Home ଓଡ଼ିଶା ମାଲକାନଗିରି ପୁଲିସର ସଫଳତା,ଦୁର୍ଘଟଣା ଘଟାଇଥିବା ଗାଡି ଜବତ କରି ଡ୍ରାଇଭର କୁ ଗିରଫକଲେ

ମାଲକାନଗିରି ପୁଲିସର ସଫଳତା,ଦୁର୍ଘଟଣା ଘଟାଇଥିବା ଗାଡି ଜବତ କରି ଡ୍ରାଇଭର କୁ ଗିରଫକଲେ

66

ମାଲକାନଗିରି,୨୭ ।୧୦(ଓଡିଆ ପୁଅ ) ଗତ କାଲି ସନ୍ଧ୍ୟାରେ ମାଲକାନଗିରି ମୋଟୁ ୩୨୬ନମ୍ବର ଜାତୀୟରାଜପଥ ଏମଭି୧୩ ଗ୍ରାମ ନିକଟରେ ଅଜଣା ଗାଡି ଧକ୍କାରେ ସ୍କୁଟି ଆରୋହି ସହିତ ସ୍କୁଟିରେ ବସିଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ଗାଡିଟି ଘଟଣାସ୍ଥଳରୁ ପଳାଇଥିଲା । ଏହି ଘଟଣାକୁ ଗୁରୁତ୍ୱ ଦେଇ ମାଲକାନଗରି ଥାନା ପୁଲିସ ରାତି ତମାମ ବିଭିନ୍ନ ସ୍ଥାନରେ ଚଢଉକରି ଖୋଜା ଖୋଜି ଆରମ୍ଭ କରିଦେଇଥିଲେ ୧୨ଘଟାଂ ମଧ୍ୟରେ ଆଜି ଭୋରରୁ ମାଲକାନଗିରି ଥାନାସ୍ଥ ଉର୍ମାଗୁଡା ଆଦିବାସୀ ଗ୍ରାମ ନିକଟରୁ ପୁଲିସ ଏକ ପାଇପ ବୋଝେଇ ଟ୍ରକ କୁ ଜବତ କରିଛନ୍ତି । ସେହି ଗାଡିର ଡ୍ରାଇଭରକୁ ଥାନାକୁ ଆଣିପଚରା ଉଚରା କରିବାରୁ ସେହି ଗାଡି ହିଁ ସେ ଦୁଇଜଣଙ୍କ ଉପରେ ମାଡି ଗଲାରୁ ସେମାନଙ୍କର ମୃତ୍ୟୁ ଘଟିଛି, ଭୟରେ ଗାଡି ଚାଳକ ଗାଡିକୁ ନେଇ ଏକ ଆଦିବାସୀ ଗ୍ରାମଭିତରକୁ ପଳାଇଥିଲା । ଗାଡିଟି ରାଜସ୍ଥାନର ଏକ ଟ୍ରାନ୍ସପୋର୍ଟ କମ୍ପାନୀର,ଗାଡି ନମ୍ବର ଆର.ଜେ ୧୯ଜିବି୮୧୪୮ ,ଗାଡିଚାଳକ ରାଜସ୍ଥାନ କଲ୍ୟାଣପୁର ଥାନା ଅଚଂଳର ଗୋକାଲ ରାମ ବୋଲି ଜଣାପଡିଛି, ମାଲକାନଗିରି ଥାନା କେସ ନମ୍ବର ୪୯୬/୨୦୨୧ ରେ ମାମଲା ରୁଜୁକରାଯାଇ ଡ୍ରାଇଭର ଗୋକାଲ ରାମ କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ସୁଚନା ଦେଇଛନ୍ତି । ଆଜି ସକାଳେ ଦୁର୍ଘଟଣାରେ ମୃତ ଦୁଇପରିବାର ଓ ଗ୍ରାମବାସୀ ମାନେ ମା÷ଲକାନଗିରି ଥାନାକୁ ଆସି ଗାଡି ମାଲିକ ମୃତ ପରିବାରଙ୍କୁ କ୍ଷତିପୁରଣ ଦେବାପାଇଁ ଦାବିଜଣାଇଛନ୍ତି । ବିଶେଷ କରି ଦୁର୍ଘଟଣାରେ ନିଲିଗୁଡା ଗ୍ରାମର ମୁରଲି ଧର ବାଜାଂମୀ ଙ୍କ ମୃତ୍ୟୁପରେ ତାଙ୍କ ପରିବାର ଅସହାୟ ହୋଇପଡିଛନ୍ତି ,ସେ ଘରକୁ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ ,ତାଙ୍କର ତିନୋଟି ବଡ ବଡ ଝିଅ ଅଛନ୍ତି,କେହି ବ ିଜଣେ ହେଲେ ବିବାହ କରାନହାଁନ୍ତି,ତାଙ୍କର ମୃତ୍ୟୁରେ ପରିବାର କେମିତି ଚଳିବ ପିଲାମାନେ କେମିତି ପାଠ ପଢିବେ ସେନେଇ ତାଙ୍କର ପତ୍ନୀ ଚିନ୍ତିତ ହୋଇପଡିଛନ୍ତି । ସୁଚନା ଯୋଗ୍ୟ ଯେ ଗତ କାଲି ସନ୍ଧ୍ୟାରେ ନିଲିଗୁଡା ଗ୍ରାମର ମୁରଲୀ ଧର ବାଜଂମୀ(୫୦) ଙ୍କ ସ୍କୁଟି ଗାଡିରେ ଲିଫଟ ମାଗି ଘକୁ ଫେରୁଥିବା ଏମପିଭି୭୧ ଗ୍ରାମର ଅଜଂନା ସରଦାର(୩୭) ମାଲକାନଗିରି ମୋଟୁ ଜାତୀୟ ରାଜପଥ ଏମଭି୧୩ ଗ୍ରାମ ନିକଟ ରେ ଅଜଣାଗାଡି ଧକ୍କା ଦେଇ ପଳାଇଥିଲା । ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା । ସେମାନଙ୍କ ପିଲାମାନେ ଭୁବନେଶ୍ୱର ଠାରେ ପାଠପଢୁଥିବାରୁ ଗତକାଲି ସନ୍ଧ୍ୟାରେ ସେ ଦୁହେଁ ମାଲକାନଗିରି ବସଷ୍ଟାଣ୍ଡଠାରେ ଭୁବନେଶ୍ୱର ବସରେ ବସାଇଦେଇ ସେ ନିଜଘରକୁ ଫେରୁଥିଲେ । ଫେରିବା ରାସ୍ତାରେ ଦୁର୍ଘଟଣାରେ ଦୁହିଁଙ୍କର ମୃତ୍ୟୁଘଟିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.