Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଯୁକ୍ତଦୁଇ ବିଜ୍ଞାନରେ ବାଜି ମାରିଲେ ଛାତ୍ରୀ,ଜିଲ୍ଲାର ଟପର ହେଲେ ଶୁଭସ୍ମିତା

ମାଲକାନଗିରି ଜିଲ୍ଲାରେ ଯୁକ୍ତଦୁଇ ବିଜ୍ଞାନରେ ବାଜି ମାରିଲେ ଛାତ୍ରୀ,ଜିଲ୍ଲାର ଟପର ହେଲେ ଶୁଭସ୍ମିତା

72

ମାଲକାନଗିରି,୧୨ା୮ (ଓଡିଆ ପୁଅ )ଆଜି ସମଗ୍ର ରାଜ୍ୟରେ ଉଚ୍ଚମାଧମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଏହି ପରୀକ୍ଷାରେ ଅଧିକ ନମ୍ବର ରଖି ବାଜିମାରିଛି ଜଣେ ଛାତ୍ରୀ । ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଘଡେଇ ଆବାସୀଙ୍କ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନରେ ୨୧୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷାଦେଇଥିବା ବେଳେ ୨୦୧ଜଣ ପାସକରିଛନ୍ତି , ହାରା ହାରି ପାସ ହାର ୯୨ପ୍ରିତିଶତ ରହିଛି । ସେମାନଙ୍କ ମଧ୍ୟରୁ ୭୩ ଜଣ ପ୍ରଥମ ଶ୍ରେଣୀ,୭୭ଜଣ ଦ୍ୱତୀୟ ଶ୍ରେଣୀ,୫୧ଜଣ ତୃତୀୟ ଶ୍ରେଣୀ ରେ ପାସ୍ କରିଥିବା ବେଳେ କଲେଜର ଛାତ୍ରୀ ଶୁଭସ୍ମିତା ନାୟକ ୮୨.୫ % ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ଟପର ହୋଇଛନ୍ତି ।ସବ ର୍ମୋଟ ନମ୍ବର ୬୦୦ରୁ ସେ ୪୯୫ ନମ୍ବରରଖିଛନ୍ତି । ଜିଲ୍ଲାସଦର ମହକୁମାରେ ଥିବା ସତ୍ୟନାରାୟଣ ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ୪୮ଜଣ ପରୀକ୍ଷା ଦେଇଥିବା ବେଳେ ୪୪ଜଣ ପାସକରିଛନ୍ତି,ପାସ ହାର ୯୨ପ୍ରତି ଶତ ରହିଛି । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୫ଜଣ,ଦ୍ୱିତୀୟ ଶ୍ରେଣୀରେ ୨୩ଜଣ ଓ ତୃତୀୟ ଶ୍ରେଣୀରେ ୬ଜଣ ପାସ ହୋଇଛନ୍ତି,ନିଲକମଲ ସରକାର ୮୧.୫୦ % ପ୍ରତିଶତ ନମ୍ବର ରଖି କଲେଜର ଟପର ହୋଇଛନ୍ତି । ସରକାରୀ କନିଷ୍ଟବିଜ୍ଞାନ ମହାବିଦ୍ୟାଳୟ ରେ ୧୩୨ଜଣ ପରୀକ୍ଷା ଦେଇଥିବା ବେଳେ ୭୯ଜଣ ପାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୯ଜଣ,ଦ୍ୱିତୀୟ ଶ୍ରେଣୀରେ ୧୭ଜଣ ଓ ତୃତୀୟ ଶ୍ରେଣୀରେ ୫୩ଜଣ ପାସ ହୋଇଛନ୍ତି,ଓମପ୍ରକାଶ ପଣ୍ଡା ୭୩ % ପ୍ରତିଶତ ନମ୍ବର ରଖି କଲେଜର ଟପର ହୋଇଛନ୍ତି । ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଘଢେଇ ଆବାସୀକ ବିଜ୍ଞାନ ମହାବିଦ୍ୟଳୟରେ ଚଳିତ ବର୍ଷ ୯୨ ପ୍ରତିଶତ ପାସହାର ହୋଇ ଭଲପରୀକ୍ଷା ଫଳ ହୋଇଥିବାରୁ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ପଳ ପ୍ରତକାଶିତ ହେବାପରେ ୮୨.୫ ପ୍ରତିଶତ ନମ୍ବର ରଖିଥିବା କଲେଜର ଟପର ଛାତ୍ରୀ ଶୁଭସ୍ମିତା ନାୟକ ଙ୍କୁ ମହାବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ସୁରେଶଚନ୍ଦ୍ର ଘଢେଇ ଓ ପ୍ରିନ୍ସପାଲ,ଅନ୍ୟାନ ଅଧ୍ୟାପକ,ଅଧ୍ୟାପିକା ପ୍ରମୁଖ ତାଙ୍କ ଘର ବାଲିମେଳାକୁ ଯାଇ ବଧେଇ ଜଣାଇ ସ୍ୱାଗତ ସମ୍ବୋର୍ଦ୍ଦନା ଜ୍ଞାପନକରି ଖୁସିରେ ମିଷ୍ଟାନ ବଟଂନ କରିଥିଲେ । ଜିଲ୍ଲାରେ ଇଟଂରନେଟ ଠିକ ଭାବେ ଲାଗୁନଥିବାରୁ ଅନ୍ୟାନକଲେଜର ପରୀକ୍ଷାଫଳ ସଠିକ ଭାବେ ଜଣାପଡି ନାହିଁ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.