Home ଜିଲ୍ଲା ପରିକ୍ରମା କ୍ଲିଅର ଟ୍ରିପ୍‌ରେ ପୁଞ୍ଜି ବିନିଯୋଗ କରିବ ଆଦାନୀ ଗ୍ରୁପ୍

କ୍ଲିଅର ଟ୍ରିପ୍‌ରେ ପୁଞ୍ଜି ବିନିଯୋଗ କରିବ ଆଦାନୀ ଗ୍ରୁପ୍

33

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫ୍ଲିପକାର୍ଟ ଗ୍ରୁପ୍‌ର ଅଂଶବିଶେଷ ଅନ୍‌ଲାଇନ ଟ୍ରାଭେଲ ଏଗ୍ରିଗେଟର କ୍ଲିଅର ଟ୍ରିପ୍ ପ୍ରାଇଭେଟ୍ ଲିମିଟେଡ୍‌ରେ ନିବେଶ କରିବ ଆଦାନୀ ଗ୍ରୁପ । ଏନେଇ ଆଦାନୀ ଗ୍ରୁପର ଅ୍ମକ୍ଷ ଗୌତମ ଆଦାନୀ ଓ ଫ୍ଲିପକାର୍ଟ ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କଲ୍ୟାଣ କ୍ରିଷ୍ଣମୂର୍ତୀଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ବିନିଯୋଗର ଅଂଶଭାବରେ, ଆଦାନୀ ଗ୍ରୁପ କ୍ଲିଅର ଟ୍ରିପ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶଧନ ହାସଲ କରିବ । ଏହି ପୁଞ୍ଜି ବିନିଯୋଗ ଜରିଆରେ ଆଦାନୀ ଗ୍ରୁପ ଓ ଫ୍ଲିପକାର୍ଟ ଗ୍ରୁପ ପରସ୍ପର ସମନ୍ୱିତ ହୋଇ ଲାଭ ପାଇବେ, ଯାହା ଉପଭୋକ୍ତାଙ୍କୁ ଏକ ସୁନ୍ଦର ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ, କାରଣ ଭାରତରେ ଭ୍ରମଣ ଶିଳ୍ପ ପୁନର୍ବାର ପୂବସ୍ଥିତିକୁ ଫେରୁଛି ।

ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି, ଫ୍ଲିପକାର୍ଟ ସହିତ ଆମର ଏକ ଉତମ ବିକାଶଶୀଳ ସମ୍ପର୍କ ରହିଛି, ଯାହା ଡାଟାକେନ୍ଦ୍ର, ପୂରଣ କେନ୍ଦ୍ର ଏବଂ ବର୍ତମାନ ବିମାନ ଯାତ୍ରା ପରି ବିଭିନ୍ନ କ୍ଷେତ୍ରକୁ ବିସ୍ତାର କରିଛି । ଘରୋଇ କମ୍ପାନୀ ଗୁଡିକ ମଧ୍ୟରେ ଏହା ଏପରି ରଣନୀତିକ ସହଭାଗିତୀ ଯାହା ସ୍ଥାନୀୟ ଚାକିରୀ ସୃଷ୍ଟି କରିବା ସହ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ଅଦମ୍ୟ ପ୍ରୟାସ । କ୍ଲିଅରଟ୍ରିପ୍ ପ୍ଲାଟଫର୍ମ, ଆମେ ଆରମ୍ଭ କରିଥିବା ବ୍ୟାପକ ସୁପର ଆପ୍‌ର ଏକ ଅତ୍ୟାବଶ୍ୟକ ଅଂଶହେବ । ଏନେଇ ଫ୍ଲିପକାର୍ଟ ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କଲ୍ୟାଣ କ୍ରିଷ୍ଣମୂର୍ତୀ କହିଛନ୍ତି, ଫ୍ଲିପକାର୍ଟ ଗ୍ରୁପରେ ଆମ୍ଭେ ଗ୍ରାହକଙ୍କ ପାଇଁ ଅଭିଜ୍ଞତା ପ୍ରଦାନ କରିବା ଓ ସେମାନଙ୍କର ଆକାଂକ୍ଷା ପୂରଣ କରିବାରେ ସାହାର୍ଯ୍ୟ କରିବାକୁ ସୁଯୋଗ ପ୍ରଦାନ ଉପରେ ଧ୍ୟାନ ଦେଉଛୁ । ଆମେ ଆଦାନୀ ଗ୍ରୁପ ସହିତ ଆମର ସମ୍ପର୍କକୁ ମଜବୁତ କରିବାକୁ ଚେଷ୍ଟାକରିଛୁ ଏବଂ ଦେଶରେ ସେମାନଙ୍କର ଭ୍ରମଣ ଭିତିଭୂମି ବ୍ୟବହାର କରି ଗ୍ରାହକଙ୍କ ପାଇଁ ଆମର ଅଫର ବିସ୍ତାର କରିବୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.