Home ଓଡ଼ିଶା ମାଲକାନଗିରି ତହସିଲରେ ଘଟାଂଏ ଭିତରେ ଜମିପଟା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ

ମାଲକାନଗିରି ତହସିଲରେ ଘଟାଂଏ ଭିତରେ ଜମିପଟା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ

114

ମାଲକାନଗିରି,୨୯ା୬ (ଓଡିଆ ପୁଅ ) ଫାଇଭ ଟି ଓ ମୋ ସରକାର ଯୋଜନାରେ ତହସିଲ ପକ୍ଷରୁ ଜମିକବଲାର ଘଟାଂଏ ମଧ୍ୟରେ ଜମିକ୍ରେତାଙ୍କୁ ପଟାପ୍ରଦାନ କରାଯିବା ପାଇଁ ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସଦର ତହସିଲରେ ତାହା ଆଜି ଠାରୁ ଶୁଭାରମ୍ଭ ହୋଇଛି । ଆଜି ସକାଳେ ମାଲକାନଗିର ସବରେଜେଷ୍ଟ୍ରି କାର୍ଯ୍ୟାଳୟରେ ବଳରାମ ପଣ୍ଡାଙ୍କ ଠାରୁ ରିନା ପାଣିଗ୍ରାହୀ ଓ ବି.ଆଲୟା ଙ୍କ ଠାରୁ ପ୍ରମିଳା ମଜୁମଦାର ଜମି କ୍ରୟ କରିଥିଲେ । ଆଜି ଦୁଇଜଣଙ୍କର ଜମି ବିକ୍ରୀ କବଲା କରା ଯାଇଥିଲା । ମାଲକନଗିରି ତହସିଲ କାର୍ଯ୍ୟାଳୟ ଠାରେ ଘଟାଂଏ ମଧ୍ୟରେ ମ୍ୟୁଟେସନ କେସ ଫଇସଲା କରାଯାଇ ଦୁଇଜଣ ଜମି କ୍ରେତା ରିନା ପାଣିଗ୍ରାହୀ ଓ ପ୍ରମିଳା ମଜୁମଦାର ଙ୍କୁ ତହସିଲଦାର ଡ.ଗୁଣନିଧି ନାୟକ ଓ ଅତିରିକ୍ତ ତହସିଲଦାର ସବିର ସାହା ଜମିପଟା ପ୍ରଦାନ କରିଛନ୍ତି । ପୁବ ର୍ରୁ ଜମିବାଡି ବିକ୍ରୀ କବଲା ର ମିୟ୍ୟୁଟେସନ କେସ ମାସ ମାସ ଧରି ତହସିଲ ଅଫିସରେ ପଡି ରହୁଥିଲା, ଜମି କ୍ରେତା ମାନେ ପଟା ପାଇଁତହସିଲ ଅଫିସକୁ ଦୈଡି ଦୈଡି ସେମାନଙ୍କର ଚପଲ ଘୁରି ଯାଉଥିଲା । ପାଇଭ ଟି ମୋ ସରକାର ଯୋଜନାରେ ଜମି କବଲାର ମାତ୍ର ଘଟାଂଏ ମଧ୍ୟରେ ଜମି ପଟା ମିଳିଯାଇ ଥିବାରୁ ଆଜିର ଦୁଇଜଣ ଜମି କ୍ରେତା ଖୁସି ହୋଇ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.