Home ଓଡ଼ିଶା ମାଲକାନଗିରି ଜିଲ୍ଲାର ୫୮ହଜାର୯୫ ଜଣ ମନରେଗା ଶ୍ରମିକ ମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତା

ମାଲକାନଗିରି ଜିଲ୍ଲାର ୫୮ହଜାର୯୫ ଜଣ ମନରେଗା ଶ୍ରମିକ ମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତା

43

ମାଲକାନଗିରି,୯ା୭ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ ଭୟାବହ କରୋନା ମହାମାରି ବ୍ୟାପି ଥିବା ବେଳେ ଲକଡାଉନ,ସର୍ଟଡାଉନ ରେ ଶ୍ରମିକ ମାନେ ବେରୋଜଗାର ହୋଇଥିବାରୁ ସେମାନଙ୍କୁ ମନରେଗା ରେ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ୫୮ହଜାର୯୫ଜଣ ହିତାଧିକାରୀଙ୍କ ପାଇଁ ୬କୋଟି୫୩ଲକ୍ଷ୩୯ହଜାର୩୫୦ଟଙ୍କା ଅନୁମୋଦନ କରାଯାଇଛି,ଏହା ସପ୍ତାହକ ମଧ୍ୟରେ ସେମାନଙ୍କ ଜମାଖାତାକୁ ପଠାଯିବା ପାଇଁ ନିସ୍ପତି ନିଆଯାଇଛି । ଆଜି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବା ପରେ ଆଜି ପ୍ରଥମ ଦିବସରେ ମାଲକାନଗିରି ଜିଲ୍ଲାରୁ ୨୭ଜଣ ମନରେଗା ହିତାଧିକାରୀଙ୍କୁ କୋଭିଡ ସ୍ୱତନ୍ତ୍ର ସହାୟତା ଯୋଗାଇଦିଆ ଯାଇଛି ।ମାଲକାନଗଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଭିଡିଓ କନଫରେନ୍ସରେ ମାଲକାନଗିରି ର ନୂତନ ଜିଲ୍ଲାପାଳ ବୀଶାଲ ସିଂ,ଡିଏଫଓ ପ୍ରତାପ କତୋପାଲି,ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ,ପିଏ ଆଇଟିଡିଏ କ୍ଷୀରାଦ୍ଧି ବେହେରା ଙ୍କ ସହିତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.