Home ଓଡ଼ିଶା ମାଲକାନଗିରି ଜିଲ୍ଲାର ନୁତନ ଏସପି ହେଲେ ପି.ଏସ. ମୀନା

ମାଲକାନଗିରି ଜିଲ୍ଲାର ନୁତନ ଏସପି ହେଲେ ପି.ଏସ. ମୀନା

74

ମାଲକାନଗିରି,୧୦ା୭ (ଓଡିଆ ପୁଅ ) ଗତକାଲି ରାଜ୍ୟର ବଡଧରଣର ଆଇପିଏସ ଅଧିକାରୀ ଙ୍କର ବଦଳି ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରେ ମାଲକାନଗରି ଜିଲ୍ଲାର ଏସପି ରିଶିକେଶ ଡି ଖିଲାରୀ ମୟୁରଭଜଂ ଜିଲ୍ଲା ର ଏସପି ଭାବେ ବଦଳି ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଥିବା ଏସପି ପ୍ରହ୍ଲାଦ ସାଇ ମୀନାଙ୍କୁ ମାଲକାନଗିରି ଜିଲ୍ଲାର ନୂତନ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ୨୦୧୭ ଆଇପିଏସ କ୍ୟାର୍ଡର ପ୍ରହ୍ଲାଦ ସାଇ ମୀନା ପୁବ ର୍ରୁ ମାଲକାନଗିରି ଜିଲ୍ଲାରେ ଏସଡିପିଓ ଭାବେ ସଫଳତାର ସହିତ କାର୍ଯ୍ୟକରିଥିଲେ । ମାଲକାନଗରି ଜିଲ୍ଲାର ଭୌଗଳିକ ପରିସ୍ଥିତି ଉପରେ ତାଙ୍କର ବେସ ଅଭିଜ୍ଞତା ଥିବାରୁ ଏସପି ଭାବେ ନିଯୁକ୍ତି ପାଇବା ପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ସେ ସୁଚାରୁ ଭାବେ କାର୍ଯ୍ୟତୁଲାଇ ଜିଲ୍ଲାବାସୀଙ୍କୁ ସୁରକ୍ଷା ଓ ଉପଯୁକ୍ତ ନ୍ୟାୟ ଦେଇପାରିବେ ବୋଲି ଜିଲ୍ଲାବାସୀ ଆଶାରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.