Home କୋରାପୁଟ ମାଲକାନଗିରି ଜିଲ୍ଲାର ଡିସିଏମ କ୍ୟାଡର ମାଓ ନେତାଙ୍କ ଆତ୍ମ ସମର୍ପଣ

ମାଲକାନଗିରି ଜିଲ୍ଲାର ଡିସିଏମ କ୍ୟାଡର ମାଓ ନେତାଙ୍କ ଆତ୍ମ ସମର୍ପଣ

366

କୋରାପୁଟ ; ତା୨୪-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ)ମାଲାକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଏମଭି-୩୧ ଗ୍ରାମର ଡିସିଏମ କ୍ୟାଡର ମାଓନେତା ଧନଞୟ ଗୋପ ଆଜି ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି ହିମାଂଶୁ ଲାଲଙ୍କ ନିକଟରେ ଆତ୍ମ ସମର୍ପଣ କରିଥିବା କୋରାପୁଟ କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଶ୍ରୀ ଲାଲ ସୂଚନା ଦେଇଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ , ଜୟପୁର ଏସଡିପିଓ ସାଗରିକା ନାଥ , ମାଲକାନଗିରି ଏସପି ଜଗମୋହନ ମିନା ଉପସ୍ଥିତ ଥିଲେ ।ଧନଞୟ ଉପରେ ରାଜ୍ୟ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ବୋଲି ସେ ପ୍ରକାଶ କରିଥିଲେ ।ନକ୍ସଲମାନେ ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେବା ନିମନ୍ତେ ସେ ଆହ୍ୱାନ ଦେଇଥିଲେ ।ରାଜ୍ୟ ସରକାରଙ୍କ ଆତ୍ମ ସମର୍ପଣ ଓ ଥଇଥାନ ନିତି ଅନୁସାରେ ଧନଞୟଙ୍କୁ ସମସ୍ତ ପ୍ରକାର ଆର୍ଥିକ ସହଯୋଗ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ହତ୍ୟା ମାମଲା ସହିତ ୨୭ ଟି ମାମଲା ତା ଉପରେ ରହିଥିଲା ଏବଂ ସିନିୟର ଓ ଜୁନିୟର ମାଓବାଦୀଙ୍କ ମଧ୍ୟରେ ବିବାଦ ଯୋଗୁଁ ଧମଞୟ ଆତ୍ମ ସମର୍ପଣ କରିଥିଲା ବୋଲି ମାଲକାନଗିରି ଏସପି ଜଗମୋହନ ମିନା ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.