Home ଜିଲ୍ଲା ପରିକ୍ରମା ଚାଷୀ ଆନ୍ଦୋଳନ ପାଇଁ କିଷାନ କଂଗ୍ରେସ କରିବ ‘ଚାଷୀ ପଞ୍ଚାୟତ’

ଚାଷୀ ଆନ୍ଦୋଳନ ପାଇଁ କିଷାନ କଂଗ୍ରେସ କରିବ ‘ଚାଷୀ ପଞ୍ଚାୟତ’

33

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୋଧରେ ଜନ ସମର୍ଥନ ପାଇଁ ଭଦ୍ରକ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ଶିବିର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଜିଲ୍ଲା କିଷାନ କଂଗ୍ରେସ ସଭାପତି ନରନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ରାଜ୍ୟ ସରକାର ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟ ସହ ଅତିରିକ୍ତ ୫ଶହ ଟଙ୍କା ବୋନସ ପ୍ରଦାନ ପାଇଁ ଦାବୀ କରାଯାଇଛି । ଦେଶର ଜିଡିପି ବୃଦ୍ଧିରେ କୃଷକମାନଙ୍କର ମୁଖ୍ୟ ଭୂମିକା ଥିବା ବେଳେ କୃଷକମାନଙ୍କ ପାଇଁ କାହିଁକି ଅବହେଳା ବୋଲି କିଷାନ କଂଗ୍ରେସ ପ୍ରଶ୍ନ କରିଛି । ଚାଷୀମାନଙ୍କୁ ସର୍ବସ୍ୱାନ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କର ଏହି ହୀନ ପ୍ରୟାସକୁ ପ୍ରତ୍ୟେକ ବ୍ଲକ ସ୍ତରରେ ‘ଚାଷୀ ପଞ୍ଚାୟତ’ ମାଧ୍ୟମରେ କୃଷକମାନଙ୍କୁ ସଚେତନ କରି କେନ୍ଦ୍ର ସରକାର ବିରୁଦ୍ଧରେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ନିଷ୍ପତି ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ କୁମାର ଦାସ, ନଳିନୀକାନ୍ତ ମହାନ୍ତି, ଗଣେଶ ଚନ୍ଦ୍ର ଭାରତୀ, ନିରଞ୍ଜନ ନାୟକ, ନଟବର ରାଉଳ, ସୁଧିର ଖଟୁଆ, ଅଭିରାମ ମଲ୍ଲିକ, ବୃନ୍ଦାବନ ଜେନା, ରବୀନ୍ଦ୍ର ରାୟ, ନିରଞ୍ଜନ ମଲ୍ଲିକ, ଅନନ୍ତ ଦାସ, ହରେନ୍ଦ୍ର ମହାନ୍ତି, ଅମୂଲ୍ୟ ବେହେରା, ବୈଲୋଚନ ପଣ୍ଡା, ଅମିୟ ରାଉତ, ବିଦ୍ୟାଧର ଜେନା, ପ୍ରଶାନ୍ତ ବରାଳ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.