Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଯୁକ୍ତଦୁଇ ବିଜ୍ଞାନରେ ଘଡେଇ ଆବାସୀକ କନିଷ୍ଟ ମହାବିଦ୍ୟାଳୟ ଓ ସତ୍ୟନାରାୟଣ କଲେଜ ର...

ମାଲକାନଗିରି ଜିଲ୍ଲାରେ ଯୁକ୍ତଦୁଇ ବିଜ୍ଞାନରେ ଘଡେଇ ଆବାସୀକ କନିଷ୍ଟ ମହାବିଦ୍ୟାଳୟ ଓ ସତ୍ୟନାରାୟଣ କଲେଜ ର ସଫଳତା

55

ମାଲକାନଗିରି,୧ା୮ (ଓଡିଆ ପୁଅ ) ସମଗ୍ର ରାଜ୍ୟରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ କନିଷ୍ଟ ଯୁକ୍ତଦୁଇ ବିଜ୍ଞାନ ମହାବିଦ୍ୟାଳୟ(ଉଚ୍ଚମାଧ୍ୟମିକ ବିଦ୍ୟାଳୟ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଏହି ପରୀକ୍ଷାରେ ଅଧିକ ନମ୍ବର ରଖି ବାଜିମାରିଛନ୍ତି ଜଣେ ଛାତ୍ର ଓ ଜଣେ ଛାତ୍ରୀ ।କରୋନା ମହାମାରି ପାଇଁ ଚଳିତ ବର୍ଷ ବିନା ପରୀକ୍ଷାରେ ଫଳ ପ୍ରକାଶ ପାଇଥିବା ବେଳେ ପାସ ହାର ଶୀର୍ଷରେ ରହିଛି । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଘଡେଇ ଆବାସୀଙ୍କ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନରେ ୧୯୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୧୦୩ ଜଣ ପ୍ରଥମ ଶ୍ରେଣୀ,୫୭ଜଣ ଦ୍ୱତୀୟ ଶ୍ରେଣୀ,୩୨ଜଣ ତୃତୀୟ ଶ୍ରେଣୀ ରେ ପାସ୍ କରିଥିବା ବେଳେ ୭ଜଣ ୮୦ପ୍ରତିଶତ ରୁ ଉର୍ଧନମ୍ବର ରଖିଛନ୍ତି । କଲେଜର ଛାତ୍ରୀ ଅର୍ପିତା ସାମଲ ୫୧୭ ନମ୍ବର ୮୬.୧% ପ୍ରତିଶତ ନମ୍ବର ରଖି ଟପର ହୋଇଛନ୍ତି । ଘଡେଇ ବିଜ୍ଞାନ ମହାବିଦ୍ୟାଳୟରେ ଶତ ପ୍ରତିଶତ ପାସ ହାର ହୋଇ ଛାତ୍ର ଛାତ୍ରୀ ମାନେ ବାଜିମାରିଛି । ଠିକ ସେହିପରି ଜିଲ୍ଲାସଦର ମହକୁମାରେ ଥିବା ସତ୍ୟନାରାୟଣ ଆବାସିକ ବିଜ୍ଞାନ ଓ ବାଣିଜ୍ୟ କନିଷ୍ଟ ମହାବିଦ୍ୟାଳୟରେ ୬୮ଜଣ ପରୀକ୍ଷାର୍ଥୀ ଥିଲେ ,ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୧ଜଣ,ଦ୍ୱିତୀୟ ଶ୍ରେଣୀରେ ୨୬ଜଣ ଓ ତୃତୀୟ ଶ୍ରେଣୀରେ ୧୧ଜଣ ପାସ ହୋଇଛନ୍ତି । କଲେଜର ଛାତ୍ର ବିବେକ ଦାସ ଶତ ୮୭.୧୬%ପ୍ରତିଶତ ନମ୍ବର ରଖି ଟପର ହୋଇଛନ୍ତି । ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଘଢେଇ ଆବାସୀକ ବିଜ୍ଞାନ ମହାବିଦ୍ୟଳୟରେ ଚଳିତ ବର୍ଷ ଶତ ପ୍ରତିଶତ ଭଲପରୀକ୍ଷା ଫଳ ହୋଇଥିବାରୁ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ପଳ ପ୍ରତକାଶିତ ହେବାପରେ ୮୬.୧ %ପ୍ରତିଶତ ନମ୍ବର ରଖିଥିବା କଲେଜର ଟପର ଛାତ୍ରୀ ଅର୍ପିତା ସାମଲ ଙ୍କୁ କଲେଜ ପକ୍ଷରୁ ସମ୍ବୋର୍ଧନା ଦିଆଯାଇ ଖୁସିରେ ମିଷ୍ଟାନ ବଟଂନ କରାଯାଇଥିଲା । ମହାବିଦ୍ୟାଳୟ ପରିଷରରେ କଲେଜ ପରିଚାଳନା ନିର୍ଦ୍ଦେଶକ ସୁରେଶଚନ୍ଦ୍ର ଘଢେଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବୋର୍ଦ୍ଦନା ସଭାରେ ମିଷ୍ଟାନ ଖୁଆଇ ପୁସ୍ପଗୋଛ ଦେଇ ସମ୍ବୋର୍ଦ୍ଦନା କରିବା ସହିତ ତାଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି କାମନା କରିଥିଲେ । ଠିକ ସେହିପରି ସତ୍ୟନାରାୟଣ କଲେଜରେ ଟପର ଛାତ୍ର ବିବେକ ଦାସଙ୍କୁ କଲେଜ ପକ୍ଷରୁ ସମ୍ବୋର୍ଦ୍ଦନା ଦିଆଯାଇଛି । ଆଜି ରବିବାର ଛୁଟି ଦିନ ଥିବାରୁ ଅନ୍ୟାନ ସରକାରି କଲେଜର ପରୀକ୍ଷାଫଳା ଫଳ ହସ୍ତ ଗତ ହୋଇ ପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.