Home ଓଡ଼ିଶା ମାଲକାନଗିରି ଜିଲ୍ଲାପାଳ କରୋନା ଆକ୍ରାନ୍ତ ,ଜିଲ୍ଲାରେ ୮୬ଜଣ ନୁଆ କରୋନା ସଂକ୍ରମଣ ଚିହ୍ନଟ,ଜଣେ ମୃତ

ମାଲକାନଗିରି ଜିଲ୍ଲାପାଳ କରୋନା ଆକ୍ରାନ୍ତ ,ଜିଲ୍ଲାରେ ୮୬ଜଣ ନୁଆ କରୋନା ସଂକ୍ରମଣ ଚିହ୍ନଟ,ଜଣେ ମୃତ

60

ମାଲକାନଗିରି,୨୦ ।୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାବାସୀ କରୋନା ସଂକ୍ରମଣ ରୁ କିପରି ସୁରକ୍ଷିତ ରହିବେ ନେଇ ଦିନରାତି ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ବିଭିନ୍ନ ସ୍ଥାନ ଗସ୍ତକରି କୋଭିଡ ପରିସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଏବେ ଖୋଦ ଜିଲ୍ଲାପାଳ କରୋନା ସଂକ୍ରମଣ ହୋଇଥିବାର ଜଣାପଡିଛି । ଜିଲ୍ଲାପ୍ରଶାସନ ସୁଚନା ଅନୁସାରେ ଜିଲ୍ଲାପାଳ ଡ.ଓ୍ୟାଇ ବୀଜୟ ,ତାଙ୍କପରିବାରର ୪ଜଣ ସଦସ୍ୟ ଙ୍କ ସହିତ ଜିଲ୍ଲାପାଳ ବାସଭବନରେ ମୋଟ ୬ଜଣ କରୋନା ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ରହିଥିବାର ଜଣାପଡିଛି । ଏହି ଖବର ଜିଲ୍ଲାବାସୀ ଓ ଅଧିକାରୀ ମାନେ ଜାଣିବାପରେ ଜିଲ୍ଲାପାଳ ଙ୍କ ସହିତ କୋରାନ ଆକ୍ର୍‌ାନ୍ତ ସମସ୍ତଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି । ମାଲକାନଗିରି ଜିଲ୍ଲାରେ ୨୪ଘଟାଂ ମଧ୍ୟରେ ୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ କରୋନା ସଂକ୍ରମଣ ବ୍ୟକ୍ତିଙ୍କର କୋଭିଡ ହସପିଟାଲରେ ଚିକିତ୍ସା ଧିନ ଥିବା ବେଳେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଜଣେ ୪୧ ବର୍ଷର ବ୍ୟକ୍ତି ସେ କିଛି ଦିନହେଲା କରୋନା ସଂକ୍ରମଣ ହୋଇ ଜିଲ୍ଲା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ । କରୋନା ଆକ୍ରାନ୍ତ ଙ୍କ ଚିହ୍ନଟ ଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ ô୧୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲିମେଳା ଏନଏଏସି ଅଚଂଳରୁ ଜଣେ,ମାଲକାନଗିରି ବ୍ଲକ ଅଚଂଳରୁ ୧୮ଜଣ, କୋରକୁଣ୍ଡା ବ୍ଲକ ଅଚଂଳରୁ ୯ଜଣ,ମାଥିଲି ବ୍ଲକ ଅଚଂଳରୁ ୧୧ଜଣ, ଖଇରପୁଟ ବ୍ଲକ ଅଚଂଳରୁ ୧୨ଜଣ,କାଲିମେଳା ବ୍ଲକ ଅଚଂଳରୁ ୧୭ଜଣ,ପଡିଆ ବ୍ଲକ ଅଚଂଳରୁ ୨ଜଣ,ଚିତ୍ରକୋଣ୍ଡା ବ୍ଲକ ଅଚଂଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ୮୬ଜଣ ଙ୍କର ସାଧାରଣ ଜ୍ୱର ଲକ୍ଷଣ ଥିବାରୁ ସେମାନେ ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ , ସେଠାରେ ତାଙ୍କର ପରୀକ୍ଷାରୁ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯୦୪ରେ ପହଁଚି ଥିବାବେଳେ ସେମାନଙ୍କ ମଧ୍ୟରୁ ୯୨୪୭ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି , ଇତି ମଧ୍ୟରେ ଜିଲ୍ଲାରେ ୩୯ ଜଣ ଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି । କରୋନା ଆକ୍ରାନ୍ତ ଅଚଂଳକୁ କଟେଂନମେଟଂ ଜୋନ ଘୋଷଣା ସହ ପ୍ରବେଶ ନିଷେଧ ପାଇଁ ବ୍ୟାରିକେଟ ନିର୍ମାଣ କରାଯାଇଛି । ଆଜିର ଚିହ୍ନଟ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନ ଓ୍ୟାର୍ଡି କର୍ମୀ ମାନେ ତାହାର ଜାଚଂ କରିବା ସହ କେହି ନୁଆ ଲୋକ ଆସିଛନ୍ତି କି ଘରେ କାହାକୁ ଥଣ୍ଡା,କାଶ ଜ୍ୱର ହେଉଛି କି ନାହିଁ ତାହାର ତଥ୍ୟ ସଂଗ୍ରହ କରୁଛନ୍ତି । ଲକଡାଉନ ର ନୁଆ ନିୟମ ଲାଗୁ ଅନୁସାରେ ପ୍ରତିଦିନ ସକାଳ ୬ଟା ଠାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ପନିପରିବା ଓ ଅତ୍ୟାବଶ୍ୟକିୟ ମାସଗ୍ରୀ ଦୋକାନ ସହ ଅନ୍ୟାନ ଦୋକାନ ଆଶିଂକ ଭାବେ ଖୋଲାରହିବ,ପୁବ ର୍ପରି ସପ୍ତାହାନ୍ତ ଶନିବାର ଓ ରବିବାର ସଟଡାଉନ କୁ କାୟେମ ରଖାଯିବ, କୋଭିଡ ନିୟମ ପାଳନ କରିବା ସହ ମାସ୍କପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି କରୋନା କଟକଣା କୁ ମାନିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.