Home ଓଡ଼ିଶା ମାଲକାନଗିରି ଦୁର୍ଗାମନ୍ଦିରରେ ନବରାତ୍ର ପୂଜା,ପଚଂମ ଦିବସରେ ମା ଦୁର୍ଗାଙ୍କ ସ୍କନ୍ଦମାତା ବେଶ

ମାଲକାନଗିରି ଦୁର୍ଗାମନ୍ଦିରରେ ନବରାତ୍ର ପୂଜା,ପଚଂମ ଦିବସରେ ମା ଦୁର୍ଗାଙ୍କ ସ୍କନ୍ଦମାତା ବେଶ

65

ମାଲକାନଗିରି,୧୦ା୧୦(ଓଡିଆ ପୁଅ )ମାଲାକନଗିରି ଜିଲ୍ଲାସଦର ମହକୁମାସ୍ଥ ଦୁର୍ଗାଗୁଡିସାହିରେ ଥିବା ବହୁପୁରାତନ ଦୁର୍ଗାମନ୍ଦିରରେ ନବରାତ୍ର ପୂଜା ଆରମ୍ଭ ହୋଇ ଯାଇଛି । ନବରାତ୍ର ପାଇଁ ଆଜି ପଚଂମ ଦିବସରେ ମା ଦୁର୍ଗାଙ୍କୁ ସ୍କନ୍ଦମାତା ବେଶରେ ପୁଜାରୀ ସଜାଇଥିଲେ । ଗତ କାଲି ନବରାତ୍ର ର ଚତୁର୍ଥ ଦିବସରେ ଧନ,ଐଷର୍ଯ୍ୟ ପ୍ରାପ୍ତିପାଇଁ ମା ଦୁର୍ଗାଙ୍କ କୁଷ୍ମାଣ୍ଡାୟୀ ରୂପଧାରଣ କରିଥିଲେ ।ଆଜି ପଚଂମ ଦିବସରେ ଗୃହସ୍ତ ସୁଖ ଶାନ୍ତି ନିମନ୍ତେ ମା ଦୁର୍ଗାଙ୍କ ସ୍କନ୍ଦମାତା, ଆସନ୍ତା କାଲି ଷଷ୍ଟଦିବସରେ କର୍ମ କ୍ଷେତ୍ରରେ ଶତୃଦମନ ନିମନ୍ତେ କାତ୍ୟାୟନୀ,ସପ୍ତମଦିବସରେ ଅକାଳ ମୃତ୍ୟୁରୁ ରକ୍ଷାପାଇଁ କାଳରାତ୍ରୀ, ଅଷ୍ଟମଦିବସରେ କନ୍ୟାମାନଙ୍କ ଶ୍ରେଷ୍ଟପତି ପ୍ରାପ୍ତି ନିମନ୍ତେ ମହାଗୌରୀ,ନବମ ଦିବସରେ ଆଧ୍ୟାତ୍ମିକ ଦିଗରେ ପୁୂଣ୍ଣ ର୍ତା ପ୍ରାପ୍ତି ନିମନ୍ତେ ମା ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ ଭେଷରେ ଭୁଷିତ କରା ଯାଇ ମା ନବରାତ୍ର ପୁଜାପାଇବେ ବୋଲି ରାଜ ପୋରହିତ ପଣ୍ଡିତ ବିନାୟକ ସତପଥୀ ଓ ମନ୍ଦିର ପୁଜକ ପୁର୍ଶୁରାମପୁଜାରୀ ସୁଚନାଦେଇଛନ୍ତି । କୋଭିଡ ନିୟମପାଳନ କରି ମନ୍ଦିର ପରିଚାଳନା କମଟିର ସଭାପତି ମହେଶ୍ୱରଦାଶ, ଉପସଭାପତି କରୁଣାପରିଛା,କୋଷାଧ୍ୟକ୍ଷ ରୁନାପାଢି, ମାଧବନାୟକ, ପ୍ରଦୀପରାଜୁ,ପ୍ରଦୀପ ମହାରଣା,ବାବୁଲି କୋଡେ,କେଶବ ମାଝୀ,ଭୀମ ଗାଦବା,ରାମ କିର୍ଶାନୀ,ମୁନା ମହାରଣା,ଗୋପି ମାଝୀ ପ୍ରମୁଖ ନବରାତ୍ର ପୁଜା ନିମନ୍ତେ ସମସ୍ଥପ୍ରକାର ବ୍ୟବସ୍ଥା କରି ମନ୍ଦିର ସାଜସଜା ଆକର୍ଷଣ ଆଲୋକ ମାଳାରେ ମନ୍ଦିର ପରିସର ସଜିତ କରିସାରିଛନ୍ତି । କୋଭିଡ କଟକଣା ମଧ୍ୟରେ ଦୁର୍ଗାପୁଜା ଯେପରି ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହେବ ସେନେଇ ଦୁର୍ଗାଗୁଡି ସାହି ପୂଜାକମିଟିରର ସଭ୍ୟ ମାନେ ଗୁରୁତ୍ୱଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.