Home ଜିଲ୍ଲା ପରିକ୍ରମା ଅଜଣା ଯୁବକଙ୍କ ଶୋଚନୀୟ ମୃତ୍ୟୁ, ରାସ୍ତା କଡ଼ରେ ଗୁରୁତର ଭାବେ ବାଇକ ସହ ଯୁବକ ଉଦ୍ଧାର

ଅଜଣା ଯୁବକଙ୍କ ଶୋଚନୀୟ ମୃତ୍ୟୁ, ରାସ୍ତା କଡ଼ରେ ଗୁରୁତର ଭାବେ ବାଇକ ସହ ଯୁବକ ଉଦ୍ଧାର

80

ବଲାଙ୍ଗୀର/ଟିଟିଲାଗଡ ୨୦-୦୬ (ଓଡ଼ିଆ ପୁଅ) ଟିଟିଲାଗଡ ଥାନା ଅନ୍ତର୍ଗତ ଦେଶୀଲ ଗ୍ରାମ ସେସ ମୁଣ୍ଡରେ ଜଣେ ଯୁବକ ବାଇକ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ ପ୍ରାୟ ୨୨ ରୁ ୨୫ ବର୍ଷୀୟ ଜଣେ ଯୁବକ ଟିଟିଲାଗଡ ବେଲ ଗାଁ ମୁଖ୍ୟ ସଡକ ରେ ଦେଶୀଲ ଗ୍ରାମ ଶେଷ ମୁଣ୍ଡରେ ଏକ ବାଇକ ସହ ଉକ୍ତ ଯୁବକ ରାସ୍ତା କଡରେ ପଡି ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ଗ୍ରାମର କିଛି ବ୍ୟକ୍ତି ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ଆମ୍ବୁଲାନ୍ସରେ ତୁରନ୍ତ ଟିଟିଲାଗଡ ଡ଼ାକ୍ତରଖାନା ଅଣାଯାଇଥିବା ବେଳେ ଡ଼ଃ ବଳରାମ ସାହୁ ମୃତ ଘୋଷିତ କରିଥିଲେ। ଉକ୍ତ ଯୁବକଙ୍କ ନିକଟରୁ ଏକ ମୋବାଇଲ ମିଳିଥିବା ବେଳେ ତାଙ୍କ ସଠିକ ପରିଚୟ ମିଳିପାରି ନାହିଁ। ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଯୋଗୁଁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଡ଼ଃ ଶ୍ରୀ ସାହୁ ଅନୁମାନ କରିଥିବା ସୂଚନା ମିଳିଛି। ହିରୋହଣ୍ଡା ସି ଡି ଡ଼ନ ରେ ସେ ଟିଟିଲାଗଡ ପଟେ ଆସୁଥିବା ବେଳେ ଦୁର୍ଘଟଣା ର ଶିକାର ହୋଇଛନ୍ତି ଅବା ଅନ୍ୟ କିଛି କାରଣ ରହିଛି ସେ ନେଇ ଟିଟିଲାଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.