Home ଓଡ଼ିଶା ମାଲକାନଗିରି ଜିଲ୍ଲା ହସପିଟାଲ ପରିସର ରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ

ମାଲକାନଗିରି ଜିଲ୍ଲା ହସପିଟାଲ ପରିସର ରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ

110

ମାଲକାନଗିରି,୧ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ ବିଶ୍ୱସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରେ ସ୍ତନ୍ୟପାନ ସଚେତନତା ଆ.ଇ.ସି ଷ୍ଟଲ କୁ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଜପତକା ଦେଖାଇ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ସ୍ତନ୍ୟପାନ କୁ ସୁରକ୍ଷିତ କରିବା ଓ ଦାଇତ୍ୱବୋଧର ପରିଚୟ ଦେବା ର ଅନୁଚିନ୍ତାର ବର୍ତା ରହିଛି, ସ୍ତନ୍ୟପାନ ଦ୍ୱାରା ମା ଓ ଶିଶୁ ଙ୍କର କ ିକି ଉପକାର ହୋଇଥାଏ ସେ ସଂପର୍କରେ ମୁଖ୍ୟଅତିଥି ଶ୍ରୀ ନନ୍ଦ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଏଡିଏମଓ ମେଡିକାଲ ଡାକ୍ତର ଶିବପ୍ରସାଦ ମହାରଣା,ବରିଷ୍ଟ ଡାକ୍ତର ଅନୀଲ କୁମାର ମିଶ୍ର,ଡା.ଶଶିଭୁଷଣ ମହାପାତ୍ର,ଡାକ୍ତର ବ୍ରଜବନ୍ଧୁ ଦାସ,ଡା ସନ୍ତୋଷ କୁମାର ମିଶ୍ର,ଡାକ୍ତର ସପନକୁମାର ଧିଣ୍ଡା,ଭାରପ୍ରାପ୍ତ ଡିପିଏମ ବନବିହାରୀ ମିଶ୍ର, ଏଡିପିଏଚଓ ଚିତରଜଂନ ସେଠୀ,ଅଙ୍କିତ ଜେନା,ବରିଷ୍ଟ ସାମ୍ବାଦିକ ରତ୍ନାକରଦାଶ,ଡାକ୍ତରଖାନା ପରିଚାଳକ ଶଶାଙ୍କ ସେଖର ପଣ୍ଡିତ୍ରା.ମନୋଜ ନାୟକ ସହିତ ଅନ୍ୟାନ ଡାକ୍ତର ସ୍ୱାସ୍ଥ୍ୟକର୍ମୀ କୋଭିଡ ନିୟମ ପାଳନକରି ଉପସ୍ଥିତ ଥିଲେ । ମୁଖ୍ୟସେବିକା ଶ୍ରୀମତୀ ଚାମେଲି ମଣ୍ଡଳ,ବରିଷ୍ଟ ସେବିକା ଶ୍ରୀମତୀ ସଜୁଂକ୍ତା ସେଠୀ,ରୁକ୍ମଣୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.