Home Coronavirus Outbreak ଇଟାଲୀରେ ଗୋଟିଏ ଦିନରେ ୯୨୯ ନୂଆ କରୋନାଭାଇରସ୍ ମୃତ୍ୟୁ ରେକର୍ଡ, ଯାହାକି ଗୋଟିଏ ଦିନରେ ସର୍ବାଧିକ

ଇଟାଲୀରେ ଗୋଟିଏ ଦିନରେ ୯୨୯ ନୂଆ କରୋନାଭାଇରସ୍ ମୃତ୍ୟୁ ରେକର୍ଡ, ଯାହାକି ଗୋଟିଏ ଦିନରେ ସର୍ବାଧିକ

339

ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଇଟାଲୀରେ ପ୍ରାୟ ଏକ ହଜାର କରୋନାଭାଇରସ୍ ମୃତ୍ୟୁ ରେକର୍ଡ କରାଯାଇଛି। ଯାହାକି ଗୋଟିଏ ଦିନରେ ସର୍ବାଧିକ ଅଟେ ବୋଲି ନ୍ୟୁଜ୍ ଏଜେନ୍ସି AFP ଶୁକ୍ରବାର ଦିନ ଏକ ଟ୍ୱିଟରେ କହିଛି।

୨୪ ଘଣ୍ଟା ମଧ୍ୟରେ ଦେଶରେ ୯୨୯ ନୂତନ କରୋନାଭାଇରସ୍ ମୃତ୍ୟୁ ରେକର୍ଡ ହୋଇଛି। ଇଟାଲୀରେ COVID-୧୯ ମାମଲା ଆକ୍ଟିଭ୍ ୬୬, ୪୧୪ ରେ ପହଞ୍ଚିଛି। କରୋନାଭାଇରସ୍ ବିସ୍ତାରରେ ଚୀନ କୁ ପଛରେ ପକାଇ ଇଟାଲୀ ଦ୍ୱିତୀୟ ଦେଶ ହୋଇପାରିଛି।

ଆଜିର ଆକଳନ ପୂର୍ବରୁ, ମାର୍ଚ୍ଚ ୨୧ ରେ ସର୍ବାଧିକ ଦୈନିକ ମୃତ୍ୟୁ ରେକର୍ଡ କରାଯାଇଥିଲା। ଯାହାକି ୭୯୩ ଜଣଙ୍କର ମୃତ୍ୟୁ ହୋଇଥିଲା।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.