Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ପାଇଁ ଡ୍ରାଏରନ ଆରମ୍ଭ

ମାଲକାନଗିରି ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ପାଇଁ ଡ୍ରାଏରନ ଆରମ୍ଭ

20

ମାଲକାନଗିରି,୮ା୧ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଜନଜୀବନକୁ ଅତିଷ୍ଟ କରିପକାଇ ଥିବା ବେଳେ ଏହାର ସଂକ୍ରମଣରୁ ସୁର କ୍ଷିତ ରହିବା ପାଇଁ ଦେଶ ବିଦେଶର ବୈଜ୍ଞନାକି ଓ ଡାକ୍ତର ବିଶେଷଜ୍ଞ ମାନେ କରୋନା ଟିକା ପ୍ରସ୍ତୁତି କରିସାରିଛନ୍ତି । ଏହି କରୋନା ଟିକାକୁ କିପରି ବ୍ୟବହାର ହେବ ସେ ନଇ ଆଜି ମାଲକାନଗିରି ଜିଲ୍ଲାସଦର ମହକୁମା ହସପିଟାଲ ପରିସରରେ ସ୍ୱତନ୍ତ୍ର ଗୃହରେ ଦ୍ୱିତୀୟ ପର୍ଯ୍ୟାୟରେ ଡ୍ରାଏରନ ଟିକା ପରୀକ୍ଷଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଲ ଡ.ୟେଦୁଲା ବିଜୟ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ଆଗାମି ଦିନରେ କୋଭିଡ ଟିକା ପ୍ରଦାନ କରିବାର ଥିବାରୁ ଆଜି ପୁଣି ଥରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏରନ ରେ ୨୫ଜଣ କରୋନା ଯୋଦ୍ଧାଙ୍କୁ ସ୍କିରନ ଟେଷ୍ଟ ସହ ଡ୍ରାଏରନ କରାଯାଇଥିଲା । ଏହି ଡ୍ରାଏରନ ସମୟରେ ଏଡିଏମଓ ମେଡିକାଲ ଡାକ୍ତର ଶିବପ୍ରସାଦ ମହାରଣା, ଡାକ୍ତର ଧନେଶ୍ୱର ମହାପାତ୍ର,ମେଡିକାଲ ସୁପରି ଟେଣ୍ଡଟଂ ଡାକ୍ତର ଏସ.କେ.ଭୋଳ,ଡାକ୍ତର ଅନିଲକୁମାର ମିଶ୍ର ପ୍ରମୁଖ ଡାକ୍ତର ଜିଲ୍ଲା ହପିଟାଲର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.