Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଘରଚଟିଆ ସଂରକ୍ଷଣ ଅଭିଯାନ ରେ ଚଢେଇ ରାଣୀ ଦୀପା

ମାଲକାନଗିରି ଜିଲ୍ଲାରେ ଘରଚଟିଆ ସଂରକ୍ଷଣ ଅଭିଯାନ ରେ ଚଢେଇ ରାଣୀ ଦୀପା

65

ମାଲକାନଗିରି,୨୯ା୧୦ (ଓଡିଆ ପୁଅ ) ମଣିଷ ସମାଜ ଯେତେ ସଭ୍ୟଶିକ୍ଷିତ ହେଉଛି ଧିରେ ଧିରେ ସେ ଯାନ୍ତ୍ରକ ମଣିଷ ପାଲଟି ସବୁଜ ବନାନୀ କୁ ନଷ୍ଠ କରି କଂକ୍ରୀଟ ଜଙ୍ଗଲ ସୃଷ୍ଟି କରି ଚାଲିଛି,ବନର ପଷୁ ପକ୍ଷୀ ସମମ୍ପଦ ସବୁ ଲୋପ ପାଇବସୁଥିବା ବେଳେ ସହର ଓ ଗ୍ରାମାଚଂଳରେ ଚାଳଘରେ ଘରଚଟିଆ ଆଉ ଦେଖିବାକୁ ମିଳୁନାହିଁ , ଘର ଚଟିଆ ବଂଶ ଲୋପପାଇବାକୁ ବସିଥିବା ବେଳେ ଘରଚଟିଆ ବଂଶ ବୃଦ୍ଧି ହୋଇ ସେମାନେ କିପରି ସୁର କ୍ଷିତ ରହିପାରିବେ ତାରମଙ୍ଗ ଧରି ଛନ୍ତି ଜଣେ ଶିକ୍ଷିତ ଆଦିବାସୀ ଯୁବତୀ ଦୀପା ନାୟକ,ଦୀପଙ୍କର ଚଢେଇ ପ୍ରତି ପ୍ରେମ ଦେଖି ବିଭିନ୍ନ ସଂସ୍ଥା ତାଙ୍କୁ ଚଢେଇ ରାଣୀ ଭାବେ ନାମିତ କରି ସମ୍ମାନୀତ କରିଛନ୍ତି । ଚଢେଇ ରାଣୀ ଙ୍କର ଚଢେଇ ସୁରକ୍ଷା ର ଅଭି ଯାନ ଏବେ ବି ଚାଲୁରହିଛି । ଆଜି ସେ ଏ ଅଭିଯାନ ମାଲକାନଗିରି ଷ୍ଟାଡିୟମ ପରିସାର ଠାରୁ ଆରମ୍ଭ କରି କଲେଜ ଓ ସମସ୍ତ ସରକାରି ବେସରକାରି କାର୍ଯ୍ୟାଳୟ ଗୁଡିକରେ ମାଟିରେ ନିର୍ମିତ ଘରଚଟିଆ ବସା ଗୁଡିକୁ ଅଫିସ ଗୁଡିକ କାନ୍ଥ ବାଡରେ ଟାଙ୍ଗି ସେଥିରେ ଖାଦ୍ୟରଖି ଚାଲିଛନ୍ତି । ଦୀପାଙ୍କ ଏପରି ଘରଚଟି ବଂଶ ସୁରକ୍ଷାପ୍ରତି ଆଗ୍ରହ ଦେଖି ତାଙ୍କୁ ସହ ଯୋଗର ହାତ ବଢାଇଛନ୍ତି ମାଲକାନଗରି ବନାଚଂଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ଓ ସମାଜ ସେବି ରାମକୃଷ୍ଣ ଚୌଧୁରୀ । କଲେଜର ଛାତ୍ର ଛାତ୍ରୀ ମାନଙ୍କ ସହିତ ବନବିଭାଗ କର୍ମାଚାରୀ ମାନେ ମଧ୍ୟ ବିଭିନ୍ନ ସରାକାରି ଓ ବେସରକିର କାର୍ଯ୍ୟାଳୟ ଗୁଡିକରେ ମାଟିଘଟରେ ନିର୍ମିତ ଘରଚଟିଆ ବସାକୁ ସେଥିରେ ନଡା ଓ ଚଢେଇ ଦାନା ରଖି ବିଭିନ୍ନ ସ୍ଥାନରେ ଚାଙ୍ଗିଛନ୍ତି । ଦୀପା ଓ ତାଙ୍କର ସହଯୋଗୀ ମାନେ ସହର ସହିତ ବିବିନ୍ନ ଗାଁ ଗହଳରେ ପହଁଚି ଘରଚଟିଆ ମାନଙ୍କର ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇଆସୁଛନ୍ତି ।ଏହି ବସାରେ ଘର ଚଟିଆ ମାନେ ନିର୍ଭୟରେ ଆସି ବସା ବାନ୍ଧି ରହୁଥିବାର ଦେଖିବାକୁ ମିଳୁଛି । ଚଢେଇ ରାଣୀ ଦୀପାଙ୍କ ର ଚଢେଇ ଓ ଘରଚଟିଆ ବଂଶବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପ୍ରତି ଆଗ୍ରହ ଦେଖି ମାଲକାନଗିରି ଜିଲ୍ଲାବାସୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.