Home ଜିଲ୍ଲା ପରିକ୍ରମା ମାଲକାନଗିରି ଥାନା ମହିଳା ସବଇନିସପେକ୍ଟର ରାଜ୍ୟସ୍ତର ରେ ପୁରସ୍କୃତ

ମାଲକାନଗିରି ଥାନା ମହିଳା ସବଇନିସପେକ୍ଟର ରାଜ୍ୟସ୍ତର ରେ ପୁରସ୍କୃତ

172

ମାଲକାନଗିରି,୧୩ା୧୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଅପରାଧ ରୋକିବା ଉତମ ଭାବେ ତଦନ୍ତ କରି ଅପରାଧୀମାନଙ୍କୁ ସଜା ଦେବା କ୍ଷେତ୍ରରେ ଉଲେଖ୍ୟନିୟ ସଫଳତା ପାଇଁ ରାଜ୍ୟକ୍ରାଇମ ବ୍ରାଚଂ ପୁଲିସ ବିଭାଗ ପକ୍ଷରୁ ମାଲକାନଗିରି ଆଦର୍ଶ ଥାନା ର ମହିଳା ସବଇନିସପେକ୍ଟର ସନ୍ତୋଷି ବାରିକ ଙ୍କୁ ପୁରସ୍କୃତ କରାଯାଇଛି । ରାଜ୍ୟପୁଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ରାଜ୍ୟପୁଲିସ ମହାନିର୍ଦ୍ଦେଶକ ଡ.ବି.କେ. ଶର୍ମା ମାଲକନଗିରି ଆଦର୍ଶ ଥାନା ମହିଳା ସବଇନିସପେକ୍ଟର ସନ୍ତୋଷି ବାରିକ ଙ୍କୁ ପୁରସ୍କୃତ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ଦୁସ୍କର୍ମ,ହତ୍ୟା, ଡକାଏତୀ,ଚୋରୀ ଆଦି ଜଘନ୍ୟ ଅପରାଧ କୁ ରୋକିବା ସହିତ ଅପରାଧୀମାନଙ୍କ ମାମଲାର ଠିକ ତଦନ୍ତକରି ସେମାନଙ୍କୁ ଯଥାଶିଘ୍ର ଗିରଫକରିବା ଓ ଅପରାଧର ବିବରଣି ଠିକଭାବେ ଉପସ୍ଥାପନ କରି କୋର୍ଟକୁ ଅବଗତ କରିଥିବାରୁ ଅପରାଧୀ ମାନେ ନ୍ୟାୟଳୟରେ ଦଣ୍ଡିତ ହୋଇ ପାରିଥିବାରୁ  ଏସଆଇ ସନ୍ତୋଷି ଙ୍କୁ ରାଜ୍ୟସ୍ତରେ ପୁରସ୍କୃତ ସହିତ ସମ୍ମାନିତ କରାଯାଇଛି । ସୁଚନା ଯୋଗ୍ୟ ଯେ ପୋଟ୍ରେଲ ସେବାଆଶ୍ରମର ଜଣେ ନାବାଳିକା ଛାତ୍ରୀ ଙ୍କୁ ସେହି ବିଦ୍ୟାଳୟର ରୋଷେୟା ଦୁସ୍କର୍ମ ସହ ଗର୍ଭବତୀ କରିବା ଅଭି ଯୋଗରେ ଅପରାଧିଙ୍କୁ ଗିରଫ କରାଯାଇ କୋର୍ଟ ଚଚାଲାଣ କରାଯାଇଥିଲା । ଏହି କେସଟି କୁ ମହିଳା ଏସଆଇ ସନ୍ତୋଷି ବାରିକ ସୁଚାରୁ ଭାବେ ତଦନ୍ତକିର କୋର୍ଟକୁ  ଉପଯୁକ୍ତ ପ୍ରମାଣ ଯୋଗାଇ ଦେଇ ଥିବାରୁ ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କ ବିଚାରକରି ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.