Home ଓଡ଼ିଶା ତତ୍କାଳୀନ ଜିଲ୍ଲାପାଳଙ୍କ ନାମରେ ଭିଜିଲାନ୍ସ କେସ ରୁଜୁ କଲେ କଂଗ୍ରେସ ଦଳ

ତତ୍କାଳୀନ ଜିଲ୍ଲାପାଳଙ୍କ ନାମରେ ଭିଜିଲାନ୍ସ କେସ ରୁଜୁ କଲେ କଂଗ୍ରେସ ଦଳ

88

ମାଲକାନଗିରି,୬ା୭ (ଓଡିଆ ପୁଅ )ମାଲକାନଗିରି ର ତତ୍କାଳୀନ ଜିଲ୍ଲାପାଳ ଡ.ଓ୍ୟାଇ ବୀଜୟ ଙ୍କର ବଦଳି ହୋଇ ଗଲାପରେ ମଧ୍ୟ ଦିନକୁ ଦିନ ସେ ବିବାଦ ଘେରେ ଛନ୍ଦିହୋଇ ଯାଉଛନ୍ତି । ଗତ କାଲି ପିସିସି କାର୍ଯ୍ୟକାରି ସଭାପତି ଓ କଂଗ୍ରେସ ଦଳପକ୍ଷରୁ ୫ ଦଫା ଦାବିନେଇ ଅଭିଯୋଗ ଆଣିବା ପରେ ଆଜି ପୁଣି ତାଙ୍କ ନାମରେ ଭିଜିଲାନ୍ସ କେସ କରାଯାଇଛି । ଏହି ଖଣିଦୁର୍ନିତି ର ପର୍ଦ୍ଦାଫାସ କଂଗ୍ରେସ ଦଳ କରିବା ପରେ ରାଜ୍ୟସରକାର ତାଙ୍କୁ ତରବରିଆ ଭାବେ ବଦଳି କରିଦେଇଥିଲେ । ଆଜି ସକାଳେ ମାଥିଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍‌ମି ପ୍ରୀୟା ନାୟକ ପୁବ ର୍ତନ ଜିଲ୍ଲାପାଳ ଡ.ଓ୍ୟାଇ ବୀଜୟ ଓ ତାଙ୍କୁ ସହ ଯୋଗ କରିଥିବା ଅନ୍ୟାନ ଅଧିକାରୀ ଙ୍କ ନାମରେ ଟେଣ୍ଡେର ଫିକ୍ସିଂ ଓ ପଥର ଖଣିଦୁର୍ନିତୀ ସଂପର୍କରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଟ ଗ୍ରହଣ କରିବା ପାଇଁ ଭିଜିଲାନ୍ସ ଏସପି ଙ୍କୁ ଏକ ଲିଖିତ ଦରଖାସ୍ତ ଦେଇଛନ୍ତି । ତାଙ୍କ ଦରଖାସ୍ତରେ ସେ ଦର୍ଶାଇଛନ୍ତି ମାଲକାନଗିରି ରୁ ବଦଳି ହୋଇଯାଇଥିବା ପୁବ ର୍ତନ ଜିଲ୍ଲାପାଳ ଡ.ୟେଦୁଲା ବୀଜୟ ଆନ୍ଦ୍ରପ୍ରଦେଶର ସି.ଏଚ,ବେଣୁଗୋପାଳ ନାମକ ଜଣେ ବ୍ୟକ୍ତି ଙ୍କ ଘରୋଇ କମ୍ପାନୀ ପ୍ରତି ଅନୁକମ୍ପା ଦେଖାଇ ତାଙ୍କ ଠାରୁ କୋଟିଏ ଟଙ୍କା ଓ ଏକ କାର ଉପହାର ନେଇ ଟେଣ୍ଡେର ଫିକ୍ସିଂ କରି ତାଙ୍କ ହତାରେ ଜିଲ୍ଲାର ଖଣିଖାଦନକୁ ଟେକି ଦେଇଛନ୍ତି । ରାଜ୍ୟସରକାର ଙ୍କ ନିୟମ ଅଛି ଲଘୁଖଣି ଖାଦନର ନିଲାମ ସ୍ଥାନୀୟ ତହସିଲଦାରଙ୍କ ଦ୍ୱାରା ହେବା କଥା ,କିନ୍ତୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଟରେ ଗତ ମାର୍ଚମାସ ୨୦ତାରିଖରେ ଖଣି ଲିଜ ପାଇଁ ଟେଣ୍ଡେର ଆହ୍ୱାନ କରାଯାଇଥିଲା । ଟେଣ୍ଡେର ଆହ୍ୱାନ ପ୍ରକ୍ରିୟା ଶେଷ ହେବାପରେ ଟେଣ୍ଡେର ବାକ୍ସକୁ ସ୍ଥାନୀୟ ଟ୍ରେଜେରୀ ରେ ରଖିବା ବଦଳରେ ତିନିଦିନପରେ ୨୩ତାରିଖରେ ଟ୍ରେଜେରି କୁ ନିଆ ଯାଇଥିଲା , ଉକ୍ତ କମ୍ପାନିକୁ ଅନୁକମ୍ପା ଦେଖାଇ ଡଙ୍ଗର ଓ ଧାନ ଜମିରେ ୫କୋଟି ଟଙ୍କାର ଘର ଓ ପ୍ଲାଟଂ ଥିବାର ଦର୍ଶାଇ ଏକ କୋଟି ଟଙ୍କାର ସଲଭେନ୍ସ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ସାର୍ଟିଫିକେଟକୁ ଆଧାର କରି ବେଆଇନ ଭାବେ ଉକ୍ତ ବ୍ୟକ୍ତିଙ୍କୁ ୨କୋଟି ୩୮ ଲକ୍ଷ ୯୩ହଜାର୨୦୦ଟଙ୍କା ମୂଲ୍ୟର ଖଣି ଲିଜ ଦିଆଯାଇଛି । ଯେତିକି ଟଙ୍କାର ଖଣିଲିଜ ନେବା କଥା ସେତିକି ମୂଲ୍ୟର ସଲଭେନ୍ସ ସାର୍ଟିଫିକେଟ ଦେବାକଥା ,୨୦ତାରିଖରେ ଟେଣ୍ଡେର ହେଲା ତନିଦିନଧରି ଟେଣ୍ଡେର ବାକ୍ସ କେଉଁଠି କେଉଁ ଉଦେଶ୍ୟରେ ଥିଲା । ମାର୍ଚ୩୦ତାରିଖ ଦିନ ଟେଣ୍ଡେର ଖୋଲା ଯିବାପରେ କାହାରି ମତା ମତ ନନେଇ ଆନ୍ଦ୍ରର ଉକ୍ତକମ୍ପାନୀକୁ ୭ଟି ଲଘୁଖଣିଖାଦାନ ଲିଜ ଦିଆଯାଇଛି । ଉକ୍ତ କମ୍ପାନୀ ଲିଜ ପାଇବାର ଦିନକପରେ ଏମଜି ହେକ୍ଟର କାର ଜିଲ୍ଲାପାଳଙ୍କୁ ଉପହାର ମିଳିଥିବାର ଓ ଜିଲ୍ଲାପାଳ ଟେଣ୍ଡେର ଫିକ୍ସିଂ କରିବା ସହିତ ଖଣି ଖାଦାନ ଲିଜ ଦେବା ନାମରେ ଦୁର୍ନିତି କରିଛନ୍ତି, ଏହାର ଭିଜିଲାନ୍ସ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ଅଧ୍ୟକ୍ଷା ଶ୍ରୀ ମତୀ ନାୟକ ଓ ଜିଲ୍ଲା କଂଗ୍ରେସ ଦଳ ଭିଜିଲାନ୍ସ ଏସପି ଙ୍କୁ ଏତଲା ଦେଇଛନ୍ତି । ଆଜି ସକାଳେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପମାଝି, ଜିଲ୍ଲାକଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର,କାର୍ଯକାରି ସଭାପତି ରାମ ପଟନାୟକ,ମାଥିଲି ବ୍ଲକ ଅଧ୍ୟକ୍ଷା ଶ୍ରକୀମତୀ ଲକ୍ଷିମ୍ମି ପ୍ରୀୟା ନାୟକ, ଜି.ଶ୍ରୀନିବାସ ରାଓ,ପର୍ଶୁରାମ ଭକ୍ତ,ମହିଳା କଂଗ୍ରେସ ନେତ୍ରୀ କମଳା ବରାଳ,ପ୍ରାନ ମଣ୍ଡଳ,ସାଧାରଣ ସଂପାଦକ ପଦ୍ମପାଙ୍ଗି ,ଭିମା ବରସା ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ମାନେ ଜିଲ୍ଲାକଂଗ୍ରେସ ଭବନଠାରୁ ଏକ ସୋଭାଯାତ୍ରାରେ ମାଲକାନଗରି ଭିଜିଲାନ୍ସ କାର୍ଯ୍ୟାଳୟକୁ ଯାଇ ସେଠାରେ ଭିଜିଲାନ୍ସ ଇନିସପେକ୍ଟର ଙ୍କ ଜରିଆରେ ଜୟପୁର ଭିଜିଲାନ୍ସ ଏସପି ଙ୍କ ଉଦେଶ୍ୟରେ ତଦନ୍ତ କରିବା ପାଇଁ ଏକ ଦରଖାସ୍ତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.