Home ଓଡ଼ିଶା କୋଭିଡ ନିୟମ ଉଲଘଂନ, ବ୍ଲକ ଶିକ୍ଷାଅଧିକାରୀ ମ୍ୟାଡମଙ୍କ ସମ୍ବଲପୁରୀ ନୃତ୍ୟର ଭିଡିଓ ହେଲା ଭାଇରାଲ

କୋଭିଡ ନିୟମ ଉଲଘଂନ, ବ୍ଲକ ଶିକ୍ଷାଅଧିକାରୀ ମ୍ୟାଡମଙ୍କ ସମ୍ବଲପୁରୀ ନୃତ୍ୟର ଭିଡିଓ ହେଲା ଭାଇରାଲ

44

ମାଲକାନଗିରି,୯ା୭ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ ଭୟାବହ କରୋନା ମହାମାରି ବ୍ୟାପି ଚାଲିଥିବା ବେଳେ ଜଣେ ସରକାରି ଅଧିକାରୀ ଖୋଲମ ଖୋଲା ଭାବେ ତାଙ୍କ ସାଥିମାନଙ୍କ ସହିତ ଏକ ସରକାରି ଅତିତି ଭବନରେ କୋଭିଡ ନିୟମକୁ ଉଲଘଂନ କରି ବିନାମାସ୍କରେ ନୃତ୍ୟ କରୁଥିବାର ଭିଡିଓ ଭାଇରାଲ ହୋଇଛି । ଏମିତି ଦୃଶ୍ୟଦେଖିବାକୁ ମିଳିଛି ମାଲକାନଗରି ଜିଲ୍ଲା ବାଲିମେଳା ସ୍ଥ ପୋଟେରୁ ଜଳସେଚନ ପ୍ରକଳ୍ପ ଅତିଥି ଭବନରେ । କୁଡୁମୁଲୁଗୁମ୍ମା ବ୍ଲକ ଶିକ୍ଷାଅଧିକାରୀ ଓ ତାଙ୍କର କିଛି ସହ କର୍ମୀଙ୍କ ସହିତ ଖୁସିରେ ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ହାତ ଧରାଧରି ହୋଇ ନୃତ୍ୟକରୁଥିବାର ଭିଡିଓ ଦୃଶ୍ୟ ମୋବାଇଲ ରୁ ମୋବାଇଲ ଭାଇରାଲ ହୋଇଛି । ନୃତ୍ୟ ସମୟରେ ସେମାନଙ୍କ ମୁହଁରେ ମାସ୍କ ନଥିବାର ଦେଖିବାକୁ ମିଳିଛି । ସରକାରି ଅତିଥି ଭବନରେ ସରକାରି ଅଧିକାରୀ କିଭଳି କୋଭିଡ ନିୟମ ଉଲଘଂନ କରିଛନ୍ତି ତାହା ଏବେ ସବ ର୍ସାଧରଣରେ ଆଲୋଚନା ହେଉଛି । ଏ ସଂପର୍କରେ ଜିଲ୍ଲା ଶିକ୍ଷାଅଧିକାରୀ ରମେଶ ଚନ୍ଦ୍ର ସେଠୀ ତାଙ୍କ ପ୍ରତିକ୍ରୀୟା କହିଥିଲେ ଏହି ଘଟଣାକୁ ଗୁରୁତ୍ୱ ଶହ ନେଇ ବିଭାଗୀୟ ସ୍ତରୀୟ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । ଏହି ଭିଡିଓ ଭାଇରାଲ ଘଟଣା ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.