Home ଜିଲ୍ଲା ପରିକ୍ରମା ମୌସୁମୀରେବି ଅନିୟମିତ ବର୍ଷା ଚାଷୀ ଚିନ୍ତାରେ ବିଳମ୍ବିତ ହେଉଛି ଚାଷ କାର୍ଯ୍ୟ

ମୌସୁମୀରେବି ଅନିୟମିତ ବର୍ଷା ଚାଷୀ ଚିନ୍ତାରେ ବିଳମ୍ବିତ ହେଉଛି ଚାଷ କାର୍ଯ୍ୟ

222

ବାହାନଗା,୨୯/୬( ଭାରତୀ ଦାସ / ଓଡ଼ିଆ ପୁଅ)- ରବି ଚାଷ ଅମଳରେ ବିଳମ୍ବ ସହ ଖରିଫ ଚାଷ କାର୍ଯ୍ୟ ଆରମ୍ଭରୁ ବର୍ଷାର ଅନିୟମିତତା ଚାଷୀର ଚିନ୍ତା ବଢାଇଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ । ଏମିତିବି ରବି ଚାଷରେ ଅମଳ ବିଳମ୍ବ ହେବାର ମୁଖ୍ୟ କାରଣ ଅଦିନିଆ କାଳବୈଶାଖି ବର୍ଷା ଫଳରେ ଚାଷୀ ଧାନକୁ ଅମଳ ଠିକରେ କରି ପାରି ନାହିଁ । ପୁଣି ମୌସୁମୀ ପ୍ରବାହିତ ସମୟରେ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନାହିଁ ତେଣୁ ଚାଷ କାର୍ଯ୍ୟ ବିଳମ୍ବିତ ହେଉଛି । ତା ଛଡ଼ା ଚାଷୀ ଜମିରେ ଖରାଟିଆ ସମୟରେ ଲଙ୍ଗଳ ବୁଲାଇ ନାହାନ୍ତି । ଏଣେ ବର୍ଷାର ଅନିୟମିତତା ପାଇଁ ୩୦ ପ୍ରତିଶତ ଚାଷୀ ତଳି ପକାଇ ପାରି ନାହାନ୍ତି । ତେଣେ ପାଣି ଅଭାବି ପାଇଁ ମଧ୍ୟ ଲଙ୍ଗଳ ବୁଲି ପାରୁନି । ଯେଉଁଢିବି ବୁଲୁଛି ବୁଲୁ ବୁଲୁ ପାଣି ଶୁଖି ଯାଉଛି । ଫଳରେ ଚାଷୀ ବର୍ଷାକୁ ଚାହିଁ ରହୁଛି । ଏହି ଖରିଫ ଚାଷ ପାଇଁ ତଳି ପକାଇବା ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ କ୍ରମାନ୍ୱୟରେ ବର୍ଷା ଅବଶ୍ୟକ । ତେଣୁ ଜୁନ ମାସ ଠାରୁ ନଭେମ୍ବର ପର୍ଯ୍ୟନ୍ତ ଜୁନ ମାସରେ ୨୮୮, ଜୁଲାଇରେ ୩୧୭, ଅଗଷ୍ଟରେ ୩୪୮, ସେପ୍ଟେମ୍ବରରେ ୩୨୮,ଅକ୍ଟୋବରରେ ୧୭୭, ନଭେମ୍ବରରେ ୪୦ମିମି ବର୍ଷା ହେଲେ ଚାଷୀର ଚାଷ ସୁରୁଖୁରୁରେ ପାର ହୋଇ ଯାଇଥାଏ । କିନ୍ତୁ କିଛି ବର୍ଷ ଧରି ବର୍ଷାର ଅନିୟମିତତା ପାଇଁ ଚାଷ କାର୍ଯ୍ୟ ଠିକରେ ହୋଇ ପାରୁନି । ଏବର୍ଷ ମେ ମାସରେ ୨୩୦ ମିମି ଓ ଜୁନ ମାସରେ ୧୫୦ମିମିର ବର୍ଷା ଚାଷ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାପଡ଼ିଛି । ତେଣୁ ଚ।।ଷ କାର୍ଯ୍ୟରେ ବିଳମ୍ବିତ ହେଉଥିବାରୁ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି । ଆଗକୁ ଯଦି ବର୍ଷା ଠିକରେ ନହୁଏ ତାହେଲେ ଚାଷୀକୂଳ ହତାଶ ହେବା ସହ ବହୁ ସମସ୍ୟା ଉପୁଜିବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇ ପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.