Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ୩୦ହଜାର୬୧୬ଜଣ ନିର୍ମାଣ ଶ୍ରମିକ ପଜିଂକୃତ,ପ୍ରଥମ ପର୍ଯ୍ୟାୟରେ ୧୦ହଜାର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା...

ମାଲକାନଗିରି ଜିଲ୍ଲାରେ ୩୦ହଜାର୬୧୬ଜଣ ନିର୍ମାଣ ଶ୍ରମିକ ପଜିଂକୃତ,ପ୍ରଥମ ପର୍ଯ୍ୟାୟରେ ୧୦ହଜାର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ସାମଗ୍ରୀ ପାଇବାପାଇଁ ଯୋଗ୍ୟ ବିବେଚିତ

395

ମାଲକାନଗିରି,୧୯ା୨(ଓଡିଆ ପୁଅ )  ରାଜ୍ୟ ସରକାରଙ୍କ ଓଡିଶା କୋଠାବାଡି ଅନ୍ୟାନ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା ପରିଚାଳିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସାମିଲ ହେବା ପାଇଁ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଇତି ମଧ୍ୟରେ ୩୦ହଜାର ୬୧୬ଜଣଙ୍କ ନାମ ପଜିଂକୃତ ହୋଇ ସାରିଛି । ସେମାନଙ୍କ ମଧ୍ୟରୁ ୧୯ହଜାର୮୦୫ଜଣ ପୁରୁଷ,୧୦ହଜାର୮୦୭ଜଣ ମହିଳା ନିର୍ମାଣ ଶ୍ରମିକ ଅଛନ୍ତି ।ଏହି ଶ୍ରମିକ ଙ୍କ ପିଲାମାନଙ୍କୁ ଶିକ୍ଷାବୃତି ସହାୟତା ଯଥା ଷଷ୍ଟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨ହଜାରଟଙ୍କା,ନବମ ଶ୍ରେଣୀ ପାଇଁ ୩ହଜାର ଟଙ୍କା,୧୦ମ ଶ୍ରେଣୀପାଇଁ ୪ହଜାର ଟଙ୍କା ଓ ଦଶମ ଶ୍ରେଣୀରେ ୯୦ପ୍ରତିଶତ ନମ୍ବର ରଖିଥିବା ପିଲାଙ୍କୁ ୧୦ହଜାର ଟଙ୍କା ସହାୟତା ସହ ଯୁକ୍ତଦୁଇ, ଆଇଟିଆଇ,ଅନ୍ୟାନ ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ,ବିବାହ ସହାୟତା ୨୫ହଜାର ଟଙ୍କା,ପ୍ରସୂତି କାଳୀନ ସହାୟତା ୧୦ହଜାର ଟଙ୍କା,କାର୍ଯ୍ୟ ଉପକରଣ ସହାୟତା ୪ହଜାର,ସାଇକେଲ ସହାୟତା୪ହଜାର, ମୃତ୍ୟୁକାଳୀନ ସହାୟତା ୧ଲକ୍ଷରୁ ୨ଲକ୍ଷ ଟଙ୍କା, ଦୁର୍ଘଟଣା ଜନିତ ସହାୟତା,ଚିକିତ୍ସା ସହାୟତା, ଦକ୍ଷତା ବୃଦ୍ଧି ସହାୟତା,ପକ୍କାଗୃହ ଯୋଗାଣ ବ୍ୟବସ୍ଥା,ପେନସନ ଯୋଜନା ସହିତ ବିଭିନ୍ନ ଜନହିତକର ଯୋଜନା ରହିଛି । ଆଦିବାସୀ ଅଧ୍ୟୁଷିତ ଅଚଂଳର ଗ୍ରାମବାସୀ ମାନେ ଏହି ଯୋଜନାରେ କିପରି ଅଧିକରୁ ଅଧିକ ସାମିଲ ହୋଇ ଏହାର ସୁଫଳ ନେବେ ସେଥିପ୍ରତି ଜିଲ୍ଲାପାଳ ମୀନଷ ଅଗ୍ରଓ୍ୟାଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଶ୍ରମ ଅଧିକାରୀ ମଦନ ମୋହନ ପାଇକ ଙ୍କ ପ୍ରତ୍ୟେକ୍ଷ ତ୍ୱତା ବଧାନରେ ଗତ୨୦୦୯ମସିହା ଠାରୁ ୨୦୧୯ମସିହା ମଧ୍ୟରେ ନାମ ପଜିଂକୃତ ହୋଇଥିବା ଓ ସାମଗ୍ରୀ ପାଇବା ପାଇଁ ଆବେଦନ କରିଥିବା ୧୦ହଜାର ନିର୍ମାଣ ଶ୍ରମିକଙ୍କୁ  ଚଳିତବର୍ଷ  ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ବିଭିନ୍ନ ସାମଗ୍ରୀ ପାଇବା ପାଇଁ ଯୋଗ୍ୟବିବେଚିତ କରାଯାଇଛି ।  ପ୍ରଥମ ପର୍ଯ୍ୟାୟରେ ମାଥିଲି ଓ ରାସବେଢା ଠାରେ ଆୟୋଜିତ ପିଠା କାର୍ଯ୍ୟକ୍ରମ ଓ ସ୍ୱତନ୍ତ୍ର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା କାର୍ଯ୍ୟକ୍ରମରେ ପ୍ରାୟ ୨ହଜାର ନିର୍ମାଣ ଶ୍ରମିକଙ୍କୁ ଉନ୍ନତ ମାନର କୋଦାଳ, ସାବୁଳ,ଗାଙ୍ଗୁଲା,ହେଲମେଟ,ଜୋତା,କିଟବ୍ୟାଗ,ପୋଷାକ ଆଦି ୨୧ପ୍ରକାର ନିର୍ମାଣ ଯନ୍ତ୍ରପାତି ଓ ନିରାପତା ସାମଗ୍ରୀ ବଟଂନ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାରେ ଅନ୍ୟା ବ୍ଲକଗୁଡିକରେ ନିର୍ମାଣ ଶ୍ରମିକ ମାନଙ୍କୁ ସମସ୍ତ ପ୍ରକାର ଯନ୍ତ୍ରପାତି,ନିର୍ମାଣ ସାମଗ୍ରୀ ଓ ନିରପତା ସାମଗ୍ରୀ ବଟଂନ କରା ଯିବାର କାର୍ଯ୍ୟକ୍ରମ ରହିଛି । ଗାଁ ଗାଁରେ ଥିବା ପ୍ରତ୍ୟେକ ନିର୍ମାଣ ଶ୍ରମିକ ଓଡିଶା କୋଠା ବାଡି ଏବଂ ଅନ୍ୟାନ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ନାମପଜିଂକୃତ କରି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସୁଫଳ ନେବା ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଶ୍ରମ ବିଭାଗ ପକ୍ଷରୁ ଗାଁ ଗାଁରେ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି । ପ୍ରତି ଦିନ ମାଲକାନଗିରି ଜିଲ୍ଲା ଶ୍ରମଅଧିକାରୀ ଙ୍କ କାର୍ଯ୍ୟାଳୟରେ ନାମ ପଜିଂକୃତ କରିବା ପାଇଁ ଶହଶହ ସଂଖ୍ୟାରେ ମହିଳା ଓ ପୁରଷ ଶ୍ରମିକ ମାନଙ୍କ ଧାଡିଲାଗୁଥିବାର ଦେଖିବାକୁ ମିଳିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.