Home ଓଡ଼ିଶା ମାଲକାନଗିରି ପୁଲିସର ସଫଳତା,୧୨୦କେଜି ଗଜେଂଇ ସହ ସ୍କର୍ଫିଓ ଗାଡି ଓ ୧ଲକ୍ଷ୬୦ହଜାର ଟଙ୍କା ଜବତ, ୪ଜଣ...

ମାଲକାନଗିରି ପୁଲିସର ସଫଳତା,୧୨୦କେଜି ଗଜେଂଇ ସହ ସ୍କର୍ଫିଓ ଗାଡି ଓ ୧ଲକ୍ଷ୬୦ହଜାର ଟଙ୍କା ଜବତ, ୪ଜଣ ଗିରଫ

60

ମାଲକାନଗିରି,୧୭ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପୁଲିସ କୁ ଏକ ବଡଧରଣ ସଫଳତା ମିଳିଛି । ଗତକାଲି ରାତିରେ ମାଲକନଗିରି ଆଦର୍ଶ ଥାନାର ସବଇନିସପେକ୍ଟର ଶିବପ୍ରସାଦ ଭଦ୍ର ଓ ପୁଲିସ ସଦଳବଳ ରାତ୍ର ପେଟ୍ରୋଲିଂ କରୁଥିବା ବେଳେ ମାଲାକନଗିରି ବାଲିମେଳା ରାସ୍ତା ଗୌଡଗୁଡା ଛକ ନିକଟରେ ଏକ ମହିନ୍ଦ୍ରା ସ୍କର୍ଫିଓ ଗାଡି ଦୃତଗତିରେ ପଳାଉଥିବାର ଦେଖି ତାକୁ ଗୋଡାଇ ଧରିଥିଲେ । ଗାଡିଟିକି ଜାଚଂକରିବାରୁ ସେଥିରୁ ୬ଟି ପ୍ଲାଷ୍ଟିକ ବସ୍ତାରେ ଗଜେଂଇ ଥିବାର ଦେଖିବାକୁ ପାଇଥିଲେ । ଗାଡି ଓ ଗଜେଂଇ ଜବତ ସହ ଗାଡିରେ ବସିଥିବା ୪ଜଣ ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ନେଇଥିଲେ । ଆଜି ସକାଳେ ଜବତ ଗଜେଂଇଗୁଡିକୁ ଓଜନ କରିବାରୁ ୬ଟି ପ୍ଲାଷ୍ଟିକ ବସ୍ତାରେ ୧୨୦କେଜି ଗଜେଂଇ ଥିଲା । ଗିରଫ ୪ଜଣଙ୍କ ନିକଟରୁ ନଗଦ ୧ଲକ୍ଷ ୫୫ହଜାର୯୪୫ଟଙ୍କା,୪ଟି ମୋବାଇଲ ଫୋନ,ଆଧାର କାର୍ଡ,ଡ୍ରାଇଭିଂଲାଇସେନ୍ସ,ଏଟିଏମ କାର୍ଡ, ପାନ କାର୍ଡ ପୁଲିସ ଜବତ କରିଛି । ଗିରଫ ୪ଜଣ ହେଲେ ଉତରପ୍ରଦେଶର ଇସ୍ତେକାର,ଖାଲିଡ,ଅଜିତ ରାନା ଓ ମାଲକାନଗିରି ଥାନାସ୍ଥ ଏମଭି୧୧ ଗ୍ରାମର ହରିଦାଶ ବିଶ୍ୱାସ ଓରଫ ଭାଗ ବିଶ୍ୱାସ, ଏମାନେ ଚିତ୍ରକୋଣ୍ଡା ଅଚଂଳରୁ ଚୋରାରେ ଏହି ଗଜେଂଇ ଗୁଡିକୁ କ୍ରୟକରି ଉତରପ୍ରଦେଶ କୁ ବିକ୍ରୟ କରିବା ନିମନ୍ତେ ନେଉଥିବାର ପୁଲିସ ନିକଟରେ ପ୍ରକାଶ କରିଛନ୍ତି । ଗିରଫ ୪ଜଣଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି । ଚଳିତ ବର୍ଷ ମାଲାକନଗିରି ଜିଲ୍ଲାପୁଲିସ ପକ୍ଷରୁ ବିଭିନ୍ନସ୍ଥାନ ଚଢାଉକରା ଯାଇ ୫୫ଟି ଚୋରା ଗଜେଂଇ ଚାଲାଣ ମାମଲା ରୁଜିହୋଇଛି,ଆଜି ସୁଦ୍ଧା ୧୫,୫୪୮.୧୫୦ କେଜି ଚୋରା ଗଜେଂଇ ଓ ୫୧ଟି ଗାଡି ଜବତ ସହ ୧୦୮ଜଣ ଙ୍କୁ ଗିରଫ କରାଯାଇଛି ବୋଲି ଆଜି ଏ ସମ୍ପର୍କ ମାଲକାନଗିରି ଏସପି ରିଶିକେଶ ଡି. ଖିଲାରୀ ପ୍ରେସ ନୋଟ ମାଧ୍ୟମରେ ଗଣ ମାଧ୍ୟମକୁ ଜଣାଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.