Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ କୋଭିଡ ଟିକାକରଣ

ମାଲକାନଗିରି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ କୋଭିଡ ଟିକାକରଣ

30

ମାଲକାନଗିରି,୪ା୩ ( ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଗତ ୧ତାରିଖ ଠାରୁ ତୃତୀୟପର୍ଯ୍ୟାୟ କୋଭିଡ ଟିକାକରଣ ଆରମ୍ଭ ହୋଇ ଯାଇଛି । ଜିଲ୍ଲାରେ ୫୦୨୫୮ଜଣ ବରିଷ୍ଟ ନାଗରିକ ଓ ୪୫ବର୍ଷରୁ ଉର୍ଧ ୭୫୩୧ଜଣ ବହୁବିଦ ଜଟିଳ ରୋଗୀ ଙ୍କୁ ଟିକାକରଣ କରାଯିବା ପାଇଁ ବ୍ୟବସ୍ଥା ହୋଇଛି । ଜିଲ୍ଲାସଦର ମହକୁମା ହସପିଟାଲ ୫ମହଲା ରେ ସ୍ୱତନ୍ତ୍ର ଭାବେ ଖୋଲାଯାଇଥିବା କୋଭିଡ ଟିକାକରଣ କୋଠରୀରେ ଆଜି କରୋନା ଟିକା ନେବାପାଇଁ ବରିଷ୍ଠ ନାଗରିକ ଓ ୪୫ବର୍ଷରୁ ଉର୍ଦ୍ଦବୟସ୍କ ବହୁବିଧ ଜଟିଳ ରୋଗୀଙ୍କର ପ୍ରବଳ ଭିଡ ଲାଗିଯାଇଥିଲା । ଏହା ବ୍ୟତିତ ଜିଲ୍ଲାର ଖଇରପୁଟ,କୁଡୁମୁଲୁଗୁମ୍ମା,ଚିତ୍ରକୋଣ୍ଡା, ମାଥିଲି, ପଡିଆ,ଏମଭି୭୯ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ମୁଦୁଲିପଡା ବଣ୍ଡାଘାଟି ବିଏସଏଫ କ୍ୟାମ୍ପରେ ଟିକାକରଣ କରାଯାଇଛି । ଆଜି ଗୋଟିଏ ଦିନରେ ପ୍ରାୟ ଏକହଜାରରୁ ଉର୍ଧଲୋକ ଟିକାନେଇଥିବାର ଜଣାପଡିଛି । ଟିକାନେବାକୁ ସମସ୍ତେ ଆଗ୍ରହ ସହକାରେ ଧାଡି ବନ୍ଧି ଟିକାକରଣ କେନ୍ଦ୍ରକୁ ଆସୁଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୪ହଜାର୬୭୮ଜଣ ସ୍ୱାସ୍ଥ୍ୟକର୍ମୀ,ଦ୍ୱିତୀପର୍ଯ୍ୟାୟରେ ୫ହଜାର୬୮୦ଜଣ ପୁଲିସ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି ।ଜିଲ୍ଲାର ସମସ୍ତ କୋଭିଡ ଟିକାକରଣ କେନ୍ଦ୍ରଗୁଡିକରେ ଶାନ୍ତିଶୃଙ୍ଖଳାର ସହିତ ଟିକାପ୍ରଦାନ କରାଯାଉଛି । କୋଭିଡ ଟିକା ନେଇଥିବା କୌଣସି ବ୍ୟକ୍ତଙ୍କର ଏପର୍ଯ୍ୟନ୍ତ କିଛି ପାଶ୍ୱର୍ପ୍ରତିକ୍ରୀୟା ଦେଖାଯାଇ ନଥିବାର ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.