Home ଜିଲ୍ଲା ପରିକ୍ରମା ଗୋଚାଲଣ ବେଳେ ଧରା ପଡ଼ିଲା ପିକଅପ , ଡ୍ରାଇଭର ଫେରାର

ଗୋଚାଲଣ ବେଳେ ଧରା ପଡ଼ିଲା ପିକଅପ , ଡ୍ରାଇଭର ଫେରାର

47

ବାହାନଗା,୪ା୩(ଭାରତୀ ଦାସ/ ଓଡ଼ିଆ ପୁଅ ): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ନଂ ଜାତୀୟ ରାଜପଥ ଥାନା ଅନତି ଦୁରରେ ଏକ ଗୋରୁ ବୋଝେଇ ଟ୍ରକ ଜବଦ କରାଯାଇଥିବାର ଜଣାପଡ଼ିଛି । ବୁଧବାର ବିଳମ୍ବିତ ରାତିରେ ଏକ ପିକଅପ ଭ୍ୟାନରେ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗ ଯାଉଥିଲା । ଖବର ପାଇ ଗୋ ରକ୍ଷକ ବାହୀନୀ ଗାଡ଼ିଟିକୁ ଅଟକାଇ ଥିଲା । ଡ୍ରାଇଭର ଜାଣି ପାରି ଗାଡ଼ିଟିକୁ ଛାଡ଼ି ପଳାଇ ଯାଇଥିଲା । ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପିକଅପକୁ ଜବଦକରି ଥାନାକୁ ଆଣିବାସହ ଏକ ମାମଲା ରୁଜୁ କରିଛି । ସେଥିରେ ଥିବା ୧୬ଟି ଗୋରୁକୁ ଭାରତୀ ଗୋ ଶାଳାକୁ ପଠାଇ ଦେଇଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.