Home ଓଡ଼ିଶା ମାଲକାନଗିରି ପୌରାଚଂଳରେ ୧୮ବର୍ଷରୁ ୪୪ବର୍ଷ ବ୍ୟକ୍ତିଙ୍କୁ କୋଭିଡ ଟିକାକରଣ ଆରମ୍ଭ

ମାଲକାନଗିରି ପୌରାଚଂଳରେ ୧୮ବର୍ଷରୁ ୪୪ବର୍ଷ ବ୍ୟକ୍ତିଙ୍କୁ କୋଭିଡ ଟିକାକରଣ ଆରମ୍ଭ

38

ମାଲକାନଗିରି,୭ ।୬ (ଓଡିଆ ପୁଅ ) ମାଲକାନଗିରି ପୌରପରିଷଦ ଅଚଂଳରେ ମଙ୍ଗଳବାର ଠାରୁ ୧୮ବର୍ଷରୁ ୪୪ବର୍ଷର ବ୍ୟକ୍ତିଙ୍କୁ କୋଭିଡ ଟିକା ପ୍ରଦାନ କରାଯିବ । ଆଜି ସନ୍ଧ୍ୟା ୫ଘଟିକା ଠାରୁ କୋଇନ ପୋଟାଲ ରେ ନାମପଜିଂକରଣ ଆରମ୍ଭ ହୋଇଯାଇଛି । ମାଲକାନଗିରି ଜିଲ୍ଲା ହସପିଟାଲ,ବିବିଗୁଡା ସ୍କୁଲ,ଏକ୍ସ ବୋର୍ଡ ସ୍କୁଲ,ବୁଟିଗୁଡା ସ୍କୁଲ,ସରକାରି ବାଳିକା ଉଚ୍ଚବିଦ୍ୟାଳୟ ୫ଟି ସ୍ଥାନରେ ଏହି ଚିକାକରଣ କେନ୍ଦ୍ର ଖୋଲାଯାଇଛି । ସକାଳ ୯ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକାପ୍ରଦାନ କରାଯିବ,ଏହି ଟିକାକରଣ କାର୍ଯ୍ୟରେ ୧୬ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁତୟନ କରାଯାଇଛି । ଏହା ୮ତାରିଖ ଠାରୁ ୧୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପୌରାଚଂଳରେ ଥିବା ୧୮ବର୍ଷରୁ ୪୪ବର୍ଷର ବ୍ୟକ୍ତି ମାନେ ନିଜ ନାମ ପଜିଂକରଣ କରି ପୌରାଚଂଳରେ ଖୋଲା ଯାଇଥିବା ଟିକାକରଣ କେନ୍ଦ୍ରରେ କୋଭିଡ ନିୟମ ମାନି ଟିକାନେବା ପାଇଁ ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ଓ ସିଡିଏମଓ ଡାକ୍ତର ପ୍ରଫୁଲକୁମାର ନନ୍ଦ ପୌରାଚଂଳବାସୀ ଙ୍କୁ ପରାମର୍ଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.