Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଲା, ଆଘୋଷିତ ବିଦ୍ୟୁତ କାଟ ଜନଜୀବନ ଅତିଷ୍ଠ

ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଲା, ଆଘୋଷିତ ବିଦ୍ୟୁତ କାଟ ଜନଜୀବନ ଅତିଷ୍ଠ

282

ମାଲକାନଗିରି, ୩୧ା୩ (ଓଡିଆ ପୁଅ ) ଗତ କିଛି ଦିନହେଲା ମାଲକାନଗିରି ଜିଲ୍ଲାରେ ପ୍ରଚଣ୍ଡଖରା ଓ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅତିଷ୍ଟ କରିପକାଇଛି। ଗତ ଦୁଇ ଦିନ ହେଲା ଜିଲ୍ଲାରେ ତାପମାତ୍ରା ୪୧ ଡିଗ୍ରୀରୁ ୪୨ ଡିଗ୍ରୀରେ ପହଁଚି ଯାଇଛି। ମାର୍ଚ୍ଚମାସରୁ ଏପରି ଗରମ ଆରମ୍ଭ ହେଲାଣି ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ହେବାର ବହୁତ ସମ୍ଭାବନା ରହିଛି। ବଣଜଙ୍ଗଲ ଘେରା ମାଲକାନଗିରି ରୁ ଜଙ୍ଗଲଧ୍ୱସଂପାଇ ସବୁଜ ବନାନୀରେ ବଦଳରେ କୋଠାବାଡି ନିର୍ମାଣ ହୋଇ କଙ୍କ୍ରୀଟ ଜଙ୍ଗଲସୃଷ୍ଟି ହେବା ଓ ପୋଡୁଚାଷ, ମହୁଲ, କେନ୍ଦୁ ଗୋଟାଇବା ପାଇଁ ମନଇଛା ଭାବେ ଜଙ୍ଗଲରେ ନିଆଁ ଲଗାଇବା ଦ୍ୱାରା ଜିଲ୍ଲାରେ ଗରମସାଙ୍ଗକୁ ପ୍ରବଳ ଖରା ହେବା ରୁ ଲଗାତର ଭାବେ ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୧ରୁ ୪୨ ଡିଗ୍ରୀ ରହିଆସୁଛି। ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଜିଲ୍ଲାବାସୀ ହନ୍ତସନ୍ତ ହେଉଛନ୍ତି। ଏବେ ପ୍ରଚଣ୍ଡ ରୌଦ୍ର ତାପରେ ଜିଲ୍ଲାରେ ସ୍ଥିତି ସଙ୍ଗିନ ହୋଇ ଦିନକୁ ଦିନ ତାତି ବଢି ଚାଲିଛି। ସକାଳ ୯ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଗୁଳୁଗୁଳି ସାଙ୍ଗକୁ ଖରା ଉତାପ ଲାଗିରହୁଛି, ପ୍ରଖର ସୂର୍ଯ୍ୟ କିରଣର ଚାରିଆଡେ ପ୍ରକୋପ ଦେଖା ଦେଇଛି, ଗୋଟିଏ ପଟେ ତାପମାତ୍ରା ବୃଦ୍ଧି ଅନ୍ୟପଟେ ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ଅତିଷ୍ଠ କରିପକାଇଛି।ଦିନ ଗୋଟାଏ ଠାରୁ ରାସ୍ତାଘାଟ ସବୁ ଶୂନଶାନ ହୋଇପଡୁଛି, ପ୍ରବଳ ଗରମରୁ ଶାନ୍ତି ପାଇବା ପାଇଁ ନଦୀ ନାଳ, କେନାଲରେ ପିଲା ମାନେ ଜଳକ୍ରୀଡା ସହିତ ବୁଡପକାଉଛନ୍ତି।କୁଲଫି ଦୋକାନ, ଲସି, ଥଣ୍ଡା ଦୋକାନ ଆଗରେ ଲୋକମାନଙ୍କ ଭିଡ ଲାଗି ଯାଉଛି। କାଁ ଭାଁ ଯିଏ ଜରୁରୀ କାମରେ ବାହରକୁ ଯାଉଛନ୍ତି ମୁଣ୍ଡରେ ଗାମୁଛା, ପଗଡି ଆଖିରେ କଳା ଚଷମା ଲଗାଇ ଯାଉଛନ୍ତି। ମାଲକାନଗିରି ଜିଲ୍ଲାରେ ଅଧିକାଂଶ ଟିଣ ଛପର ଘର ଯୋଗୁଁ ପ୍ରବଳ ଖରାରେ ଟିଣଗୁଡିକ ତାତି ନିଆଁ ହୁଳା ଖସିଲାପରି ଲାଗୁଛି। ଲଗାତର ଭାବେ ପ୍ରବଳ ଖରା ହେଉଥିବାରୁ କୁଅ, ପୋଖରୀ, ନଦୀନାଳ ଗୁଡିକ ଶୁଖିଗଲାଣି, ପାଣି ମୁନ୍ଦାଏ ପାଇଁ ଗାଈଗୋରୁ ଛେଳି ଓ ପଶୁପକ୍ଷୀମାନେ ଡହଳ ବିକଳ ହେଉଛନ୍ତି। କେବଳ ପଶୁ ପକ୍ଷୀ ମାନେ ନୁହଁନ୍ତି ଅନେକ ଗ୍ରାମରେ ପାନୀୟ ଜଳ ସଙ୍କଟ ମଧ୍ୟ ଦେଖା ଦେଇଛି। ଏହି ପରି ତାପମାତ୍ରା ବଢି ଚାଲିଲେ ଆଗାମି ଦିନରେ ମାଲକାନଗିରି ଜିଲ୍ଲାରେ ଅଂଶୁଘାତରେ ଅନେକ ଲୋକଙ୍କର ମୃତ୍ୟୁ ହେବାର ବହୁତ ସମ୍ଭାବନା ରହିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.