Home ଓଡ଼ିଶା ଦୁର୍ଘଟଣାରେ ଆହତ ଗୋମାତାଙ୍କୁ ଉଦ୍ଧାର କରି ଚିକିତ୍ସାବ୍ୟବସ୍ଥା କଲେ ସ୍ୱେଚ୍ଛାସେବି

ଦୁର୍ଘଟଣାରେ ଆହତ ଗୋମାତାଙ୍କୁ ଉଦ୍ଧାର କରି ଚିକିତ୍ସାବ୍ୟବସ୍ଥା କଲେ ସ୍ୱେଚ୍ଛାସେବି

42

ମାଲକାନଗିରି,୭ ।୬( ଓଡିଆ ପୁଅ ) ଅଜଣାଗାଡି ଧକ୍କାରେ ଦୁର୍ଘଟଣାଗସ୍ତ ହୋଇ ଗୁରୁତର ଭାବେ ଆହତ ଅବସ୍ଥାରେ ରାସ୍ତାକଡରେ ପଡିଥିବା ଗୋ ମାତାଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରିଛନ୍ତି ସ୍ୱେଚ୍ଚା ସେବୀଯୁବକମାନେ । ମାଲକାନଗିରି ଜିଲ୍ଲା ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଦୁର୍ଘଟଣାରେ ଦୁଇଟି ଗୋଡ ଭାଙ୍ଗି ଭୋକ ଉପାସରେ ଗୋ ମାତା ଟିଏ ପଡିଥିବା ଖବର ପାଇ ବାଲିମେଳାର ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ଓ
ଲକ୍ଷମ୍‌ିନରାୟଣ ଗୋଶାଳାର ସଭାପତି ସୁନିଲ ଦାସ,ସଂପାଦକ ଟୁକୁଲୁ ପ୍ରଧାନ, ସନ୍ତୋଷ ସାମଲ, ଶରତ ଚନ୍ଦ୍ର ପାଢୀ,ସନ୍ତୋଷ ସାହୁ, ତାଙ୍କ ଟିମ ସେଠାରେ ପବହଁଚି ସେହି ଗୋମାତାଙ୍କୁ ଉଦ୍ଧାର କରିଥିଲେ । ପ୍ରାଣିଧନ ଚିକିତ୍ସାଳୟର ନୋଡାଲ ଅଫିସର ଡ.ବିକାଶ ସର୍ଦାର ଓ ମିଥିଲି ପ୍ରାଣିଧନ ଚିକିତ୍ସାଳୟର ଡାକ୍ତର ଙ୍କ ସହ ଯୋଗରେ ସେହି ଗୋମାତାଙ୍କ ଚିକିତ୍ସା ସହିତ ଦୁଇଟି ଯାକ ଗୋଡକୁ ପ୍ଲାଷ୍ଟର କରାଯାଇଥିଲା । ଗତ ଦୁଇଦିନ ହେଲା ସେହି ଗୋମାତାଙ୍କୁ ଚିକିତ୍ସା ଜାରି ରହିଛି ।ଗତ ୪ଦିନ ହେଲା ଗୋମାତାଙ୍କୁ ମାଥିଲି ଅଚଂଳର ଦୁର୍ଗାପ୍ରସାଦ ରାଜୁ ଓ ତାଙ୍କ ସାନ ଭଉଣୀ ମାଧୁରୀ ରାଜୁ ସକାଳେ ଓ ସନ୍ଧ୍ୟାରେ ଖାଦ୍ୟ ଯୋଗାଇ ଦେଉଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.