Home ଅପରାଧ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ : ୧୦୦ରୁ ଉର୍ଦ୍ଧ୍ଵ ଆହତ

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ : ୧୦୦ରୁ ଉର୍ଦ୍ଧ୍ଵ ଆହତ

475

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରେ ଥିବା ଫାଲକନ ମାରାଇନ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍ ହୋଇ ୧୦୦ରୁ ଉର୍ଦ୍ଧ୍ଵ କର୍ମଚାରୀ ଆହତ ହୋଇଛନ୍ତି।ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଆହତଙ୍କ ମଧ୍ୟରେ ଅଧିକ ମହିଳା ଏବଂ ନାବାଳିକା ରହିଛନ୍ତି।୫୦/୬୦ ଜଣ ଗୁରୁତ୍ୱର ଆହତ ହୋଇଛନ୍ତି।ଗୁରୁତ୍ୱର ଆହତ ମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଜିଲ୍ଲାପାଳ, ସିଡିଏମଓ ଉପସ୍ଥିତ ରହି ଆହତଙ୍କ ଚିକିତ୍ସା ଉପରେ ପ୍ରାଥମିକତା ଦେଉଛନ୍ତି।ଫାଲକୋନ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିଟିକୁ ସିଲ୍ କରି ଦିଆଯାଇଥିବା ବେଳେ ୭ ଜଣଙ୍କୁ ପୋଲିସ ଅଟକ ରଖିଛି।ସୂଚନାଯୋଗ୍ୟ ଯେ ଆମୋନିଆ ଗ୍ୟାସ ଅତ୍ୟନ୍ତ ବିଷାକ୍ତ ଏବଂ ମାରତ୍ମକ ହୋଇଥାଏ।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.