

ମାଲକାନଗିରି,୪ା ୪ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ସଂସ୍କୃତିଭବନ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବରେ ଡିଜିପି ଶ୍ରୀ ଅଭୟ ମୁଖ୍ୟଅତିଥି ଭାବେ ଯୋଗଦେଇ ମାଓପ୍ରବଣ ଅଚଂଳରେ ପୁଲିସ ସେବା କ୍ଷେତ୍ରରେ ଉଲେଖ୍ୟନୀୟ ସଫଳତା ପାଇଁ ଜିଲ୍ଲାର ୩୦ଜଣ ପୁଲିସଙ୍କୁ ସମ୍ମାନିତ କରିଛନ୍ତି । ସ୍ୱତନ୍ତ୍ର ହେଲିକେପ୍ଟରରେ ଯୋଗେ ଆଜି ସକାଳେ ମାଲକାନଗିରି ଠାରେ ଡିଜିପି ଶ୍ରୀ ଅଭୟ ପହଁଚି ଏହି ପଦକ ବିତରଣ ଉତ୍ସବରେ ଯୋଗଦେଇ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ,ସହକାରି ଏସପି ଉଦ୍ଧବଚରଣ ନାୟକ,ସବଇନିସପେକ୍ଟର ସୁରଜକୁମାର ଝାଙ୍କର,ଏସଆଇ ଲକ୍ଷମିନାରାୟଣ ମୁଦୁଲି,ଏସଆଇ ଅଂଶୁମାନ ପ୍ରଧାନ ଙ୍କ ସହିତ ହାବିଲଦାର,କନେଷ୍ଟବଳ ଓ ଅନ୍ୟାନ ୩୦ଜଣ ପୁଲିସ କର୍ମଚାରୀ ଙ୍କୁ ମାଓପ୍ରବଣ ଅଚଂଳରେ ପୁଲିସ ସେବା ଓ କୋଭିଡ ସମୟରେ ଲୋକଙ୍କୁ ସେବା ଯୋଗାଇଦେବା କ୍ଷେତ୍ରରେ ଉଲେଖ୍ୟନିୟ ସଫଳାତା ପାଇଁ ପୁଲିସ ପଦକ ସହିତ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଡିଜିପି ଙ୍କ ସହିତ ଗୋଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର.କେ .ଶର୍ମା,ଆଇଜି ଅପରେସନ ଅମିତାଭ ଠାକୁର,ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ,କୋରାପୁଟ ଡିଆଇଜି ପଣ୍ଡିତ ରାଜେଶ ଉତମରାଓ,ବିଏସଏଫ ଡିଆଇଜି ଏସ.କେ. ସିଂ, ଏସପି ରିଶିକେଶ ଡି ଖିଲାରୀ ପ୍ରମୁଖ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପଦକ ବିତରଣ ଉତ୍ସବ ପରେ ଜିଲ୍ଲାସଦର ମହକୁମା ଏମଭି୨ ଗ୍ରାମ ଠାରେ ନୂତନ ଏସଡିପିଓ ଙ୍କ କାର୍ଯ୍ୟାଳୟ କୁ ଡିଜିପି ଶ୍ରୀ ଅଭୟ ଉଦଘାଟନ କରିଥିଲେ । ମାଓଦମନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲାପୁଲିସ ଉଲେଖ୍ୟନୀୟ ସଫଳତା ହାସଲ କରିଛି ।ଆଗକୁ ମାଓଦମନ ପାଇଁ ଅପରେସନକୁ ଯୋରଦାର କରାଯିବ ଓ ଆବଶ୍ୟକତା ପଡିଲେ ଓଡିଶା ,ଆନ୍ଦ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟ ପୁଲିସର ମିଳିତ ଅପରେସନ ସୀମାନ୍ତ ବର୍ତି ମାଓପ୍ରବଣ ଅଚଂଳରେ ଜାରିରହିବ ବୋଲି ଡିଜିପି ଶ୍ରୀ ଅଭୟ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.