Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ୭୨ତମ ବନମୋହତ୍ସବ ପାଳିତ ୪୦ହଜାର ଚାରା ରୋପଣ

ମାଲକାନଗିରି ଜିଲ୍ଲାରେ ୭୨ତମ ବନମୋହତ୍ସବ ପାଳିତ ୪୦ହଜାର ଚାରା ରୋପଣ

33

ମାଲକାନଗିରି,୬ା୭ (ଓଡିଆ ପୁଅ ) ମାଲକାନଗରି ଜିଲ୍ଲାବନ ବିଭାଗ ପକ୍ଷରୁ ୭୨ତମ ବନମୋହତ୍ସବ ଅବସରେ ଜିଲ୍ଲାର ବିଭିନ୍ନ ଅଚଂଳରେ ପ୍ରାୟ୪୦ହଜାର ରୁ ଉର୍ଦ୍ଦ ଚାରା ରୋପଣ କରାଯାଇଛି । ଜିଲ୍ଲାସଦର ମହକୁମାସ୍ଥ ଏମଭି୨ ଗ୍ରାମଠାରେ ଥିବା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ବନ ଖଣ୍ଡଅଧିକାରୀ ପ୍ରତାପ କୋତାପାଲି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଜିଲ୍ଲାସ୍ତରୀୟ ବନ ମୋହତ୍ସବ ରେ ମୁଖ୍ୟଅତିଥି ଭାବେ ନୂତନ ଜିଲ୍ଲାପାଳ ବୀଶାଲ ସିଂ ଯୋଗଦେଇ ଆନୁଷ୍ଟାନିକ ଭାବେ ପ୍ରଦୀପ ପ୍ରଜ୍ୱାଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ଏହି ଅବସରେ ସମ୍ମାନିତ ଅତିଥି ଭାବେ ଏସପି ରିଶିକେଶ ଡି ଖିଲାରୀ,ଏସଡିପିଓ ଅଭିଳାଷ ଜୀ,ଅଗ୍ନିଶମ ଅଧିକାରୀ ସରୋଜ କୁମାର ବେହେରା,ସହକାରି ବନସଂରକ୍ଷକ ଶ୍ରୀକାନ୍ତ ନାୟକ ଯୋଗଦେଇ ବନମୋହତ୍ସବ ର ତାତ୍ପର୍ଯ୍ୟ ସଂପର୍କରେ କହିଥିଲେ । ଚଳିତ ବର୍ଷ ଜୁଲାଇ ମାସ ୧ତାରିଖ ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନମୋହତ୍ସବ କରାଯାଇ ପ୍ରାୟ୪୦ ହଜାର ରୁ ଉର୍ଦ୍ଦ ବିଭିନ୍ନ ଔଷଧୀୟ ବୃକ୍ଷ ସହ ଅନ୍ୟାନ ଚାରା ରୋପଣ କରାଯାଇଛି । ଏହା ବନବିଭାଗ ଆନୁକୁଲ୍ୟରେ ଜିଲ୍ଲାର ସମସ୍ତ ବନ ସୁରକ୍ଷାସମିତି,ବିଦ୍ୟାଳୟ,ସରକାରି କାର୍ଯ୍ୟଳୟ ପକ୍ଷରୁ କରାଯାଇଛି । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରି ନୂତନ ଜଙ୍ଗଲ ସୃଷ୍ଟିକରିବା ନେଇ ମଚାଂଶିନ ଅତିଥି ଓ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ମାନେ ଏହି ଅବସରେ ସପଥ ପାଠ କରିଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ ଏସିଏଫ ବିଭୂତି ଭୁଷଣ ବେହେରା,ଏସିଏଫ ଲିଲି ଅମାନତ୍ୟ ଙ୍କ ସହିତ ଅନ୍ୟାନ ବନକର୍ମଚାରୀ ଓ ଅଗ୍ନିଶମ କର୍ମଚାରି ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ମାଲକାନଗରି ବନାଚଂଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ପରିଚାଳନା କରିଥିଲେ । ଅନୁରୁପ କୋରକୁଣ୍ଡା ବ୍ଲକ ର ଡୁଟେଲଗୁଡା ବନସୁରକ୍ଷା କମିଟି ଓ ସହିଦ ବିର୍ଷାମୁଣ୍ଡା ଯୁବକ ସଂଘ ପକ୍ଷରୁ ପାମ୍ପିରିକ ଗୋଷ୍ଠି ଜଙ୍ଗଲରେ ନାନାପ୍ରକାର ବୃକ୍ଷରୋପଣ କରାଯାଇଛି । ଠିକ ସେହିପରି ପଡିଆ ଥାନା,ବିଏସଏଫ କ୍ୟାମ୍ପ,କାଲିମେଳା ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ବନମୋହତ୍ସବ ଅବସରେ ଚାରା ରୋପଣ କରାଯାଇଛି । ଏହା ବ୍ୟତିତି ମୋଟୁ,କାଲିମେଳା,ଏମଭି୭୯, ପଡିଆ,ିଚିତ୍ରକୋଣ୍ଡା, ଖଇରପୁଟ,ଗୁମ୍ମା, ମାଥିଲି, ଗୋବିନ୍ଦପାଲି, କୋରକୁଣ୍ଡା,ମାଲକାନଗରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବନମୋହତ୍ସବ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.