Home ଓଡ଼ିଶା ବେଆଇନ ଭାବେ ଡେପୁଟୀରେଜଂର ପଦବିକୁ ପ୍ରମୋଶନ ପାଇଥିବା ୩ଜଣ ବନପାଳ ଙ୍କୁ ପ୍ରତ୍ୟାବର୍ତନ ପାଇଁ ନିର୍ଦ୍ଦେଶ...

ବେଆଇନ ଭାବେ ଡେପୁଟୀରେଜଂର ପଦବିକୁ ପ୍ରମୋଶନ ପାଇଥିବା ୩ଜଣ ବନପାଳ ଙ୍କୁ ପ୍ରତ୍ୟାବର୍ତନ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ବନସଂକ୍ଷକ

52

ମାଲକାନଗିରି,୧୦ା୧୦ (ଓଡିଆ ପୁଅ ) ଗତ ୨୦୧୮ ମସିହାରେ ମାଲକନଗିରି ଜିଲ୍ଲାବନବିଭାଗରେ କାର୍ଯ୍ୟରତ ତନିଜଣ ବନପାଳ ଧରା ଧରି କରି ବେଆଇନ ଭାବେ ବନପାଳରୁ ଡେପୁଟି ରେଜଂରକୁ ପ୍ରମୋଶନ ହୋଇଥିଲେ । ପ୍ରକୃତରେ ପ୍ରମୋଶନ ପାଇବାକୁ ଥିବା ଯୋଗ୍ୟ ବନପାଳ ମାନେ ଏ ସଂପର୍କରେ ଅଭିଯୋଗ କରିବା ପରେ ରାଜ୍ୟସରକାର ଏଥିପ୍ରତି ଗୁରୁତ୍ୱ ଦେଇ ତଦନ୍ତ ଆରମ୍ଭ କରିଥିଲେ । ଭୁବନେଶ୍ୱର ରାଜ୍ୟବନବିଭାଗ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟଳୟ ଚିଠିନମ୍ବର ୧୦୨୪ ତା ୮.୧୦.୨୦୨୧ରିଖରେ ରାଜ୍ୟର ୪୮ଜଣ ଡେପୁଟି ରେଜଂର ଙ୍କୁ ତାଙ୍କର ପୁବ ର୍ ରୁ ଥିବା ବନପାଳ ପଦବି କୁ ପ୍ରତ୍ୟାବର୍ତନ କରିଦେଇଥିବାର ଜଣାପଡିଛି । ଏମାନଙ୍କ ମଧ୍ୟରେ ମାଲକାନଗରି ବନବିଭାଗର ତିନିଜଣ ବନପାଳଙ୍କ ନାମ ରହିଛି, ସେମାନେ ହେଲେ କୋରାପୁଟ ଡିଭିଜନରେ ଡେପୁଟିରେଂଜର ଭାବେ କାର୍ଯ୍ୟକରୁଥିବା ଆନନ୍ଦ କ୍ରିସାନୀ,ଜୟପୁର ଡିଭିଜନର ଜେପୁଟି ରେଜଂର ଭାବେ କାର୍ଯ୍ୟକରୁଥିବା ଦିଲୀପ ପଟନାୟକ,ମାଲକାନଗରି ଡିଭିଜନରେ ଡେପୁଟି ରେଜଂର ଭାବେ କାର୍ଯ୍ୟରତ ରମେଶ ରାଉତ ରହିଛନ୍ତି । ଏମାନଙ୍କୁ ପୁବ ର୍ରୁ ଥିବା ସ୍ଥାନମାନଙ୍କରେ ପୁର୍ନବାର ବନପାଳ ପଦବିକୁ ପ୍ରତ୍ୟାବର୍ତନ କରାଯାଇ ଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.