Home ଜିଲ୍ଲା ପରିକ୍ରମା ଫନି ସହାୟତା ଦାବିରେ ଦଳିତ ଓ ଦିବ୍ୟାଙ୍ଗଙ୍କ ଉଭୟ ପରିବାର ପିପିଲି ତହସିଲ ଅଫିସ ସମ୍ମୁଖରେ...

ଫନି ସହାୟତା ଦାବିରେ ଦଳିତ ଓ ଦିବ୍ୟାଙ୍ଗଙ୍କ ଉଭୟ ପରିବାର ପିପିଲି ତହସିଲ ଅଫିସ ସମ୍ମୁଖରେ ଧାରଣା

46

ପୁରୀ, ୧୫।୧୨ (ଓଡ଼ିଆ ପୁଅ) ବାତ୍ୟା ଫୋନିକୁ ନେଇ ଥିବା ଆର୍ଥିକ ସହାୟତା ଦାବି ରେ ଦଳିତ ଓ ଦିବ୍ୟାଙ୍ଗ ପରିବାର ପିପିଲି ତହସିଲ ଅଫିସ ସମ୍ମୁଖରେ ଧାରଣା।ପିପିଲି ତହସିଲ ଅଫିସ ସମ୍ମୁଖରେ ପୁଣି ଧାରଣାରେ ବସିଲେ ଆଉ ଏକ ପରିବାର। ଗତ କାଲିଠାରୁ ଟିକିନା ମଳିକଙ୍କ ସପରିବାର ଧାରଣାରେ ବସିଥିଲା ବେଳେ ପିପିଲି NAC ର ୧୧ନମ୍ବର ୱାର୍ଡର ଦିବ୍ୟାଙ୍ଗ ସୁଶାନ୍ତ ବେହେରାଙ୍କ ପରିବାର ଅନଶନରେ ବସିଛନ୍ତି। ଉଭୟ ପରିବାରଙ୍କ ଗୋଟିଏ ଦାବି ଫନି କ୍ଷୟକ୍ଷତି ସହାୟତା ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଛି। ସେମାନେ ବାରମ୍ବାର ତହସିଲଦାରଙ୍କୁ ଭେଟି ଦୁଃଖ ଜଣାଇଲେ ମଧ୍ୟ କେହି ଶୁଣୁନାହାନ୍ତି। ଘର ଥିବା ବ୍ୟକ୍ତିଙ୍କୁ ଚଞ୍ଚକତା କରାଯାଇ ଫୋନି ଆର୍ଥିକ ସହାୟତା ଦିଆଯାଇଛି। ହେଲେ ପ୍ରକୃତ ହିତାଧିକାରୀ ଗରିବ ଲୋକଙ୍କୁ ଦୁର୍ନୀତି ଗ୍ରସ୍ତ ତହସିଲ କର୍ମଚାରୀଙ୍କ ଯୋଗୁ ହିତାଧିକାରୀଙ୍କ ଲିଷ୍ଟରୁ ବାଦ ଦିଆଯାଇଛି। ତେବେ ପିପିଲି ତହସିଲ କର୍ତ୍ତୃପକ୍ଷ ଏ ନେଇ ପଦକ୍ଷେପ ନ ନେଲେ ସେଥିପାଇଁ ଉଭୟ ପରିବାର ଏବେ ନ୍ୟାୟ ଓ ପ୍ରାପ୍ୟ ଦାବି କରି ଆମରଣ ଅନଶନରେ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ପୁରୀଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଧାରଣାରତ ଉଭୟ ପରିବାରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ବୁଝିବା ସହ ତହସିଲଦାରଙ୍କ ନିକଟରେ ସେମାନଙ୍କର ସହାୟତା ପାଇଁ ଦାବି କରିଥିଲେ। ଫୋନି ସହାୟତା ପ୍ରଦାନରେ ବିଜେଡି ସରକାରର ଦୁର୍ନୀତିକୁ ଆଶ୍ରିତ କଡା ସମାଲୋଚନା କରିଛନ୍ତି। ଗରିବ ଙ୍କ ସହିତ ସବୁବେଳେ ବିଜେଡି ସରକାର ଥିବା ମୁଖ୍ୟମନ୍ତ୍ରୀ ଡିଣ୍ଡିମ ପିଟୁଥିବା ବେଳେ ଫୋନି ସହାୟତାରୁ ଗରିବ ଲୋକ ବଂଚିତ ହେବା ପ୍ରମାଣିତ କରିଛି ବିଜେଡି ସରକାର ର କେତେ ଦରଦ ରହିଛି ଗରିବ ଲୋକଙ୍କ ପ୍ରତି ବୋଲି ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ସେପଟେ ପିପିଲି ତହସିଲଦାରଙ୍କ କହିବା ଅନୁଯାୟୀ ଫନି ସହାୟତା ଆଉ ପ୍ରଦାନ କରାଯିବାର ନିୟମ ନାହିଁ ଏବଂ କୌଣସି ପରିସ୍ଥିତିରେ ବି ଏମାନେ ଫୋନି ସହାୟତା ପାଇପାରିବେ ନାହିଁ। ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ଫୋନି ସହାୟତା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.