Home ଜିଲ୍ଲା ପରିକ୍ରମା ଶିକ୍ଷକଙ୍କୁ ଛାଟ୍‌, କାର୍ଯ୍ୟରେ ଅବହେଳା ପାଇଁ ଗୋଟିଏ ମାସର ଦରମା ବନ୍ଦ, ୪ ସିଆରସିସିଙ୍କୁ କାରଣ...

ଶିକ୍ଷକଙ୍କୁ ଛାଟ୍‌, କାର୍ଯ୍ୟରେ ଅବହେଳା ପାଇଁ ଗୋଟିଏ ମାସର ଦରମା ବନ୍ଦ, ୪ ସିଆରସିସିଙ୍କୁ କାରଣ ଦର୍ଶାଅ ନୋଟିସ

33

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା କଟକଣା ଥିବାରୁ ଦୀର୍ଘ ୧୮ମାସ ହେବ ବିଭିନ୍ନ ବିଦ୍ୟାଳୟ ବନ୍ଦ ରହିଥିବାବେଳେ ପରିସ୍ଥିତି ଧିରେ ଧିରେ ସ୍ୱାଭାବିକ୍ ହେଉଥିବାରୁ ପ୍ରଥମ ଦଫାରେ ନବମ ଓ ଦଶମ ବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟସରକାର ନିର୍ଦ୍ଦେଶ ଦେଇଥିଲେ । ପରିବର୍ତ୍ତି ସମୟରେ ୨୫ତାରିଖ ଠାରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ଏବଂ ବିଦ୍ୟାଳୟ ଖୋଲିବା ପୂବରେୁ ବିଦ୍ୟାଳୟ ପରିସର ସଫା ସୁତୁରା, ପାଇଖାନା ଓ ପରିବେଶ ସ୍ୱଚ୍ଛତା ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଧାମନଗର ବ୍ଲକର ଭଗବାନପୁର ନୋଡ଼ାଲ ସ୍କୁଲର ବିଦ୍ୟାଳୟ ସମ୍ପୁର୍ଣ୍ଣଭାବରେ ଅପରିସ୍କାର ରହିବା ସହିତ ପାଇଖାନା ମଧ୍ୟ ଅପରିଷ୍କାର ରହିଥିଲା । ଏନେଇ ଧାମନଗର ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷାଧିକାରୀ ଭୀମସେନ ହୋ ଉକ୍ତ ବିଦ୍ୟାଳୟରେ ପହଂଚି ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଉକ୍ତ ବିଦ୍ୟାଳୟର ୬ଜଣ ଶିକ୍ଷକ ବିନା କାରଣରେ ଅନୁପସ୍ଥିତ ରହିଥିବା ଦେଖି ତାଙ୍କ ନାମରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିଷ୍ପତି ନିଆଯାଇଥିଲା ।

ସେହିପରି ବ୍ଳକ ଶିକ୍ଷାଧିକାରୀ ପିତାମ୍ବର ବାରିକ କେତେକ ବିଦ୍ୟାଳୟ ପରିଦର୍ଶନ ସହିତ ମୋବାଇଲ ଟ୍ରାକିଂରେ ଶିକ୍ଷକ ମାନଙ୍କର ଭୂମିକା ଉପଲବ୍ଧି କରିଥିଲେ ଏବଂ ଶିକ୍ଷକ ମାନେ ମିଛ କହୁଥିବାର ମଧ୍ୟ ଅନୁଭବ କରିଥିଲେ । ତେବେ ତାଙ୍କ ନାମରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ସହିତ ଗୋଟିଏ ମାସର ଦରମା ବନ୍ଦ କରାଯିବାପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଭଗବାନପୁର ନୋଡ଼ାଲ ବିଦ୍ୟାଳୟର ୬ଜଣ, ଜଗନ୍ନାଥ ନୋଡ଼ାଲ ଆନନ୍ଦପୁରର ୬ଜଣ, ଦୁର୍ଗାଦେବୀ ନୋଡ଼ାଲ କଲ୍ୟାଣୀ ନଗରୀର ୬ଜଣ, ଗୋଠିଣା ନୋଡ଼ାଲର ୪ଜଣ ଏବଂ ପଳିକିରୀ ନୋଡ଼ାଲ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ଆକାଉଂଟ ସେକ୍ସନକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏଥିସହ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଖଙ୍ଗରା, ବାପୁଜି ନୋଡ଼ାଲ, ବମକୁରା ଓ ଧାମନଗର ଫିଡ଼ର ଆଂଚଳିକ ସାଧନକେନ୍ଦ୍ରର ସିଆରସିସି ମାନଙ୍କ ମଧ୍ୟ ସେମାନଙ୍କର କାର୍ଯ୍ୟର ଅବହେଳା ପାଇଁ କାରଣ ଦର୍ଶାଓ ନୋଟିସ ଜାରିକରିଥିବା ବେଳେ ଭଗବାନପୁର ଓ ପଳିକିରୀ ନୋଡ଼ାଲ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗୋଟିଏ ଦିନର ଦରମା ଏବଂ ଅନ୍ୟ ୧୬ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗୋଟିଏ ମାସର ଦରାମା ବନ୍ଦ କରିବା୍‌କୁ ନିର୍ଦ୍ଦେଶ ଦିଆଯାଇଥିବା ବ୍ଳକ ଶିକ୍ଷାଧିକାରୀ ଶ୍ରୀ ବାରିକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.