Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଧାନମଣ୍ଡିର ଶୁଭାରମ୍ଭ,ପ୍ରଥମଦିବସରେ ୧୪ଟି ମଣ୍ଡି ଖୋଲିଲା

ମାଲକାନଗିରି ଜିଲ୍ଲାରେ ଧାନମଣ୍ଡିର ଶୁଭାରମ୍ଭ,ପ୍ରଥମଦିବସରେ ୧୪ଟି ମଣ୍ଡି ଖୋଲିଲା

36

ମାଲକାନଗିରି,୧୫ା୧୨ ( ଓଡିଆ ପୁଅ ) ଗତ ୮ତାରିଖରେ ଜିଲ୍ଲାରେ ଧାନମଣ୍ଡି ଖୋଲିବାର ଥିଲେ ମଧ୍ୟ ଲ୍ୟାମ୍ପସ କର୍ମଚାରି ମାନଙ୍କ ଧାରଣା ଯୋଗୁ ମଣ୍ଡିଖୋଲା ଯାଇନଥିବାରୁ କଂଗ୍ରେସ ଓ ଭାଜପା ଦଳ ପକ୍ଷରୁ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବାଦବିବାଦ ପରେ ଆଜି ଜିଲ୍ଲାରେ ଧାନ ମଣ୍ଡି ଖୋଲା ଯାଇଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଆନ୍ଦୋଳନ କାରି ଲ୍ୟାମ୍ପସ କର୍ମଚାରି ମାନଙ୍କୁ ବୁଝାସୁଜା ପରେ ଆଜି ମାଲକାନଗିରି ଜିଲ୍ଲାସଦର ମହକୁମା ନିୟନ୍ତ୍ରୀତ ବଜାର କମିଟି ପ୍ରାଙ୍ଗଣ ରେ ଧାନ ମଣ୍ଡି ର ଶୁଭଉଦଘାଟନ ହୋଇଛି । ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉଦଘାଟନି ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ ଅକ୍ଷୟକୁମାର ଖେମୁଣ୍ଡୁ,ସମ୍ମାନିତ ଅତିଥି ଭାବେ ନିୟନ୍ତ୍ରୀତ ବଜାର କମଟି ସଂପାଦକ ଗୁରୁଚରଣ ନାୟକ,ମାଲକାନଗିରି ଲ୍ୟାମ୍ପସ ପରିଚାଳକ ଅଭିମନ୍ୟୁ ନାୟକ,ସହିତ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରଥମେ ଜଣେ ଚାଷୀ ନଡିଆ ଭାଙ୍ଗିବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ମଣ୍ଡିକୁ ଉଦଘାଟନ କରିଥିଲେ ।ଆଜି ଗୋଟିଏ ଦିନରେ ଜିଲ୍ଲାର ୧୪ଟି ସ୍ଥାନରେ ଏକା ସଙ୍ଗେ ମଣ୍ଡିଖୋଲା ଯାଇଥିବାର ଜଣାପଡିଛି ।ଚଳତି ବର୍ଷ ଜିଲ୍ଲାରେ ୬୫ଟି ମଣ୍ଡି ଖୋଲାଯାଇ ପ୍ରଥମପର୍ଯ୍ୟାୟରେ ୯ଲକ୍ଷ ୩୬ହଜାର କ୍ୱିଟାଂଲ ଧାନ ଖରିଦ କାରା ଯିବା ପାଇଁ ଯୋଜନା ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.