Home ଓଡ଼ିଶା ମାଲକାନଗିରି ଜିଲ୍ଲାର ୪୨ଜଣ ଶ୍ରମିକ ହାଇଦ୍ରାବାଦ ରେ ଅଟକି ରହିଛନ୍ତି ।ଉଦ୍ଧାର ପାଇଁ ଜିଲ୍ଲାପ୍ରଶାସନ ନିକଟରେ...

ମାଲକାନଗିରି ଜିଲ୍ଲାର ୪୨ଜଣ ଶ୍ରମିକ ହାଇଦ୍ରାବାଦ ରେ ଅଟକି ରହିଛନ୍ତି ।ଉଦ୍ଧାର ପାଇଁ ଜିଲ୍ଲାପ୍ରଶାସନ ନିକଟରେ ଗାହାରି

342

ମାଲକାନଗିରି,୨୭ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କୋଭିଡ୧୯ କରୋନା ଭାଇରସ ର ଆତଙ୍କ ଦେଖା ଦେଇଥିବାରୁ ଲକ ଡାଉନ ଘୋଷଣା ହେବାପରେ ସମସ୍ତ ଦୋକାନବାଜାର ଯାନବାହନ ଚଳାଚଳ ବନ୍ଦହୋଇଯାଇଛି । ମାଲକାନଗିରି ଜିଲ୍ଲାମୋଟୁ,ଏମଭି୭୯,ଏମଭି୮୩, କାଲିମେଳା,ପଡିଆ, ଏମପିବି ୮୩ ଏମଭି୧୧୨,ଏମଭି୫୮,ବାପନପାଲି,ବିଭିନ୍ନ ଗ୍ରାମର ୪୨ଜଣ ଗରିବ ଯୁବକ ନିଜର ପେଟପାଟଣା ପାଇଁ ହାଇଦ୍ରାବାଦ କାଳିମନ୍ଦିର ସହରକୁ ଗତ କିଛିମାସ ତଳେ କୋଠାବାଡି ଶ୍ରମିକ ଭାବେ କାମକରିବାକୁ ଯାଇଥିଲେ । କରୋନା ସଂକ୍ରମଣ ଭୟରେ ସେମାନେ କାମକରୁଥିବା କମ୍ପୀନି ବନ୍ଦ ହୋଇ ଯିବାରୁ କମ୍ପାନି ସେମାନଙ୍କୁ ଘରକୁ ବିଦା କରିଦେଇଥିଲେ । ହଟାତ କର୍ଫ୍ୟୁ ଓ ତାପରେ ଲକ ଡାଉନ ହୋଇ ଯିବାରୁ କୌଣସି ବସ କିମ୍ବା ଯାନ ବାହନ ଚଳା ଚଳ କରୁନଥିବାରୁ ସେମାନେ ନିଜ ଘରକୁ ଆସି ନପାରି ଏକ ହାଇଦ୍ରାବାଦ କାଳିମନ୍ଦିର ଠାରେ ଅର୍ଦ୍ଦନିର୍ମିତ କୋଠାଘରେ ଆଶ୍ରୟ ନେଇଛନ୍ତି । ସେମାନଙ୍କ ନିକଟରେ ଯାହା ଟଙ୍କା ପଇସା ଖାଦ୍ୟ ଥିଲା ସବୁ ସରିଗଲାଣି, ଦୀର୍ଘ ୫ଦିନହେଲା ଅଧାବେଳା ଖାଇ ଅଧାବେଳା ଓପାସରେ ରହୁଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆଜି ସନ୍ଧ୍ୟାରେ ମାଲକାନଗିରି ଏମପିଭି ୮୩ ଗ୍ରାମର ସୁଶଙ୍କର ମଣ୍ଡଳ ନାମକ ଜଣେ ଶ୍ରମିକ ଫୋନ ଯୋଗେ ଆମପ୍ରତିନିଧି ଙ୍କୁ ଜଣାଇବାରୁ ଆମ ପ୍ରତିନିଧି ମାଲକାନଗିରି ଜିଲ୍ଲାପ୍ରଶାସନ କୁ ଏ ସଂପର୍କରେ ଜଣାଇଛନ୍ତି । ଠିକ ସେହିପରି ଗତ କାଲି ପଡିଆ ବ୍ଲକର ୧୪ଜଣଙ୍କ ସହିତ ନବରଙ୍ଗପୁର ଜିଲ୍ଲାର ୪୦ଜଣ ଶ୍ରମିକ ସେଠାରେ ଅଟକି ରହି ଯାଇଥିବାର ସୁଚନା ଜିଲ୍ଲାପ୍ରଶାସନକୁ ଜଣାଇବା ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ରାଜ୍ୟସରକାର ଓ ତେଲାଙ୍ଗନା ସରକାରଙ୍କୁ ସୁଚନା ଦେଇଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.