Home ଆମ ପର୍ବ ପର୍ବାଣୀ ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ ନୀତି ଅନୁଷ୍ଠିତ

ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ ନୀତି ଅନୁଷ୍ଠିତ

138

ପୁରୀ ୧୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଆଜିର ତୀଥିରେ ମହାପ୍ରଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ଜଗନ୍ନାତଙ୍କୁ କୃଷ୍ଣ ଓ ବଳଭଦ୍ରଙ୍କୁ ବଳରାମ ଭାବେ ସୁସଜ୍ଜିତ କରାଯାଇଥିବା ବେଳେ ଦେବୀ ସୁଭଦ୍ରା ଚତୁଃଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁକ୍ଷ ସହ ପଦ୍ମାସନରେ ଉପବେଶନ କରନ୍ତି ଉଭୟ କୃଷ୍ଣ ଏବଂ ବଳରାମ କାଷ୍ଠ ନିର୍ମିତ ଦୁଇ ଗୋଡ ଛନ୍ଦି ଛନ୍ଦ ପୟର ମୁଦ୍ରାରେ ରହିଥାନ୍ତି। ଜଗନ୍ନାଥଙ୍କ ଗୋଟିଏ ହସ୍ତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଥାଏ। ବଳରାମଙ୍କ ଡାହଣ ହସ୍ତରେ ସିଂଘ, ଏବଂ ବାମ ହସ୍ତରେ ପଦ୍ମ ଫୁଲ ଥାଏ। କିରୀଟ ଉପରେ ସୋଲ ନିର୍ମିତ୍ତ ସପ୍ତ ଫେଣିଆ ସାପ ବିରାଜ ମାନ କରିଥାଏ। ହସ୍ତ ମଧ୍ୟରେ କାଠରେ ତିଆରି ହୋଇଥାଏ।ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି। ସେହି ପାଗ ଦ୍ୱୟ କିରୀଟି ଯୁକ୍ତ ହୋଇଥାଏ। ରତ୍ନ ସିଂହାସନ ଉପରେ ଖଞ୍ଜା ଯାଇଥିବା ଏକ କ୍ଷୁଦ୍ର କାଷ୍ଠ ନିର୍ମିତ ତଥା ଜରି ଯମୁରାରେ ଆଚ୍ଛାଦିତ ସିଂହାସନରେ ଚକାମୁଣ୍ଡି ପକାଇ ପ୍ରଭୁ ପଦ୍ମାସନରେ ଉପନିବେଶ କରନ୍ତି। ବାଙ୍କ ଚୂଳ କିରୀଟ ଉପରେ ପତ୍ରଲଗା ପଦ୍ମଫୁଲ ଶୋଭାପାଉଥାଏ। ଶ୍ରର ପୟର ପାଉଁଜି, ବାଙ୍କି, ପାହୁଡ, ଗୋଡମୁଦି, ମଲ୍ଲିକଢ, ଚନ୍ଦ୍ରଚିତା, ନାକଚଣା, ହାତଫେର, ଖଡୁ ଇତ୍ୟାଦିରେ ସାରା ଶରୀର ମହାପ୍ରଭୁଙ୍କର ଶୋଭା ପାଇଥାଏ। ସୁଭଦ୍ରାଙ୍କ ମସ୍ତକରେ ମଧ୍ୟ ଏକ କିରୀଟ ଶୋଭାପାଏ। ସବୁ ଠାକୁରଙ୍କ କିରୀଟରେ ପଦ୍ମ ଫୁଲ ଆଉ ପତ୍ର ବହୁ ପରିମାଣରେ ଲାଗିଥାଏ। ବଳଭଦ୍ର ଓ ଜଗନ୍ନାଥଙ୍କର ଦୁଇ ପାର୍ଶ୍ୱରେ ନନ୍ଦ, ଉପନନ୍ଦ, ବସୁଦେବ, ଇନ୍ଦ୍ର, ନାରଦଳ ରୋହିଣୀ, ଯଶୋଦାଙ୍କୁ ଦଣ୍ଡାୟମାନ ଭଙ୍ଗୀରେ ରଖାଟାଏ। ଠାକୁରଙ୍କ ଆଗରେ ୪ ଗୋଟି ଗାଈ ଦଣ୍ଡାୟ ମାନ ଭଙ୍ଗୀରେ ଠିଆ ହୋଇଥାନ୍ତି। କୃଷ୍ଣ ବଳରାମ ବେଶ ଦ୍ୱିପହର ଧୂପପରେ ଆରମ୍ଭ ହୋଇ ସଂନ୍ଧ୍ୟା ପର୍ଯ୍ୟନ୍ତ ରହେ ଏହି ବେଶରେ କ୍ଷୀରୀ ଓ ଅମାଲଚ ଭୋଗ ଲାଗେ ରତ୍ନ ସିଂହାସନସ୍ଥ ଶ୍ରୀ ଜୀଉମାନଙ୍କର କୃଷ୍ଣ ବଳରାମ ବେଶ ଏକ ଆକର୍ଷଣୀୟ ତଥା ମନୋରମ ବେଶ ହୋଇଥାଏ କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନେ ଏହି ଦୁଃଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.